ସ୍ୱାସ୍ଥ୍ୟ

ଯଦି ଆପଣଙ୍କର ବି ହେଉଛି ସବୁବେଳେ ଅଣ୍ଟା ବିନ୍ଧା, ତେବେ ଆପଣଙ୍କ ପାଇଁ ଏହି ଖବର

ଯଦି ଆପଣ ବି ସବୁଦିନ ହେଉଥିବା ଅଣ୍ଟା ବିନ୍ଧାର ସମସ୍ୟାରେ ପୀଡିତ ଅଛନ୍ତି ତେବେ ଏମିତିରେ ଆପଣଙ୍କୁ ଏହାର କାରଣ ବିଷୟରେ ଜାଣିବା ଉଚିତ । ସାଧାରଣତଃ ଅଣ୍ଟା ବିନ୍ଧା ହେବାର କାରଣ ଆପଣଙ୍କ ଲାଇଫଷ୍ଟାଇଲ ଅଟେ । ଯାହାର ସିଧା ପ୍ରଭାବ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ପଡିଥାଏ । ସେଥିପାଇଁ ପ୍ରଥମେ ନିଜର ଲାଇଫଷ୍ଟାଇଲକୁ ଚେଞ୍ଜ କରନ୍ତୁ । ଅଣ୍ଟା ବିନ୍ଧା ଆପଣଙ୍କ ଦୈନନ୍ଦିନ ଜୀବନ ଉପରେ ପ୍ରଭାବ ପକାଇଥାଏ ।

 

କାରଣ ଅଣ୍ଟା ବିନ୍ଧା କାରଣରୁ ଆପଣ ନା ବସି ପାରନ୍ତି ଓ ନା ହିଁ ଠିକ ଭାବରେ ଠିଆ ହୋଇ ପାରନ୍ତି ଓ ନା ହିଁ କୌଣସି କାମକୁ ଠିକ ଭାବରେ କରି ପାରନ୍ତି । ଏମିତିରେ ଯଦି ଆପଣ ନିଜ ସ୍ୱାସ୍ଥ୍ୟ ଉପରେ ଅଳ୍ପ ଧ୍ୟାନ ଦେବେ ତେବେ ଏଥିରୁ ମୁକ୍ତି ପାଇ ପାରିବେ । ଏଥିପାଇଁ ଆପଣଙ୍କୁ ଜାଣିବା ଉଚିତ କି ଅଣ୍ଟା ବିନ୍ଧା କାହିଁକି ହୋଇଥାଏ ?

ଅଣ୍ଟା ବିନ୍ଧା ହେବାର ବଡ କାରଣ

 

ଆଜିକାଲି ଲୋକମାନେ ଲଗାତାର ଘଣ୍ଟା ଘଣ୍ଟା ଧରି ବସି କାମ କରୁଛନ୍ତି, ଯେଉଁ କାରଣରୁ ସେମାନଙ୍କ ଅଣ୍ଟା ବିନ୍ଧାର ସମସ୍ୟା ବଢିଯାଏ । ଏମିତିରେ ଆପଣଙ୍କୁ ବହୁତ କଷ୍ଟ ହୋଇଥାଏ ତେବେ ଚାଲନ୍ତୁ ଜାଣିବା ଅଣ୍ଟା ବିନ୍ଧାର କାରଣ କଣ ହୋଇଥାଏ ?

୧. ଟେନସନ

ପ୍ରାୟତଃ ଲୋକମାନଙ୍କୁ ଜଣା ନାହିଁ କି ଟେନସନ କାରଣରୁ ଅଣ୍ଟା ବିନ୍ଧା ହୋଇଥାଏ । ଯଦି ଆପଣ ଅଧିକ ଟେନସନରେ ରହୁଛନ୍ତି, ତେବେ ଏହି କାରଣରୁ ଆପଣଙ୍କ ଅଣ୍ଟା ବିନ୍ଧା ହୋଇଥାଏ । ସେଥିପାଇଁ ସର୍ବ ପ୍ରଥମେ ଟେନସନ ଫ୍ରୀ ରୁହନ୍ତୁ ଏହା ଦ୍ଵାରା ଆପଣଙ୍କୁ ବହୁତ ଆରାମ ମିଳିବ । ଆପଣଙ୍କୁ କହିଦେଉଛୁ କି ଆପଣ ଯଦି ଅଧିକ ଚିନ୍ତା କରୁଛନ୍ତି ତେବେ ଆପଣଙ୍କ ମାଂସପେଶୀ ଟାଇଟ ହୋଇଯାଏ, ଯାହା ଦ୍ଵାରା ପିଠି, ବେକ ଓ ଅଣ୍ଟା ବିନ୍ଧାର ସମସ୍ୟା ହୋଇଥାଏ, ଏମିତିରେ ଆପଣଙ୍କୁ ଟେନସନରୁ ଦୂରରେ ରହିବା ଉଚିତ ।

୨. ହିଲ ପିନ୍ଧିବା

କହିଦେଉଛୁ କି ଝିଅମାନେ ହାଇ ହିଲ ପିନ୍ଧିବାକୁ ପସନ୍ଦ କରନ୍ତି । ଆପଣଙ୍କୁ କହିଦେଉଛୁ କି ଏହାର ସିଧା ପ୍ରଭାବ ଆପଣଙ୍କ ଅଣ୍ଟାରେ ପଡିଥାଏ । ଏମିତିରେ ଆପଣ କେବେ କେବେ ହିଲ ପିନ୍ଧନ୍ତୁ ଓ ଘଣ୍ଟା ଘଣ୍ଟା ଧରି ହିଲ ପିନ୍ଧି ରୁହନ୍ତୁ ନାହିଁ । ଅଳ୍ପ ସମୟ ପିନ୍ଧନ୍ତୁ ପୁଣି ଖୋଲି ଦିଅନ୍ତୁ ।

୩. ଆପଣଙ୍କ ବିଛଣା

ଆପଣଙ୍କ ବିଛଣା ବି ଆପଣଙ୍କ ଅଣ୍ଟା ବିନ୍ଧାର କାରଣ ହୋଇପାରେ । ଏମିତିରେ ଆପଣଙ୍କୁ ପ୍ରତି ୫ କିମ୍ବା ୭ ବର୍ଷରେ ଗଦି ବଦଳାଇ ଦେବା ଉଚିତ । ଯାହା ଦ୍ଵାରା ଆପଣଙ୍କ ଅଣ୍ଟାର କୌଣସି ବି ସମସ୍ୟା ହୋଇ ନ ଥାଏ ।

୪. ଅଧିକ ସମୟ ପର୍ଯ୍ୟନ୍ତ ଗୋଟିଏ ଜାଗାରେ ବସିବା

ଆପଣଙ୍କୁ କହିଦେଉଛୁ କି ଘଣ୍ଟା ଘଣ୍ଟା ଗୋଟିଏ ଜାଗାରେ ବସି ରହିବା ଦ୍ଵାରା ଆପଣଙ୍କ ଅଣ୍ଟା ବିନ୍ଧା ବି ହୋଇଥାଏ । ଏମିତିରେ ଆପଣଙ୍କୁ ପ୍ରତ୍ୟେକ ୧ ଘଣ୍ଟାରେ ୫ ମିନିଟ ନିଶ୍ଚିତ ବୁଲିବା ଉଚିତ । ଯାହା ଦ୍ଵାରା ଆପଣଙ୍କ ଶରୀର ପୂରାପୂରି ଠିକ ରହିବ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button