ମନୋରଞ୍ଜନ

‘ସରଦାର-୨’ ପାଇଁ ଷ୍ଟଣ୍ଟ କରୁଥିବା ବେଳେ ଗଲା ଷ୍ଟଣ୍ଟମ୍ୟାନଙ୍କ ଜୀବନ ..

ମନୋରଞ୍ଜନ ଦୁନିଆରୁ ଆସିଲା ଦୁଖଦଃ ଖବର । ସିନେମାରେ ଷ୍ଟଣ୍ଟ କରୁ କରୁ ଚାଲିଗଲା ଷ୍ଟଣ୍ଟମ୍ୟାନଙ୍କ ଜୀବନ ।  ‘ସରଦାର-୨’ର ସେଟରେ ଷ୍ଟଣ୍ଟ କରୁଥିବା ବେଳେ ଚାଲିଯାଇଛି    ଷ୍ଟଣ୍ଟମ୍ୟାନଙ୍କ ଜୀବନ ।। ମୃତ ଷ୍ଟଣ୍ଟମ୍ୟାନଙ୍କ ନାମ ଏଲୁମଲାଇ ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, ଏଲୁମଲାଇ ଜଣେ ଲୋକପ୍ରିୟ ଷ୍ଟଣ୍ଟମ୍ୟାନ ଥିଲେ। ଯିଏକି ରଜନୀକାନ୍ତ, କମଲ ହାସନ, ବିଜୟ, ଅଜିତ କୁମାରଙ୍କ ପାଇଁ ସିନେମାରେ ଷ୍ଟଣ୍ଟ କରିଥିଲେ। ମଙ୍ଗଳବାର ସେ କାର୍ଥିଙ୍କ ସିନେମା ‘ସରଦାର-୨’ ପାଇଁ ଷ୍ଟଣ୍ଟ କରୁଥିଲେ। ଏହି ସମୟରେ ସୁରକ୍ଷାରେ ତ୍ରୁଟି ହେତୁ ସେ ୨୦ଫୁଟ ତଳକୁ ଖସି ପଡ଼ିଥିଲେ।

ଏହି ଦୁର୍ଘଟଣାରେ ସେ ଗୁରୁତର ଆହତ ହୋଇଥିଲେ। ଚିକିତ୍ସା ପାଇଁ ତାଙ୍କୁ ସୁଟିଂ ସେଟର କର୍ମଚାରୀ ହସ୍ପିଟାଲରେ ଭର୍ତ୍ତି କରିଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥି‌ଲେ। ଡାକ୍ତରଙ୍କ ପକ୍ଷରୁ ପ୍ରକାଶ, ଏଲୁମଲାଇଙ୍କ ପଞ୍ଜରା ହାଡ଼ ଭାଙ୍ଗି ଯାଇଥିବା ବେଳେ ତାଙ୍କ କାନପାଖରେ ଗଭୀର ଆଘାତ ଲାଗିଥିଲା। ଯେଉଁ କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି  ।  ସିନେମା ‘ସରଦାର-୨’ର ସୁଟିଂ ଜୁଲାଇ ୧୫ ତାରିଖରେ ଆରମ୍ଭ ହୋଇଥିଲା। ଚେନ୍ନାଇର ଏଲବି ପ୍ରସାଦ ଷ୍ଟୁଡିଓରେ ଏହାର ସୁଟିଂ ଚାଲୁଥିଲା। ଜୁଲାଇ ୧୨ରେ ‘ସରଦାର୨’ର ମହରୁତ ପୂଜା ସହିତ ଏହାକୁ ଅଧିକାରିକ ଭାବେ ଘୋଷଣା କରାଯାଇଥିଲା। ଏହାର ପ୍ରଥମ ଭାଗ ୨୦୨୨ରେ ରିଲିଜ ହୋଇଥିଲା। ଏହା ଏକ ସ୍ପାଇ ଥ୍ରିଲର ସିନେମା ଥିଲା। ଯେଉଁଥିରେ କାର୍ଥିଙ୍କୁ ଡବଲରୋଲରେ ଦେଖିବାକୁ  ମିଳିଥିଲା।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button