ଦେଶ ବିଦେଶ

‘ତୁ ମୋତେ କାନ୍ଧରେ ନେବା କଥା ଦଶପାଦ ଚାଲି ତତୋ କେମିତି ଦେବି ଶ୍ରଦ୍ଧାଞ୍ଜଳି’ – Utkal Mail


ନୂଆଦିଲ୍ଲୀ: ଅନନ୍ତନାଗ ଜିଲ୍ଲାର କୋକେରନାଗ ଅଞ୍ଚଳରେ ଆତଙ୍କବାଦୀ ଲୁଚିଥିବା ଖବର ପାଇ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ୍‌ ଆରମ୍ଭ ହୋଇଥିଲା।

ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ସମୟରେ ଆର୍ମି ରାଜସ୍ଥାନ ରାଇଫଲ୍ସ ୟୁନିଟର କମାଣ୍ଡିଂ ଅଫିସର (କର୍ନେଲ୍‌), ଜଣେ ମେଜର ଏବଂ ଜମ୍ମୁ କାଶ୍ମୀର ପୁଲିସର ଜଣେ ଡିଏସ୍‌ପି ସହିଦ ହୋଇଯାଇଛନ୍ତି।

ସହିଦ କର୍ନେଲଙ୍କ ନାଁ ମନପ୍ରୀତ ସିଂହ ଏବଂ ମେଜରଙ୍କ ନାଁ ଆଶିଷ। ଜମ୍ମୁ କାଶ୍ମୀର ପୁଲିସ ଡିଏସ୍‌ପି ହୁମାୟୁନ ଭଟ୍ଟ ମଧ୍ୟ ଗୁଳିମାଡ଼ରେ ସହିଦ ହୋଇଯାଇଛନ୍ତି।

ଗତବୁଧବାର ସନ୍ଧ୍ୟାରେ ଜମ୍ମୁ କାଶ୍ମୀର ପୁଲିସ ଡିଏସ୍‌ପି ହୁମାୟୁନ ଭଟ୍ଟଙ୍କ ପାର୍ଥିକ ଶରୀର ତାଙ୍କ ଘରେ ପହଞ୍ଚିଥିଲା। ଏହାପରେ ଗାଁର ପ୍ରତ୍ୟେକଟି ସଦସ୍ୟ  ଓ ପରିବାର ତାଙ୍କ ପାର୍ଥିକ ଶରୀରକୁ ଦେଖି ଭୋଭୋ ହୋଇ କାନ୍ଦି ଉଠିଥିଲେ। ହୁମାୟୁନଙ୍କ ହରାଇ ଗାଁ ମାଟି ଲୁହରେ ଭଜି ଯାଇଥିଲା।

ଏହି ସମୟରେ ପୂର୍ବତନ ଆଇଜି ଓ ଡିଏସପି ହୁମାୟୁନ ଭଟ୍ଟଙ୍କ ବାପା ଗୁଲାମ ହସନ ଭଟ୍ଟ ସହିଦ ପୁଅଙ୍କ ପାର୍ଥବ ଶରୀରରେ ପୁଷ୍ପାଞ୍ଜଳି ଅର୍ପଣ ପାଇଁ ପହଞ୍ଚିଥିଲେ। ପୁଅ ପାଖକୁ ଯିବା ସମୟରେ ବାପା ହସନଙ୍କ ଶରୀରରେ ବଳ ନଥିଲା। ସେ ସମ୍ପୂର୍ଣ୍ଣ ଭାବେ ଥରୁଥିଲେ। ଆଖିର ପଲକ ପଡ଼ୁ ନଥିଲା। ଆଖରୁ ଲୁହ ଝରି ପଡ଼ୁ ଥିଲା।

ଜାତୀୟ ପତାକା ତଳେ ଶୋଇଥିବା ସହିଦ ପୁଅକୁ ଅତି ବିକଳରେ ଚାହିଁ ରହିଥିଲେ। ‌ଯେମିତି ତାଙ୍କ ମନ କହୁଥିଲା, ‘ବାପାରେ ଉଠି ଆ… ଏମିତି କ’ଣ ମୋ‌ତେ ବୃଦ୍ଧା ଅବସ୍ଥାରେ ଛାଡ଼ି ତତେ ଯିବାର ଥିଲା। କେମିତି ଯିବି ଏହି ୧୦ପାଦ ଚାଲିକି ତୋ ପାଖକୁ କହ। ତାହା ପୁଣି ତୋ ପାର୍ଥିକ ଶରୀରରେ ଫୁଲ ଦେବା ପାଇଁ। ତୋ ମରଶରୀରରେ ଫୁଲ ‌ଦେବା ପୂର୍ବରୁ କାହିଁକି ‌‌ମୋର ନିଶ୍ବାସ ବନ୍ଦ ହୋଇଗଲାନାହିଁ।  ହେ ପ୍ରଭୁ ଏ ଯନ୍ତ୍ରଣା କୌଣସି ବାପା ଓ ମା’ଙ୍କୁ ଦିଅନାହିଁ।’




Related Articles

Leave a Reply

Your email address will not be published. Required fields are marked *

Back to top button