ଦେଶ ବିଦେଶ

ଆତଙ୍କବାଦ ବିରୋଧରେ ସାରା ବିଶ୍ୱକୁ ଏକତ୍ରିତ କରିଛି ଭାରତ : କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର

ନୂଆଦିଲ୍ଲୀ : ଦେଶରେ ୨୦୧୪ ପରଠାରୁ ଉତ୍ତର ପୂର୍ବାଞ୍ଚଳରେ ଶାନ୍ତିର ଯୁଗ ଆରମ୍ଭ ହୋଇଛି । ଆତଙ୍କୀ ଘଟଣାକୁ ନେଇ ସାଧାରଣ ନାଗରିକଙ୍କ ମୃତ୍ୟୁ ସଂଖ୍ୟା ୮୦% ହ୍ରାସ ପାଇବା ସହ ୬୦୦୦ ଆତଙ୍କବାଦୀ ଆତ୍ମସମର୍ପଣ କରିଛନ୍ତି । ନୂଆଦିଲ୍ଲୀରେ ପ୍ରେସମିଟ କରି ଏହା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର । କେନ୍ଦ୍ରମନ୍ତ୍ରୀ ଅନୁରାଗ ସିଂ ଠାକୁର କହିଛନ୍ତି ଯେ, ଭାରତ ସରକାର ଆତଙ୍କବାଦ ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଗ୍ରହଣ କରିଛନ୍ତି । ସରକାରଙ୍କ ଆତଙ୍କବାଦ ମୁକାବିଲା ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ସରକାର ଗୋଟିଏ ପଟେ ବେଆଇନ କାର୍ଯ୍ୟକଳାପ ନିଷେଧ ଆଇନ (ୟୁଏପିଏ)କୁ ସୁଦୃଢ କରିବା ଲାଗି ଆଇନଗତ ଦିଗରେ କାର୍ଯ୍ୟ କରିଛନ୍ତି । ଅନ୍ୟପଟେ ଜାତୀୟ ଯାଞ୍ଚ ଏଜେନ୍ସି (ସଂଶୋଧନ) ଆଇନ ପ୍ରଚଳନ କରିବା ଜରିଆରେ ଜାତୀୟ ଯାଞ୍ଚ ଏଜେନ୍ସି (ଏନଆଇଏ)କୁ ଏକ ବାସ୍ତବ ସଂଘୀୟ ଢାଞ୍ଚା ପ୍ରଦାନ କରିଛନ୍ତି । ଏସବୁ ସାମୂହିକ ପ୍ରୟାସ ଆତଙ୍କବାଦର ଇକୋସିଷ୍ଟମକୁ ଦୁର୍ବଳ କରୁଛି ।

କେନ୍ଦ୍ରମନ୍ତ୍ରୀ କହିଥିଲେ ଆହୁରି କହିଛନ୍ତି ଯେ ଅନ୍ତର୍ଜାତୀୟ ମଞ୍ଚରେ ଭାରତ ସବୁବେଳେ ଆତଙ୍କବାଦ ବିରୋଧରେ ନିଜର ଚିନ୍ତା ବ୍ୟକ୍ତ କରି ଆସିଛି । ଅନ୍ତର୍ଜାତୀୟ ସମ୍ମିଳନୀ ଓ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆତଙ୍କବାଦ ବିରୋଧରେ ବିଶ୍ବକୁ ଏକଜୁଟ ହେବା ପାଇଁ ଆହ୍ବାନ କରି ଆସିଛନ୍ତି । ନିକଟରେ ଭାରତରେ ଇଣ୍ଟରପୋଲର ୯୦ତମ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ସାରା ବିଶ୍ବରୁ ୨୦୦୦ରୁ ଅଧିକ ବିଦେଶୀ ଅତିଥି ଯୋଗ ଦେଇଥିଲେ । ଏହି ଅବସରରେ ‘ଆତଙ୍କବାଦ ବିରୋଧରେ ବିଶ୍ବସ୍ତରୀୟ କାର୍ଯ୍ୟାନୁଷ୍ଠାନ’ ପାଇଁ ଘୋଷଣା କରାଯାଇଥିଲା ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button