ଜୀବନଶୈଳୀ

ଅନ୍ୟ କାହା ପାଖରୁ ଜିନିଷ ମାଗି ବ୍ୟବହାର କରୁଥିଲେ ହୋଇ ଯାଆନ୍ତୁ ସାବଧାନ ! ନଚେତ ହୋଇଯିବେ ଭିକାରୀ

କିଛି ଲୋକେ ସବୁବେଳେ ଅନ୍ୟମାନଙ୍କ ଠାରୁ ଜିନିଷ ମାଗି ଆଣି ବ୍ୟବହାର କରିଥାନ୍ତି। ଏହା ସେମାନଙ୍କର ଏକ ଅଭ୍ୟାସରେ ପରିଣତ ହୋଇ ଯାଇଥାଏ।ଆଉକିଛି ଲୋକେ ଜିନିଷ ମାଗି ବ୍ୟବହାର କରି ସାରି ମଧ୍ୟ ତାକୁ ଫେରସ୍ତ କରନ୍ତି ନାହିଁ। କିନ୍ତୁ ବାସ୍ତୁ ଅନୁସାରେ ଏଭଳି କରିବା ଭୁଲ ଅଟେ। ଅନ୍ୟମାନଙ୍କ ଜିନିଷ ବ୍ୟବହାର କରିବା ଦ୍ୱାରା ନିଜ ଜୀବନ ଉପରେ ନକାରାତ୍ମକ ପ୍ରଭାବ ପଡ଼ିଥାଏ।

ଏହିସବୁ ଛୋଟ ଛୋଟ ଅଭ୍ୟାସ ଯୋଗୁଁ ଜୀବନରେ ବଡ଼ ସଙ୍କଟ ଉତ୍ପନ୍ନ ହୋଇଥାଏ। ବାସ୍ତୁ ଶାସ୍ତ୍ର ଅନୁସାରେ ଅନ୍ୟମାନଙ୍କର ବ୍ୟବହାର କରାଯାଉଥିବା ଜିନିଷକୁ କେବେବି ବ୍ୟବହାର କରିବା ଉଚିତ ନୁହେଁ। ଏଭଳି କରୁଥିବା ବ୍ୟକ୍ତିଙ୍କ ଜୀବନରେ ଦାରିଦ୍ର୍ୟତା ଲାଗି ରହେ। ଏହାଛଡା ଅନ୍ୟଠାରୁ ମାଗୁଥିବା ଜିନିଷ ସହିତ ଖରାପ ମନୋଭାବ ମଧ୍ୟ ବ୍ୟକ୍ତିର ଆର୍ଥିକ ମାନ୍ଦବସ୍ଥାର କାରଣ ହୋଇଥାଏ।ତେବେ ଆସନ୍ତୁ ଜାଣିବା ଅନ୍ୟମାନଙ୍କର କେଉଁ ଜିନିଷ ବ୍ୟବହାର କରିବା ଉଚିତ୍ ନୁହେଁ।

ଜୋତା :-

କିଛି ଲୋକେ ଅନ୍ୟମାନଙ୍କର ଜୋତା ଆଣି ପିନ୍ଧିଥାନ୍ତି। ଏଭଳି କରିବା ଦ୍ୱାରା ଦାରିଦ୍ର୍ୟତା ଗ୍ରାସ କରିଥାଏ। କାରଣ ଭଗବାନ ଶନିଙ୍କ ସ୍ଥାନ ଗୋଡ଼ରେ ହୋଇଥାଏ। ଏଣୁ ଯଦି ଆପଣ ଆଉ କାହାର ଜୋତା ବା ଚପଲ ବ୍ୟବହାର କରୁଛନ୍ତି, ତାହେଲେ ଆପଣଙ୍କ ଜୀବନ ଉପରେ ଭଗବାନ ଶନିଙ୍କର କୋପ ଦୃଷ୍ଟି ପଡ଼ିପାରେ। ତେଣୁ ଏଥିପ୍ରତି ଧ୍ୟାନ ରଖନ୍ତୁ।

