ନୀତି

ବିଶ୍ବ ମାନସିକ ସ୍ବାସ୍ଥ୍ୟ ଦିବସ ଆଜି: ପ୍ରତି ୮ ଜଣରେ ଜଣେ ମାନସିକ ଅସୁସ୍ଥତାର ଶିକାର – Utkal Mail


ଆଜି ସର୍ବତ୍ର ‘ବିଶ୍ବ ମାନସିକ ସ୍ବାସ୍ଥ୍ୟ ଦିବସ’ ପାଳନ କରାଯାଉଛି। ଉତ୍ତମ ମାନସିକ ସ୍ବାସ୍ଥ୍ୟର ମହତ୍ତ୍ବ ବିଷୟରେ ସଚେତନତା ସୃଷ୍ଟି କରିବା ଓ ମାନସିକ ସୁସ୍ଥତାର ସୁରକ୍ଷା ତଥା ଯତ୍ନ ନେବା ପାଇଁ ଏହି ଦିବସ ଉତ୍ସର୍ଗୀକୃତ। ଉଲ୍ଲେଖଯୋଗ୍ୟ, ଶରୀରର ସାମଗ୍ରିକ କାର୍ଯ୍ୟ ପାଇଁ ଉତ୍ତମ ମାନସିକ ସ୍ବାସ୍ଥ୍ୟ ଗୁରୁତ୍ବପୂର୍ଣ୍ଣ। ଖରାପ ମାନସିକ ସ୍ବାସ୍ଥ୍ୟ ଅବସାଦ ପରି ପରିସ୍ଥିତି ସୃଷ୍ଟି କରିବା ସହ ଜଣକର ଶାରୀରିକ ସ୍ବାସ୍ଥ୍ୟ ଓ ଜୀବିକା ଉପରେ ମଧ୍ୟ ପ୍ରଭାବ ପକାଇଥାଏ। ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଆକଳନ ଅନୁଯାୟୀ, ସମ୍ପ୍ରତି ବିଶ୍ବରେ ପ୍ରତି ଆଠ ଜଣରେ ଜଣେ ମାନସିକ ଅସୁସ୍ଥତାରେ ଜୀବନ ବିତାଉଛନ୍ତି। ଏହି ସମସ୍ୟା ଦ୍ବାରା ଅଧିକରୁ ଅଧିକ ସଂଖ୍ୟକ ଯୁବକ ଓ ବୟସ୍କ ବ୍ୟକ୍ତି ପ୍ରଭାବିତ ହୋଇ ଚାଲିଛନ୍ତି।

ଆଧୁନିକ ଦୁନିଆରେ ମାନସିକ ସ୍ବାସ୍ଥ୍ୟ ସମସ୍ୟା ଏକ ସାଧାରଣ କଥା, କିନ୍ତୁ ଏହା ଏବେ ବି ସମାଜରେ କଳଙ୍କ ସହ ଜଡ଼ିତ ହୋଇ ରହିଛି। ମାନସିକ ସ୍ବାସ୍ଥ୍ୟ ରୋଗୀଙ୍କୁ ଲୋକେ ଭିନ୍ନ ଦୃଷ୍ଟିରେ ଦେଖିଥା’ନ୍ତି ଏବଂ ସେମାନଙ୍କୁ ମୌଳିକ ଅଧିକାରରୁ ବଞ୍ଚିତ କରିଥା’ନ୍ତି। ତେଣୁ ଏହି ଦିବସ ପାଳନ ମାନସିକ ସ୍ବାସ୍ଥ୍ୟ ସହ ଜଡ଼ିତ କଳଙ୍କ ଓ ଭେଦଭାବକୁ ଦୂର କରିବା ପାଇଁ ଏକ ମଞ୍ଚ ପ୍ରଦାନ କରିଥାଏ। ଏହି ଦିବସ ପାଳନର ଅନ୍ୟତମ ଉଦ୍ଦେଶ୍ୟ ହେଉଛି ସାରା ବିଶ୍ବରେ ସମସ୍ତଙ୍କ ପାଖରେ ମାନସିକ ସ୍ବାସ୍ଥ୍ୟସେବା ପହଞ୍ଚାଇବା। ଚଳିତବର୍ଷ ଏହି ଦିବସ ପାଳନର ପ୍ରସଙ୍ଗ ହେଉଛି, ‘ମାନସିକ ସ୍ବାସ୍ଥ୍ୟ ଏକ ସାର୍ବଜନୀନ ମାନବିକ ଅଧିକାର’। ଏପରି ପ୍ରସଙ୍ଗର ଉଦ୍ଦେଶ୍ୟ ହେଉଛି, ପ୍ରତ୍ୟେକଙ୍କର ମାନସିକ ସ୍ବାସ୍ଥ୍ୟକୁ ସାର୍ବଜନୀନ ମାନବିକ ଅଧିକାର ଭାବେ ପ୍ରୋତ୍ସାହିତ ଓ ସୁରକ୍ଷା ପ୍ରଦାନ ପାଇଁ ସଚେତନତା ବୃଦ୍ଧି କରିବା ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button