ସ୍ୱାସ୍ଥ୍ୟ

ସପ୍ତାହରେ ଥରେ ନିଶ୍ଚୟ ପିଅନ୍ତୁ ଡିଟକ୍ସ ୱାଟର୍, ଲିଭର ଏବଂ କିଡନୀ ପାଇଁ ବେଶ ଉପକାରୀ

ଜିକାଲି, ଯଦି ଆପଣ ନିଜର ଖରାପ ଲାଇଫଷ୍ଟାଇଲକୁ ସନ୍ତୁଳିତ କରିବାକୁ ଚାହୁଁଛନ୍ତି, ତେବେ ନିଶ୍ଚିତ ଭାବରେ ସପ୍ତାହରେ ୧-୨ ଥର ଡିଟକ୍ସ ୱାଟର ପିଅନ୍ତୁ । ଏହା ଶରୀରରେ ଜମା ହୋଇଥିବା ମଇଳାକୁ ଦୂର କରିଥାଏ ଏବଂ ଶରୀରକୁ ଡିଟକ୍ସିଫାଏ କରିଥାଏ । ଡିଟକ୍ସ ୱାଟର ପିଇବା ଦ୍ୱାରା ଲିଭର ଏବଂ କିଡନୀ ଫଙ୍କସନରେ ଉନ୍ନତି ହୋଇଥାଏ । ଆଜିକାଲି ଡିଟକ୍ସ ୱାଟର ପିଇବାର ଟ୍ରେଣ୍ଡ ବହୁତ ଦ୍ରୁତ ଗତିରେ ବଢିଚାଲିଛି ।

ଏହି ପାଣି ଶରୀରରେ ଜମା ହୋଇଥିବା ଚର୍ବିକୁ ହ୍ରାସ କରିବାରେ ଏବଂ ହାଇଡ୍ରେଟେଡ୍ ରହିବାରେ ମଧ୍ୟ ସାହାଯ୍ୟ କରିଥାଏ ।

ଯଦିଓ ଆପଣ ପ୍ରତିଦିନ ୮-୧୦ ଗ୍ଲାସ୍ ପାଣି ପିଉଛନ୍ତି, ତେବେ ସପ୍ତାହରେ ଥରେ ୧-୨ ଗ୍ଲାସ୍ ଡିଟକ୍ସ ୱାଟର ନିଶ୍ଚିତ ପିଅନ୍ତୁ । ଏହା ଆପଣଙ୍କ ଶରୀରରେ ଜମା ହୋଇଥିବା ସମସ୍ତ ମଇଳାକୁ ଦୂର କରିଥାଏ । ଯେତେବେଳେ ଆପଣ ପାଣିରେ କିଛି ଅତିରିକ୍ତ ଜିନିଷ ମିଶାଇ ଏହାକୁ ପିଅନ୍ତି, ଏହାକୁ ଡିଟକ୍ସ ୱାଟର କୁହାଯାଏ । ଏହି ପ୍ରକାର ଜଳ ଆପଣଙ୍କ ଶରୀରରେ ଜମା ହୋଇଥିବା ବିଷାକ୍ତ ପଦାର୍ଥକୁ ବାହାର କରିବାରେ ସାହାଯ୍ୟ କରେ । ଏହା ଶରୀରର ଏନର୍ଜି ଲେବଲକୁ ଉନ୍ନତ କରିଥାଏ ଏବଂ ଓଜନ ହ୍ରାସ କରିବାରେ ମଧ୍ୟ ସାହାଯ୍ୟ କରିଥାଏ ।

ତାଜା ଫଳ, ହଳଦୀ କିମ୍ବା ଲେମ୍ବୁକୁ ମିଶାଇ ପ୍ରସ୍ତୁତ କରୁଥିବା ପାଣିକୁ ଡିଟକ୍ସ ୱାଟର କୁହାଯାଏ । ଆପଣ ଏହାକୁ ଫ୍ରୁଟ ଇନଫ୍ୟୁଜଡ୍ ୱାଟର କିମ୍ବା ଫ୍ରୁଟ ସାଲାଡ୍ ୱାଟର ବୋଲି ମଧ୍ୟ କହିପାରିବେ । ଡିଟକ୍ସ ୱାଟର ତିଆରି କରିବା ପାଇଁ ଆପଣ ନିଜ ପସନ୍ଦର ଫଳ, ପନିପରିବା ଏବଂ ଜଡିବୁଟି ମଧ୍ୟ ବ୍ୟବହାର କରିପାରିବେ । ଡିଟକ୍ସ ୱାଟର ମଧ୍ୟରେ ଲେମ୍ବୁ ଡିଟକ୍ସ ଏବଂ ମାଷ୍ଟର କ୍ଲିନ୍ସ ପରି ଡିଟକ୍ସ ୱାଟର ବେଶ ଲୋକପ୍ରିୟ ।

ଓଜନ ହ୍ରାସ କରିବାରେ ମଧ୍ୟ ଡିଟକ୍ସ ୱାଟର ସାହାଯ୍ୟ କରେ । ଏହାକୁ ପିଇବା ଦ୍ୱାରା ମେଟାବୋଲିଜିମ୍ ବୃଦ୍ଧି ପାଇଥାଏ ଏବଂ ଏହାର କ୍ୟାଲୋରୀ କମ୍ ଥିବାରୁ ଏହି ପାଣି ପିଇବା ଦ୍ୱାରା ମେଦବହୁଳତା କମିଯାଏ । ଡାଏଟରମାନଙ୍କୁ ଏହି ପ୍ରକାରର ଡିଟକ୍ସ ପାଣି ପିଇବାକୁ ପରାମର୍ଶ ଦିଆଯାଏ । ଏହି ପ୍ରକାର ପାଣିରେ ସୋଡା ଏବଂ ଫଳ ରସ ଅପେକ୍ଷା କମ୍ କ୍ୟାଲୋରୀ ଥାଏ ।

ଲିଭରକୁ ସମୟ ସମୟରେ ଡିଟକ୍ସାଇଡ୍ କରାଯିବା ଉଚିତ୍ । ଏଥିପାଇଁ ଆପଣ ହଳଦୀ ସହିତ ଗରମ ପାଣି କିମ୍ବା ହଳଦୀ ଚା’ ପିଇପାରିବେ । ଏହା ବ୍ୟତୀତ ଅଁଳା ରସ, ଅଦା ଏବଂ ଲେମ୍ବୁ ପାଣି ମଧ୍ୟ ଲିଭର ଏବଂ କିଡନୀକୁ ଡିଟକ୍ସିଫାଏ କରିଥାଏ । ଗ୍ରୀନ୍ ଟି ଏବଂ କଲରା ଜୁସ ମଧ୍ୟ ଲିଭର ଏବଂ କିଡନୀ ଫଙ୍କସନରେ ଉନ୍ନତି ଆଣିବା ପାଇଁ ପ୍ରଭାବଶାଳୀ ଭାବରେ କାମ କରେ । ଆପଣ ଏହି ଜିନିଷଗୁଡ଼ିକରୁ ଡିଟକ୍ସ ପାଣି ତିଆରି କରି ଏହାକୁ ପିଇପାରିବେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button