ଦେଶ ବିଦେଶ

ଇଏ ହେଉଛନ୍ତି ସେହି ସବୁ ପକ୍ଷୀ ଯାହାଙ୍କ ଭିତରେ ରହିଛି ଭଗବାନ ଦେଇଥିବା ଅଦ୍ଭୁତ ଅଲୌକିକ ଶକ୍ତି, କଣ ଆପଣ ଜାଣିଛନ୍ତି! ଦେଖନ୍ତୁ

ଭଗବାନ ଏହି ଧରାପୃଷ୍ଠରେ ମଣିଷ ମାନଙ୍କ ସହିତ ପଶୁ ପକ୍ଷୀ ମାନଙ୍କୁ ମଧ୍ୟ ସୃଷ୍ଟି କରିଛନ୍ତି । ଆମର ଏହି ଧରାପୃଷ୍ଠରେ ଅନେକ ପ୍ରକାରର ପଶୁ ପକ୍ଷୀ ଅଛନ୍ତି । ପକ୍ଷୀ ମାନଙ୍କ ଭିତରେ ଏମିତି କିଛି ପକ୍ଷୀ ଅଛନ୍ତି ଯିଏ କି ଦେଖିବା ପାଇଁ ବହୁତ ସୁନ୍ଦର ହୋଇଥାନ୍ତି ଏବଂ ଆଉ କେତେକ ଚମତ୍କାରୀ ପକ୍ଷୀ ମଧ୍ୟ ଅଛନ୍ତି । ଆଜି ଆମେ ଆପଣଙ୍କୁ ସେମିତି କିଛି ଚମତ୍କାରୀ ପକ୍ଷୀଙ୍କ ବିଷୟରେ କହିବୁ ଯାହାଙ୍କ ଭିତରେ ଅଦ୍ଭୁତ ଅଲୌକିକ ଶକ୍ତି ଅଛି ।

୧ – ମୟୂର

ମୟୂରକୁ ପକ୍ଷୀ ମାନଙ୍କର ରାଜା ବୋଲି କୁହା ଯାଇଥାଏ ଏବଂ ଏହା ଭାରତର ଜାତୀୟ ପକ୍ଷୀ ଅଟେ । ମୟୂର ଭଗବାନ ଶିବଙ୍କ ପୁଅ କାର୍ତିକଙ୍କର ବାହନ ଅଟେ ଓ ମୟୂର ପୁଚ୍ଛକୁ ଭଗବାନ ଶ୍ରୀକୃଷ୍ଣ ତାଙ୍କ ମୁକୁଟରେ ଲଗାଇ ରଖୁଥିଲେ । ହିନ୍ଦୁ ଧର୍ମ ଅନୁସାରେ ମୟୂରର ହତ୍ୟା ହିନ୍ଦୁ ଧର୍ମରେ ମହାପାପ ବୋଲି କୁହାଯାଇ ଥାଏ ।

୨ – ନୀଳକଣ୍ଠ

ନୀଳକଣ୍ଠକୁ ଦେଖିବା ଦ୍ଵାରା ଭାଗ୍ୟର ଦ୍ଵାର ଖୋଲି ଯାଇଥାଏ ବୋଲି କୁହାଯାଏ ଏବଂ ଦଶରା ଦିନ ଏହି ପକ୍ଷୀକୁ ଦେଖିବା ବହୁତ ଶୁଭ ବୋଲି ମଧ୍ୟ କୁହାଯାଇ ଥାଏ । କୁହାଯାଏ କି ବିଜୟଦଶମୀ ଦିନ ନୀଳକଣ୍ଠ ପକ୍ଷୀକୁ ଦେଖିଥିବା ବ୍ୟକ୍ତିଙ୍କ ଘରେ ବର୍ଷ ସାରା ଶୁଭକାମ ହେଉଥାଏ । ଏହା ମଧ୍ୟ କୁହାଯାଇଛି କି ଭଗବାନ ରାମ ଏହି ପକ୍ଷୀର ଦର୍ଶନ ପରେ ହିଁ ରାବଣ ଠାରୁ ବିଜୟ ଲାଭ କରିଥିଲେ ।

୩ – ହଂସ

ହଂସକୁ ହିନ୍ଦୁ ଧର୍ମରେ ଉଚ୍ଚ ପଦ ଦିଆଯାଇଛି । ଯେତବେଳେ କୌଣସି ବ୍ୟକ୍ତି ସିଦ୍ଧ ହୋଇଯାଇଥାଏ ସେତବେଳେ କୁହାଯାଇ ଥାଏଆ କି ସେହି ବ୍ୟକ୍ତି ହଂସ ପଦ ପ୍ରାପ୍ତ କରି ନେଇଛନ୍ତି ଏବଂ ଯେଉଁ ବ୍ୟକ୍ତି ସମାଧିରେ ଚାଲିଯାଇ ଥାନ୍ତି ତାଙ୍କୁ ପରମହଂସ ପଦ ପ୍ରାପ୍ତ ହୋଇଥାଏ । ହଂସକୁ ପ୍ରେମ ଏବଂ ପବିତ୍ରତାର ପ୍ରତୀକ ବୋଲି କୁହାଯାଇ ଥାଏ ଏବଂ ହିନ୍ଦୁ ଧର୍ମରେ ହଂସକୁ ମାରିବା ପିତା ଏବଂ ଗୁରୁଙ୍କ ହତ୍ୟା ସହିତ ସମାନ ବୋଲି କୁହାଯାଇ ଥାଏ ।

୪ – ଘରଚଟିଆ

ଏହି ପକ୍ଷୀ ଯେଉଁ ଘରର ଆଖପାଖରେ ରହିଥାଏ କିମ୍ବା ଘର ଅଗଣାରେ ରହିଥାଏ ସେହି ଘରେ ସବୁବେଳେ ସୁଖ ଶାନ୍ତି ରହିଥାଏ ଏବଂ ସେହି ଘରେ ସବୁବେଳେ ଖୁସି ଲାଗିରହି ଥାଏ ।

୫ – ଶୁଆ

ଶୁଆର ସବୁଜ ରଙ୍ଗଙ୍କୁ ବୁଧଗ୍ରହଙ୍କ ସହିତ ଯୋଡା ଯାଇଥାଏ । କୁହାଯାଇ ଥାଏ କି ଶୁଆକୁ ପାଳିବା ଦ୍ଵାରା ବୁଧଗ୍ରହଙ୍କ କୁଦୃଷ୍ଟି ଦୂର ହୋଇ ଯାଇଥାଏ ଏବଂ ଏହାକୁ ଦେଖିବା ମାତ୍ରେ ହି ବ୍ୟକ୍ତିର ମନ ଶୀତଳ ହୋଇଯାଇ ଥାଏ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button