ଦେଶ ବିଦେଶ
ଚାଲିଛି ଭୋଟ୍ ଗଣତି: ଜମ୍ମୁ-କାଶ୍ମୀରରେ ବିଜେପିକୁ ପଛରେ ପକାଇ ଆଗୁଆ ରହିଛି ଏନସି ଓ କଂଗ୍ରେସ ମେଣ୍ଟ

ନୂଆଦିଲ୍ଲୀ: ଚାଲିଛି ହରିୟାଣା ସମେତ ଜମ୍ମୁ କାଶ୍ମୀରର ଭୋଟ ଗଣତି ପ୍ରକ୍ରିୟା । ହରିୟାଣାରେ ବିଜେପିର ଟ୍ରେଣ୍ଡ୍ ଆଗୁଆ ରହିଥିବା ବେଳେ ଜମ୍ମୁ-କାଶ୍ମୀରରେ ଏନସି ଓ କଂଗ୍ରେସ ମେଣ୍ଟ ଆଗୁଆ ରହିଛି।
୯୦ ଆସନ ବିଶିଷ୍ଟ ଜାମ୍ମୁ-କଶ୍ମୀର ବିଧାନସଭାରେ ନିର୍ବାଚନ ଫଳାଫଳ ପ୍ରାଥମିକ ଗଣତି ଏବେ ସମସ୍ତଙ୍କୁ ଚମକାଇ ଦେଇଛି। ଗଣତି ଅନୁସାରେ ଏଠାରେ ବିଜେପିକୁ କଡା ଟକ୍କର ଦେଇ ଏନସି ଓ କଂଗ୍ରେସ ମେଣ୍ଟ ଆଗୁଆ ରହିଛି।
ଏନସି ଓ କଂଗ୍ରେସ ମେଣ୍ଟ ୫୨ ସିଟରେ ଆଗୁଆ ରହିଥିବା ବେଳେ ବିଜେପି ୨୬ ସିଟରେ ଓ ପିଡିପି ୩ ଟି ସିଟରେ ଆଗୁଆ ରହିଥିବାବେଳେ ସ୍ବାଧୀନପ୍ରାର୍ଥୀ ୯ ଟି ସିଟରେ ଆଗୁଆ ରହିଛି।
ସେପଟେ, ହରିୟାଣାରେ କଂଗ୍ରେସକୁ ପଛରେ ପକାଇ ଆଗେଇ ଚାଲିଛି ବିଜେପି । ୯୦ ଆସନ ବିଶିଷ୍ଟ ହରିୟାଣାରେ ବିଜେପି ୪୯ ଆସନରେ ଆଗୁଆ ଥିବା ବେଳେ କଂଗ୍ରେସ ୩୪ ଓ ସ୍ବାଧୀନପ୍ରାର୍ଥୀ ୭ଟି ଆସନରେ ଆଗରେ ଥିବା ସୂଚନା ମିଳିଛି ।