ଦର୍ଶକଙ୍କ ଉପରେ ରାଗିଗଲେ ପ୍ରିୟକାଙ୍କ ସ୍ବାମୀ କହିଲେ,‘ ଏସବୁ କରିବା ବନ୍ଦ କର’ – Utkal Mail
ମୁମ୍ବାଇ: ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ସ୍ବାମୀ ତଥା ସଙ୍ଗୀତଜ୍ଞ ନିକ ଜୋନସ କିଛିଦିନ ହେବ ତାଙ୍କ ଭାଇସାଙ୍ଗରେ କନ୍ସର୍ଟରେ ବ୍ୟସ୍ତ ଅଛନ୍ତି।
ଜୋନର୍ସ ବଦର୍ସ ନାମରେ ନିକଭାଇମାନଙ୍କର ଏକ ବ୍ୟାଣ୍ଡପାର୍ଟି ଅଛି। ଏହି ବ୍ୟାଣ୍ଡପାର୍ଟି ଆମେରିକାରେ ଧମାଲ କରୁଛି। ତେବେ ବେଳେବେଳେ କନ୍ସର୍ଟ ମଝିରେ ସଙ୍ଗୀତଜ୍ଞଙ୍କୁ ଅସ୍ବାଭାବିକ ପରିସ୍ଥିତିର ସାମ୍ନା କରିବାକୁ ପଡ଼ିଥାଏ। କିଛିଦିନ ପୂର୍ବରୁ କନ୍ସର୍ଟ ଚାଲିଥିବା ବେଳେ ନିକଙ୍କ ଉପରକୁ ଜଣେ ମହିଳା ଅନ୍ତବସ୍ତ୍ର ଫିଙ୍ଗିଥିଲେ। ନିକଟରେ ପୁଣିଜଣେ ଦର୍ଶକ ମଞ୍ଚ ଉପରେ ନିକ ଗୀତ ଗାଉଥିବା ବେଳେ ତାଙ୍କ ଉପରେ କିଛି ଗୋଟେ ସାମଗ୍ରୀ ଫିଙ୍ଗିଥିବା ଘଟଣା ସାମ୍ନାକୁ ଆସିଛି।
ଏହି ଘଟଣାକୁ ନେଇ ନିକ କହିଛନ୍ତି,‘ଲୋକେମାନେ ଏତେ ପାଠପଢ଼ିଲେଣି କିନ୍ତୁ ସାଧାରଣ ଜ୍ଞାନ ନାହିଁ। ସେମାନେ କ’ଣ ଜାଣନ୍ତି ନାହିଁ କି ମଞ୍ଚ ଉପରେ କୌଣସି କଳାକାର ଥିଲେ ସେମାନଙ୍କ ଉପରକୁ ସାମଗ୍ରୀ ପିଙ୍ଗା ଯାଏ ନାହିଁ। ଏହା ଅଭଦ୍ରମୀ ହୋଇଥାଏ। ଏସବୁ କରିବା ଦୟା କରି ବନ୍ଦ କରନ୍ତୁ।’
କେବଳ ଯେ ନିକ ନୁହନ୍ତି, ଅନେକ ହଲିଉଡ ସେଲିବ୍ରିଟି ଅଛନ୍ତି। ଯେଉଁମାନଙ୍କ ସହିତ ନିକଙ୍କ ଭଳି ଘଟଣା ଘଟି ସାରିଛି। ମଞ୍ଚ ଉପରେ କଳାକାରମାନେ ଗୀତଗାଉଥିବା ବେଳେ ହେଉ ଅବା ନୃତ୍ୟ କରୁଥିବା ବେଳେ ଦର୍ଶକ ଯାହା ଇଚ୍ଛା ତାହା ଫିଙ୍ଗି ଥାଆନ୍ତି। ନିକଟରେ ରାପର ଲିଲ ନାସ ଏକ୍ସ ମଞ୍ଚ ଉପରେ ଥିବା ବେଳେ ତାଙ୍କ ଉପରକୁ ଜଣେ ଦର୍ଶକ ସେକ୍ସ ଟଏ ଫିଙ୍ଗିଥିବା ଘଟଣା ସାମ୍ନାକୁ ଆସିଥିଲା।