ମନୋରଞ୍ଜନ

ମୁମ୍ବାଇ ବିମାନ ବନ୍ଦରରେ ଶାହରୁଖଙ୍କୁ ଅଟକ ରଖିଲା କଷ୍ଟମ ବିଭାଗ, କାହିଁକି ଜାଣନ୍ତୁ

ମୁମ୍ବାଇ: ମୁମ୍ବାଇ ବିମାନବନ୍ଦରରେ ବଲିଉଡ ଅଭିନେତା ଶାହରୁଖ ଖାନ ଅଟକ । ଶାହରୁଖଙ୍କ ଲଗେଜରୁ ୧୮ ଲକ୍ଷ ମୂଲ୍ୟର ଘଣ୍ଟା ଓ ୱାଚ୍ ୱିଣ୍ଡର୍ ମିଳିଥିଲା । ୱାଚ୍ ୱିଣ୍ଡର୍ ହେଉଛି ଏକ ବକ୍ସ ଯେଉଁଥିରେ ଦାମୀ ଅଟୋମେଟିକ୍ ଘଣ୍ଟା ରଖାଯାଏ | ସେ ୟୁଏଇରୁ ଗତକାଲି ରାାତିରେ ମୁମ୍ବାଇ ବିମାନବନ୍ଦରରେ ପହଞ୍ଚିବା ପରେ କଷ୍ଟମ ବିଭାଗ ଏହି ବଲିଉଡ୍ ସୁପରଷ୍ଟାରଙ୍କ ଜିନିଷପତ୍ର ଯାଞ୍ଚ କରିଥିଲା। ତାଙ୍କ ଲଗେଜରୁ ଦାମୀ ଘଣ୍ଟା ଆଉ କଭର୍ ମିଳିବା ପରେ ତାଙ୍କୁ ଅଟକ ରଖାଯାଇଥିଲା । ଶାହରୁଖ ଦାମୀ ଘଣ୍ଟା ବିଷୟରେ ସୂଚନା ଦେଇନଥିଲେ । ଏଥିପାଇଁ ତାଙ୍କୁ ୬.୮୩ ଲକ୍ଷ ଜରିମାନା ହୋଇଥିଲା । ଜରିମାନା ଦେବା ପରେ ଶାହରୁଖଙ୍କୁ ଛଡ଼ା ଯାଇଥିଲା ।‌ ଶାହରୁଖ ତାଙ୍କ ଦଳ ସହିତ ଏକ ପ୍ରାଇଭେଟ୍ ପ୍ଲେନରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଶାହାରୁଖ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) କୁ ଯାଇଥିଲେ।

ସିନେମାରେ ଅବଦାନ ଏବଂ ୟୁଏଇରେ ଏକ ବିଶ୍ୱସ୍ତରୀୟ ଆଇକନ୍ ଭାବେ ଶାହରୁଖ ଖାନଙ୍କୁ ସମ୍ମାନିତ କରାଯାଇଥିଲା। ଶାରଜାରେ ଅନୁଷ୍ଠିତ ଶାରଜା ଆନ୍ତର୍ଜାତୀୟ ପୁସ୍ତକ ମେଳା ୨୦୨୨ରେ ଭାଗ ନେବାକୁ ଶାହାରୁଖ ୟୁଏଇ ଯାଇଥିଲେ | ଶାହାରୁଖଙ୍କୁ ଏଠାରେ ଗ୍ଲୋବାଲ୍ ଆଇକନ୍ ସମ୍ମାନ ପ୍ରଦାନ କରାଯାଇଥିଲା । ଏଥିପାଇଁ ସେ ୟୁଏଇ ସରକାରଙ୍କୁ କୃତଜ୍ଞତା ଜଣାଇଥିଲେ।

ଏହି କାର୍ଯ୍ୟକ୍ରମରେ ଶାହରୁଖ ଖାନ ତାଙ୍କ ପରିବାର ଏବଂ ଭାରତୀୟ ସିନେମା ବିଷୟରେ ଅନେକ କଥା କହିଥିଲେ। କେବଳ ଏତିକି ନୁହେଁ, ସେ ତାଙ୍କ ଚଳଚ୍ଚିତ୍ର ସଂଳାପ ମାଧ୍ୟମରେ ଦର୍ଶକଙ୍କ ମନୋରଞ୍ଜନ କରିଥିଲେ। ଏହି ଇଭେଣ୍ଟରୁ ଶାହରୁଖଙ୍କ ଅନେକ ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି | ତାଙ୍କ ଫ୍ୟାନପେଜରୁ ସେୟାର କରାଯାଇଥିବା ଏକ ଭିଡିଓରେ ସେ ପୁରସ୍କାର ପାଇବା ପରେ ଖୁସି ବ୍ୟକ୍ତ କରୁଥିବା ଦେଖିବାକୁ ମିଳୁଛି |

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button