ଦେଶ ବିଦେଶ

ପୀତ ସାଗର ମଧ୍ୟକୁ ଏକାଧିକ କ୍ରୁଜ୍‌ ମିସାଇଲ୍‌ ନିକ୍ଷେପ କଲା ଉତ୍ତର କୋରିଆ – Utkal Mail


ସିଓଲ୍‌: ଆଜି ପ୍ରତ୍ୟୁଷରେ ଉତ୍ତର କୋରିଆ କୋରୀୟ ଉପଦ୍ବୀପର ପଶ୍ଚିମ ଉପକୂଳରେ ଥିବା ପୀତ ସାଗର (ୟେଲୋ ସି) ମଧ୍ୟକୁ ଏକାଧିକ କ୍ରୁଜ୍‌ ମିସାଇଲ୍‌ ନିକ୍ଷେପ କରିଥିବା କଥା ଦକ୍ଷିଣ କୋରିଆ ସେନା କହିଛି।

ଆଜି ସ୍ଥାନୀୟ ସମୟ ଭୋର୍‌ ୪ଟା ବେଳେ ନିକ୍ଷେପ କରାଯାଇଥିବା କ୍ଷେପଣାସ୍ତ୍ରଗୁଡ଼ିକ ବିଷୟରେ ଦକ୍ଷିଣ କୋରିଆ ଓ ଆମେରିକା ଗୁଇନ୍ଦା କର୍ତ୍ତୃପକ୍ଷମାନେ ଅନୁଶୀଳନ କରୁଥିବା କଥା ଦକ୍ଷିଣ କୋରିଆର ‘ଜଏଣ୍ଟ୍‌ ଚିଫ୍‌ସ୍‌ ଅଫ୍‌ ଷ୍ଟାଫ୍‌’ ଏକ ବିବୃତିରେ କହିଛନ୍ତି।

Image Courtesy of India Today

ଏହି କ୍ଷେପଣାସ୍ତ୍ର ପରୀକ୍ଷଣ ଅନୁଶୀଳନ କରିବା କ୍ଷେତ୍ରରେ ଆମ ସେନା ଆମେରିକାକୁ ପୂର୍ଣ୍ଣ ସହଯୋଗ କରୁଛି ବୋଲି ‘ଜଏଣ୍ଟ୍‌ ଚିଫ୍‌ସ୍‌ ଅଫ୍‌ ଷ୍ଟାଫ୍‌’ଙ୍କ ବିବୃତିରୁ ଉଦ୍ଧାର କରି ‘ୟୋନ୍‌ହାପ୍‌ ନିଉଜ୍‌ ଏଜେନ୍‌ସି’ ମଧ୍ୟ ରିପୋର୍ଟ କରିଛି।

ଗତ କିଛି ସପ୍ତାହ ହେବ ଉତ୍ତର କୋରିଆ ଚଳାଇଥିବା କ୍ଷେପଣାସ୍ତ୍ର ପରୀକ୍ଷଣ ଓ ସମରାଭ୍ୟାସରେ ଆଜିର କ୍ରୁଜ୍‌ କ୍ଷେପଣାସ୍ତ୍ର ନିକ୍ଷେପ ସଦ୍ୟତମ ଘଟଣା। ସୂଚନାଯୋଗ୍ୟ, ଗତ ସପ୍ତାହରେ ଉତ୍ତର କୋରିଆ କରିଥିବା ‘ସ୍ପାଏ ସାଟେଲାଇଟ୍‌’ ଉତ୍‌କ୍ଷେପଣ ବିଫଳ ହୋଇଥିଲା।

ଉଲ୍ଲେଖଯୋଗ୍ୟ, କୌଣସି ରେଞ୍ଜ୍‌ର ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ପରୀକ୍ଷା କିଂବା ନିକ୍ଷେପ ନ କରିବା ଲାଗି ଜାତସଂଘ ପ୍ରସ୍ତାବନା ନିଷେଧ କରୁଥିଲେ ବି ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ଉତ୍ତର କୋରିଆ ଅଧିକ କ୍ଷେପଣାସ୍ତ୍ର ପରୀକ୍ଷା କରିସାରିଲାଣି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button