ଦେଶ ବିଦେଶ

ଭାଗ୍ୟ ସହ ପଶୁ-ପକ୍ଷୀଙ୍କର ରହିଥାଏ ସଂଯୋଗ, ଭୁଲ୍‌ରେ ବି ସେମାନଙ୍କୁ ଦିଅନ୍ତୁ ନାହିଁ କଷ୍ଟ

ପ୍ରାଚୀନ ବିଦ୍ୱାନମାନଙ୍କ ସହ ପଶୁ-ପକ୍ଷୀମାନଙ୍କ ଭବିଷ୍ୟ ଜ୍ଞାନର ମଧ୍ୟ ସଂକେତ ଦେଇଥାନ୍ତି। ସୃଷ୍ଟିର ପ୍ରତ୍ୟେକ ଜିନିଷ ସହିତ ଈଶ୍ୱରଙ୍କ ସମ୍ୱନ୍ଧ ରହିଛି। ଏହିକାରଣରୁ ଆଖପାଖରେ ଥିବା ସମସ୍ତ ବସ୍ତୁ, ବ୍ୟକ୍ତି ବିଶେଷ ଓ ପଶୁପକ୍ଷୀ ଆମ ଜୀବନ ଉପରେ ଗଭୀର ପ୍ରଭାବ ପକାଇଥାନ୍ତି। ଅନେକ ସମୟରେ ପଶୁ-ପକ୍ଷୀଙ୍କ ବାଣୀ ଦ୍ୱାରା ଭବିଷ୍ୟତର ସଂକେତ ମିଳିଥାଏ। ଆଜି ମଧ୍ୟ ପା-ପକ୍ଷୀମାନଙ୍କର ଏହି ବାଣୀର ସଂକେତକୁ ସତ୍ୟ ବୋଲି କୁହାଯାଇଥାଏ। କାରଣ ପ୍ରାତଃ କାଳରେ କାଉ ଦେଖିବା ଦ୍ୱାରା ସାରା ଦିନ ବ୍ୟସ୍ତ ରହିବା ସହ ଘରକୁ ଅତିଥି ଆସିବାର ସଂକେତ ମିଳିଥାଏ। କାଉର ରାବ ମଧ୍ୟ ଅଶୁଭ ହୋଇଥାଏ କିନ୍ତୁ ଏଥିପାଇଁ ଏମାନଙ୍କୁ ଦୋଷୀ କହିବା ଅନୁଚିତ୍‌। କାରଣ ତାଙ୍କର ଏହି ସଂକେତ ମାଧ୍ୟମରେ ହିଁ ଆମମାନଙ୍କୁ ଆଗରୁ ସୂଚନା ମିଳିଥାଏ। ଠିକ୍‌ ସେହିପରି କୁକୁର ମଧ୍ୟ ସଚୋଟ୍‌ ପ୍ରାଣୀ। କୁକୁର ମଧ୍ୟ କୌଣସି କାର୍ଯ୍ୟ ଶୀଘ୍ର କରିବା କିମ୍ବା କିଛି ସୂଚନା ଦେବା ପାଇଁ ନିଜର ସଂକେତ ଦେଇଥାଏ। ତେଣୁ ଏହିସବୁ କାରଣରୁ ଘରେ ରଖାଯାଇଥିବା ପଶୁ-ପକ୍ଷୀମାନଙ୍କୁ କଷ୍ଟ ଦେବା ଦ୍ୱାରା ଏହାର ପରିଣାମ ଭୋଗ କରିବାକୁ ପଡ଼ିଥାଏ। ତେବେ ଜାଣନ୍ତୁ ଗୃହପାଳିତ ପଶୁ-ପକ୍ଷୀମାନଙ୍କୁ କଷ୍ଟ ଦେଲେ କେଉଁ ସବୁ ଅସୁବିଧା ଦେଖାଯାଇଥାଏ।

-ବିନା କୌଣସି କାରଣରେ ଜୀବନରେ ସମସ୍ୟା ଉତ୍ପନ୍ନ ହୋଇଥାଏ।

-ଶରୀରରେ ଅନେକ ପ୍ରକାର ରୋଗ ଦେଖାଯାଇଥାଏ।

birds

-ପରିବାରରେ ମାନସିକ ଅଶାନ୍ତି ଦେଖାଯିବା ସହ ଋଣଗ୍ରସ୍ତ ହୋଇଥାନ୍ତି।

-କିନ୍ତୁ ପଶୁ-ପକ୍ଷୀଙ୍କ ଯତ୍ନ ନେବା ଦ୍ୱାରା ଶନି ଏବଂ ରାହୁ ଦଶା କମ ହୋଇଥାଏ।

 

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button