ନୀତି

ଭାରତରେ ପ୍ରଥମ ଘଟଣା; ଜନ୍ମର ୫ଦିନ ମଧ୍ୟରେ ନବଜାତ କଲା ଅଙ୍ଗଦାନ – Utkal Mail


ନୂଆଦିଲ୍ଲୀ: ସୁରଟର ଏକ ଘରୋଇ ହସ୍ପିଟାଲରେ ଡାକ୍ତର ନବଜାତକୁ ବ୍ରେନ ଡେଡ ଘୋଷଣା କରିଥିଲେ। ଏହି ଘୋଷଣା ପରେ ଉକ୍ତ ନବଜାତ ଶିଶୁର ବାପା ଓ ମା’ ଭାଙ୍ଗି ପଡ଼ିଥିଲେ। କ’ଣ କରିବେ କିଛି ବୁଝି ପାରି ନଥିଲେ। କାରଣ ସେମାନେ ତାଙ୍କ ସନ୍ତାନକୁ ନେଇ ଦେଖିଥିଲେ ଅନେକ ସ୍ବପ୍ନ କିନ୍ତୁ ଡାକ୍ତରଙ୍କ ଏଭଳି ଘୋଷଣା ପରେ ତାଙ୍କ ସବୁ ଆଶା ସ୍ବପ୍ନ ପାଣି ଫଟୋକା ଭଳି ମେଳାଇ ଯାଇଥିଲା।

ଶେଷରେ ନବଜାତର ବାପା ଓ ମା’ ମନକୁ ଦୃଢ଼ କରିଥିଲେ। ନିଜ ସନ୍ତାନର ଅଙ୍ଗକୁ ସବୁଦିନ ପାଇଁ ବଞ୍ଚାଇ ରଖିବା ପାଇଁ ଅଙ୍ଗଦାନ କରିବାର ନିଷ୍ପତ୍ତି ନେଇଥିଲେ। ଏହାପରେ ଜୀବନଦୀପ ଅର୍ଗାନ ଫାଉଣ୍ଡେସନ ମାଧ୍ୟମରେ ୫ଦିନର ନବଜାତର ଅଙ୍ଗକୁ ବାପା-ମା’ ଦାନ କରି ଦେଇଥିଲେ। ନବଜାତର ଅଙ୍ଗ ୪ଜଣ ପିଲାଙ୍କ ଶରୀରରେ ପ୍ରତିରୋପଣ କରିଥିଲେ ଡାକ୍ତର।

ଜନ୍ମ ନେବାର କିଛିଘଣ୍ଟା, କିଛିଦିନ ମଧ୍ୟରେ ନବଜାତ ଅଙ୍ଗଦାନ କରିବା ଘଟଣା ଭାରତରେ  ପ୍ରଥମଥର ଘଟିଥିବା ବେଳେ ବିଶ୍ବରେ ଏହା  ଦ୍ବିତୀୟ ଥର ଘଟିଛି ବୋଲି କୁହାଯାଉଛି।

ସୂଚନାଯୋଗ୍ୟ, ସୁରଟର ବାଲକ ପାଟିଆ ଅଞ୍ଚଳରେ ଗୀତାଞ୍ଜଳି ରୋ ହାଉସରେ ରହୁଥିବା ହର୍ଷ ଭାଇ ସଂଘାନୀଙ୍କ ଘରେ ଅକ୍ଟୋବର ୧୩ ତାରିଖରେ ଏକ କୁନି ଅତିଥିଙ୍କ ଆଗମନ ହୋଇଥିଲା।  କିନ୍ତୁ ଜନ୍ମପରେ ନବଜାତ କାନ୍ଦି ନଥିଲା, କି ତାର ଶରୀର କୌଣସି ପ୍ରକାର ହଲଚଲ ହୋଇ ନଥିଲା।

ଏହାପରେ କେୟାର ଚିଲଡ୍ରେନ ହସ୍ପିଟାଲର ଡାକ୍ତର ନବଜାତକୁ ଭେଣ୍ଟିଲେଟରରେ ରଖିଥିଲେ। ଭେଣ୍ଟିଲେଟରରେ ରଖିବା ପରେ ବି ଶିଶୁର ସ୍ବାସ୍ଥ୍ୟରେ କୌଣସି ପ୍ରକାର ଉନ୍ନତୀ ଆସି ନଥିଲା। ଏହାଜାଣିବା ପରେ ନବଜାତଙ୍କ ପରିବାର ଦୁଃଖୀ ହୋଇଯାଇଥିଲା। ଶେଷରେ ଡାକ୍ତରଙ୍କ ପରାମର୍ଶ କ୍ରମେ ପରିବାରଲୋକେ ନବଜାତର ଅଙ୍ଗଦାନ କରିଥ‌ିଲେ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button