Astrology- ତୁଳସୀ ଚଉରା ପୂଜାରେ ନାଲି ମନ୍ଦାର ଲାଗେ କି ? କେଉଁ ଫୁଲରେ ବୃନ୍ଦାବତୀଙ୍କୁ ପୂଜା କରିବା ଉଚିତ୍
ନମସ୍କାର ବନ୍ଧୁଗଣ , ପ୍ରତ୍ୟେକ ଘରମାନଙ୍କ ରେ ତୁଳସୀ ପୂଜା କରାଯାଏ । କାରଣ ମା ‘ ତୁଳସୀଙ୍କୁ ପୂଜା କରିବା ଦ୍ଵାରା ଘରେ ଶୁଭ ହୋଇଥାଏ ଏବଂ ଘରେ ଥିବା ନାକାରାତ୍ମକ ପ୍ରଭାବ ଦୂର ହୋଇ ସକାରାତ୍ମକ ଊର୍ଜା ଘର କୁ ପ୍ରବେଶ କରିଥାଏ । ତୁଳସୀ ପତ୍ର ହେଉଛି ସବୁଠାରୁ ପବିତ୍ର ପତ୍ର ଏହି ପତ୍ର କୁ ପୂଜା କରିବା ଏବଂ ଖାଇବା ଦ୍ଵାରା ଆମ ପାପ ଦୂର ହୋଇଥାଏ । ମା ‘ ତୁଳସୀଙ୍କୁ ପୂଜା କରିବା ନିହାତି ଜରୁରୀ ହୋଇଥାଏ ।
ତୁଳସୀ ପୂଜା ବିନା ଦିନକୁ ପ୍ରାରମ୍ଭ କରାଯାଇନଥାଏ । ତୁଳସୀ ଏକ ଏପରି ଗଛ ଅଟେ ଆମ ବିଜ୍ଞାନ ମତରେ ଏହାକୁ ସମସ୍ତଙ୍କ ଘରେ ରଖିବା ଉଚିତ୍ ହୋଇଥାଏ । ବୈଜ୍ଞାନିକ ମାନେ କହିଥାନ୍ତି ଯେ ଯେତେ ବେଳେ ପବନ ତୁଲସୀ ଗଛ କୁ ସ୍ପର୍ଶ କରି ଆମ ଘରର ଭିତର କୁ ଆସିଥାଏ ତେବେ ଆମ ଘର ଭିତରେ ଥିବା ରୋଗ ଜୀବାଣୁ ଘରୁ ବାହରକୁ ଯାଇଥାନ୍ତି ।
ଯେତେ ବି ସଂସାର ରେ ଫୁଲ ରହିଛି ତୁଳସୀଙ୍କ ସହିତ କେହି ବି ସମାନ ନୁହନ୍ତି । ସବୁ ଫୁଲ ଠାରୁ ତୁଳସୀ ର ପତ୍ର ସର୍ବ ଶ୍ରେଷ୍ଟ ଅଟେ । ମା ‘ ବୃନ୍ଦାବତୀ ଙ୍କୁ ଆମେ ମାଲତୀ , ବକୁଳ , ଅଶୋକ ଆଦି ଫୁଲ ରେ ପୂଜା କରିପାରିବା । ମା ‘ ତୁଳସୀଙ୍କୁ ଆମେ ମଲ୍ଲି , ଜୁଇ , ଜାଇ ଆଦି ଫୁଲ ରେ ପୂଜା କରିପାରିବା । ଏହା ସହିତ ଆମେ ଶାସ୍ତ୍ର ଅନୁଯାୟୀ ଆମେ ନାଲି ମନ୍ଦାରରେ ମା ‘ ତୁଳସୀଙ୍କୁ ପୂଜା କରିପାରିବା । ବିଭିନ୍ନ ଫୁଲ ରେ ଆମେ ତୁଳସୀ ପୂଜା କରିପାରିବା ।