ଦେଶ ବିଦେଶ

‘ମେରେ ବାପ୍‌ କୋ ନେହିଁ ଜାନତେ…’, ଦୁଇ ଜଣଙ୍କ ଉପରେ ଏସୟୁଭି ଚଢାଇବା ପରେ ହସି ହସି କହିଲେ ପାକିସ୍ତାନୀ ମହିଳା

ନୂଆଦିଲ୍ଲୀ ୨୮/୦୮: ପାକିସ୍ତାନରେ ଏକ ସଡ଼କ ଦୁର୍ଘଟଣା ଏବେ ଚର୍ଚ୍ଚାର ଶିଖର ଛୁଇଁଛି। ଏଠାରେ କିଛି ଦିନ ପୂର୍ବରୁ ଜଣେ ମହିଳା ଦୁଇ ଜଣ ଲୋକଙ୍କ ଉପରେ ଗାଡି ଚଢାଇ ଦେଇଥିଲେ। ଫଳରେ ଘଟଣା ସ୍ଥଳରେ ଦୁଇଜଣଙ୍କର ମୃତ୍ୟୁ ହୋଇଥିଲା। କିନ୍ତୁ ଆଶ୍ଚର୍ଯ୍ୟର କଥା ଦୁଇ ଜଣଙ୍କ ମୃତ୍ୟୁ ପାଇଁ ମହିଳାଙ୍କ ମନରେ କୌଣସି ଦୁଃଖ ନଥିଲା। ବରଂ ଦୁର୍ଘଟଣା ପରେ ସେ ହସି ହସି ଧମକ ଦେଇଥିଲେ ଯେ, ‘ମୋ ବାପାଙ୍କୁ ଜାଣି ନାହଁ…’।

ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି।

ରିପୋର୍ଟ ଅନୁଯାୟୀ, ଅଭିଯୁକ୍ତ ମହିଳାଙ୍କ ନାମ ନତାଶା ଡାନିଶ । ସେ ପାକିସ୍ତାନର ଜଣାଶୁଣା ବ୍ୟବସାୟୀ ଡାନିଶ ଇକବାଲଙ୍କ ପତ୍ନୀ। ଦୁଇ ଜଣଙ୍କ ଉପରେ କାର୍ ଚଢାଇ ଦେଇଥିବା ଏହି ଘଟଣାଟି ଅଗଷ୍ଟ ୧୯ରେ ଘଟିଥିଲା। କରାଚିର କରସାଜ ରୋଡରେ ନତାଶା ତାଙ୍କ ଟୟୋଟା ଲ୍ୟାଣ୍ଡ କ୍ରୁଜରରେ ରାସ୍ତାରେ ଯାଉଥିବା ଦୁଇ ଜଣଙ୍କୁ ଧକ୍କା ଦେଇଥିଲେ। ଘଟଣା ସ୍ଥଳରେ ଜଣେ ବ୍ୟକ୍ତି ଏବଂ ତାଙ୍କ ଝିଅଙ୍କର ମୃତ୍ୟୁ ଘଟିଥିଲା। ଦୁଇଜଣଙ୍କ ମୃତ୍ୟୁ ପରେ ବି ନତାଶାଙ୍କ ମନରେ କୌଣସି ଅନୁତାପ ନଥିଲା। ବରଂ ତାଙ୍କୁ ହସୁଥିବାର ଦେଖିବାକୁ ମିଳିଥିଲା। ସେ ଆଙ୍ଗୁଠି ଦେଖାଇ ଏହା କହିବାକୁ ଚେଷ୍ଟା କରିଥିଲେ ଯେ ତାଙ୍କର କେହି କିଛି ବିଗାଡି ପାରିବେନି। ତେବେ ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକେ କ୍ରୋଧିତ ହୋଇ ନତାଶାଙ୍କୁ ଘେରି ଯାଇଥିଲେ। ହେଲେ ରେଞ୍ଜର୍ସ ନତାଶାଙ୍କୁ ଉଦ୍ଧାର କରିବା ପାଇଁ ତାଙ୍କୁ ଚାରିପାଖରୁ ଘେରି ରଖିଥିଲେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button