ବ୍ୟବସାୟ

୧୫୦ ହଜାର କୋଟିର ବୀମା କମ୍ପାନି ପାଇଁ ‘ସିଇଓ’ ଖୋଜୁଛନ୍ତି ମୁକେଶ ଅମ୍ବାନୀ – Utkal Mail


ମୁମ୍ବାଇ: ‘ଜିଓ ଫାଇନାନ୍‌ସିଆଲ୍‌ ସର୍ଭିସେସ୍‌’ର ପ୍ରସ୍ତାବିତ ‘ବୀମା ବ୍ୟବସାୟ’ ପାଇଁ ମୁକେଶ ଅମ୍ବାନୀଙ୍କ ନେତୃତ୍ବାଧୀନ ‘ରିଲାଏନ୍‌ସ୍‌ ଇଣ୍ଡଷ୍ଟ୍ରିଜ୍’ ଜଣେ ‘ସିଇଓ’ ଖୋଜୁଥିବା କଥା ‘ଡିଏନ୍‌ଏ’ ରିପୋର୍ଟ କରିଛି।

୧୭ ଟ୍ରିଲିଅନ୍‌ ଟଙ୍କାର କମ୍ପାନିର ବାର୍ଷିକ ସାଧାରଣ ସଭାରେ ଦେଶର ସବୁଠୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀ କହିଛନ୍ତି ଯେ, ଈଶା ଅମ୍ବାନୀଙ୍କ ନେତୃତ୍ବାଧୀନ ‘ଜିଓ ଫାଇନାନ୍‌ସିଆଲ୍‌ ସର୍ଭିସେସ୍’ ଖୁବ୍‌ ଶୀଘ୍ର ‘ଜୀବନ’, ‘ସ୍ବାସ୍ଥ୍ୟ’ ଓ ସାଧାରଣ ବର୍ଗର ବୀମା ବ୍ୟବସାୟ ଆରମ୍ଭ କରିବ।

ଏଥିପାଇଁ ଜଣେ ‘ସିଇଓ’ଙ୍କୁ ଖୋଜା ଚାଲିଥିବା କଥା ‘ବ୍ଲୁମ୍‌ବର୍ଗ’ ରିପୋର୍ଟ କରିଛି। ରିପୋର୍ଟ ଅନୁସାରେ, ଗତ କିଛି ସପ୍ତାହ ହେବ ଏଥିପାଇଁ କମ୍ପାନି ଅନେକ ପ୍ରତିଷ୍ଠାନ ସହିତ ଯୋଗାଯୋଗ କରିଛି। ‘କର୍ଣ୍ଣ ଫେରି ଆଣ୍ଡ୍‌ ସ୍ପେନ୍‌ସର୍‌ ଷ୍ଟୁଆର୍ଟ ଇନ୍‌କ୍‌’ ଭଳି କେତେଗୁଡ଼ିଏ ପ୍ରତିଷ୍ଠାନ ‘ରିଲାଏନ୍ସ୍‌’ର ପ୍ରତିନିଧିମାନଙ୍କ ସହିତ କଥାବାର୍ତ୍ତା କରିଛନ୍ତି।

ବାର୍ଷିକ ସାଧାରଣ ସଭାରେ ମୁକେଶ ଅମ୍ବାନୀ କହିଛନ୍ତି ଯେ, ପ୍ରାରମ୍ଭରୁ ବିଶ୍ବର ସବୁଠୁ ବଡ଼ ପୁଞ୍ଜିଥିବା ଆର୍ଥିକ ସେବା ପ୍ଲାଟ୍‌ଫର୍ମ କରିବା ପାଇଁ ‘ରିଲାଏନ୍‌ସ୍‌ ଇଣ୍ଡଷ୍ଟ୍ରିଜ୍‌’ ‘ଜିଓ ଫାଇନାନ୍‌ସିଆଲ୍‌ ସର୍ଭିସେସ୍‌’କୁ ୧,୨୦,୦୦୦ କୋଟି ଟଙ୍କା ପୁଞ୍ଜି ଯୋଗାଇ ଦେଇଛି।

ସୂଚନାଯୋଗ୍ୟ, ‘ରିଲାଏନ୍‌ସ୍‌ ଇଣ୍ଡଷ୍ଟ୍ରିଜ୍‌’ ତା’ର ଆର୍ଥିକ ସେବା ବ୍ୟବସାୟ ‘ଜିଓ ଫାଇନାନ୍‌ସିଆଲ୍‌ ସର୍ଭିସ୍‌’କୁ ପୃଥକ୍‌ କରିଥିବା କଥା ଗତବର୍ଷ ଘୋଷଣା କରିଥିଲା। ଏହାର ନିର୍ଦ୍ଦେଶିକା ଭାବେ ମୁକେଶ ଅମ୍ବାନୀଙ୍କ ଝିଅ ଈଶା ଅମ୍ବାନୀଙ୍କୁ ନିଯୁକ୍ତ କରାଯାଇଛି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button