ଧର୍ମ

କେଉଁ କର୍ମ କଲେ – କେଉଁ ଜନ୍ମ ପାଇବେ ନିଶ୍ଚୟ ଠାରେ ଜାଣନ୍ତୁ

ଏହା ଆମେ ସମସ୍ତେ ଜାଣିଛୁ ଯେ ଗରୁଡ ପୁରାଣ ମଣିଷ ଜୀବନଶୈଳୀ ବିଷୟରେ ବହୁତ କିଛି କହୁଅଛି ଯାହା ହବାକୁ ଯାଉଛି ଏବଂ ଯାହା ହେଉଛି ତାହା ସବୁ ଗରୁଡ ପୁରାଣ କଥାରୁ ସ୍ପଷ୍ଟ ହୋଇଥାଏ, ଆଜି ଆମେ ଆପଣଙ୍କୁ ଏହା କହିବାକୁ ଯାଉଛୁ ଯେ ପୁନର ଜନ୍ମ ହୋଇଥାଏ ବା ନାହିଁ ଏହାର ସ୍ପଷ୍ଟୀ କରଣ ହୋଇ ନାହିଁ ତେବେ ଆମ ନିଜ ଏହି ଜନ୍ମରେ ଯାହା କର୍ମ କରିଥାଉ ତାହା ଆମ ଏହି ଜନ୍ମରେ ଭୋଗିବାକୁ ପଡିଥାଏ, ସେଥିପାଇଁ କୌଣସି କର୍ମ ଆଗରୁ ଭଲ ଭାବରେ ଚିନ୍ତା କରିବା ଉଚିତ ଅଟେ । ଆମେ ଆମ ଜୀବନରେ ଏମିତି କିଛି କରିଥାଉ ଯାହା ଆମକୁ ମଧ୍ୟ ଠିକ ଲାଗି ନଥାଏ ସେଥିପାଇଁ କେବେ ଶୀଘ୍ରତାରେ କୌଣସି ନିଷ୍ପତ୍ତି କରନ୍ତୁ ନାହିଁ ଏହା ଦ୍ଵାରା ଆପଣଙ୍କ ଖ୍ଯାତି ହୋଇଥାଏ ଏବଂ ଆପଣ ପାପୀ ହୋଇଥାନ୍ତି ।

Image Courtesy: Google

୧. ସନ୍ୟାସୀ :

ଯଦି କୌଣସି ମଣିଷ ସନ୍ୟାସୀ ହୋଇଥାଏ ଓ ସନ୍ୟାସ ଧାରଣ କଲା ପରେ କେଉଁ ସ୍ତ୍ରୀ ସହ ସମ୍ପର୍କ ସ୍ଥାପନା କରିବା ପାପ ଅଟେ, ବା ସନ୍ୟାସୀ ହୋଇ କୌଣସି ସ୍ତ୍ରୀ ଉପରେ ମୋହିତ ହବା ପାପ ଶ୍ରେଣୀରେ ଆସିଥାଏ, ଏହି ପାପ ପାଇଁ ମଣିଷକୁ କୁର୍ମି ହୋଇଥାଏ ।

୨. କଳିଆଣୀ :

ଯେଉଁ ମଣିଷ ସବୁ ବେଳେ ରାଉ ରାଉ ହୋଇଥାଏ ଓ କଳି କରିଥାଏ ସେହି ମଣିଷ ଆର ଜନ୍ମରେ ବିରାଡି ହୋଇଥାଏ ସେଥିପାଇଁ ସବୁ ବେଳେ କଳି କରିବା ଛାଡି ଦିଅନ୍ତୁ ।

 

Image Courtesy: Google

୩. ଲୋଭୀ :

ଯେଉଁ ଲୋକ ମଣିଷ ଜୀବନରେ ବହୁତ ଲୋଭ କରନ୍ତି ସେ ଆର ଜନ୍ମରେ ଛେଳି ଜନ୍ମ ନିଅନ୍ତି । ସେଥିପାଇଁ ଜୀବନରେ କେବେ ଲୋଭ କରନ୍ତୁ ନାହିଁ ଯେତିକି ଅଛି ସେତିକି ରେ ସନ୍ତୁଷ୍ଟ ରହିବା ଉଚିତ ।

୪. କଙ୍କଡା :

ଯେଉଁ ମଣିଷ ନିଜ ଜୀବନରେ ଅନ୍ୟ ଧନ ଓ ଅନ୍ୟ ସ୍ତ୍ରୀ ଉପରେ ନଜର ପକାଇଥାଏ, ସେ ଆର ଜନ୍ମରେ କଙ୍କଡା ରୂପରେ ଜନ୍ମ ହୋଇଥାଏ, ତେବେ କଙ୍କଡା ଜୀବନ କେମିତିକା ହୋଇଥାଏ ତାହା ଆପଣ ଜାଣିଛନ୍ତି ।

Image Courtesy: Google

୫. ଘୁଷୁରି :

ଯେଉଁ ଲୋକ ଅଖାଦ୍ୟକୁ ଭୋଜନ ରୂପରେ ଗ୍ରହଣ କରି ଥାନ୍ତି ସେ ଆର ଜନ୍ମରେ ଘୁଷୁରି ହୋଇ ଜନ୍ମ ହୁଅନ୍ତି ଏବଂ କଷ୍ଟ ପାନ୍ତି ।

୬. କୁକୁର :

ଯେଉଁ ଲୋକ ସବୁବେଳେ କଳି ଝଗଡା ଓ ବାକ ଯୁଧ କରିଥାନ୍ତି ଓ ନିଜ ଜୀବନରେ କେବେ ସନ୍ତୁଷ୍ଟ ହୁଅନ୍ତି ନାହିଁ ସେ ଆର ଜନ୍ମରେ କୁକୁର ହୋଇ ଜନ୍ମ ହୁଅନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button