କଲମ :-

କିଛି ଲୋକେ ଅନ୍ୟମାନଙ୍କ ଠାରୁ କଲମ ମାଗି ଆଣି ବ୍ୟବହାର କରିଥାନ୍ତି। କିନ୍ତୁ ବାସ୍ତୁ ଶାସ୍ତ୍ର ଅନୁସାରେ ଏଭଳି କରିବା ଅନୁଚିତ ବୋଲି ମାନା ଯାଇଛି। ଏହା ଶିକ୍ଷା, କ୍ୟାରିୟର କ୍ଷେତ୍ରରେ ମଧ୍ୟ ନକାରାତ୍ମକ ପ୍ରଭାବ ପକାଇ ଥାଏ। ଏପରି କରୁଥିବା ବ୍ୟକ୍ତିକୁ କେବେ ମଧ୍ୟ କୌଣସି କ୍ଷେତ୍ରରେ ସଫଳତା ମିଳି ନଥାଏ। ଏହାସହିତ ଚାକିରି ମିଳିବାରେ ଅସୁବିଧା ହୋଇଥାଏ। ଘରେ ସର୍ବଦା ଆର୍ଥିକ ସଙ୍କଟ ଦେଖା ଦେଇଥାଏ

ମୁଦି :-

କେବେବି ଅନ୍ୟମାନଙ୍କର ମୁଦି ପିନ୍ଧିବା ଉଚିତ ନୁହେଁ। ଏଭଳି କରିବା ଦ୍ଵାରା ସ୍ୱାସ୍ଥ୍ୟ ଖରାପ ହେବାର ସମ୍ଭାବନା ରହିଥାଏ। ଏହାସହିତ ମାନସିକ ଓ ଶାରିରୀକ କ୍ଷେତ୍ରରେ କୁପ୍ରଭାବ ମଧ୍ୟ ପଡ଼ିଥାଏ। ଅନ୍ୟ କାହାର ମୁଦି ପିନ୍ଧିବା ଦ୍ୱାରା ଆର୍ଥିକ ସ୍ଥିତି ଉପରେ ମଧ୍ୟ ନକାରାତ୍ମକ ପ୍ରଭାବ ପଡ଼ିଥାଏ। ତେଣୁ ଏଥିପ୍ରତି ସର୍ବଦା ସତର୍କ ରହିବା ଉଚିତ।

ଘଣ୍ଟା :-

କେବେବି ଅନ୍ୟ କାହାର ଘଣ୍ଟା ବା ଘଡି ବ୍ୟବହାର କରିବା ଉଚିତ ନୁହେଁ। ବାସ୍ତୁ ଶାସ୍ତ୍ର ଅନୁସାରେ, ଘଣ୍ଟାର ସମ୍ପର୍କ ଜୀବନ ସହିତ ରହିଥାଏ। ତେଣୁ ଯଦି ଆପଣ ଆଉ କାହା ପାଖରୁ ଘଣ୍ଟା ମାଗି ବ୍ୟବହାର କରିବେ, ତାହେଲେ ଏହା ଜୀବନ ଉପରେ ଖରାପ ପ୍ରଭାବ ପକାଇ ପାରେ। ଅନ୍ୟମାନଙ୍କ ଘଣ୍ଟା ପିନ୍ଧୁଥିଲେ ବୁଝି ଯାଆନ୍ତୁ କି ଆପଣଙ୍କର ଖରାପ ସମୟ ଆସିଯାଇଛି। ଏଣୁ କେବେବି ଭୁଲରେ କାହା ଠାରୁ ଘଣ୍ଟା ମାଗି ଆଣି ପିନ୍ଧନ୍ତୁ ନାହିଁ। ଏହାଦ୍ବାରା ନିଜର ହିଁ କ୍ଷତି ହେବ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button