ଦେଶ ବିଦେଶ

ଉଦ୍‌ଘାଟନ ପୂର୍ବରୁ ବନ୍ଦେ ଭାରତ ଟ୍ରେନ୍‌ ଉପରକୁ ପଥରମାଡ଼, ମାମଲା ରୁଜୁ

ସନ୍ତା ୧୫ ତାରିଖରେ ଉଦ୍ଘାଟନ ହୋଇଥାନ୍ତା ବନ୍ଦେ ଭାରତ ଟ୍ରେନ୍। ଏହା ପୂର୍ବରୁ ଚାଲୁଥିଲା ଟ୍ରାଏଲ୍ ରନ୍। ଏହି ସମୟରେ ଟ୍ରେନ୍ ଉପରକୁ ହେଲା ପଥରମାଡ଼। ଏଥିରେ ଟ୍ରେନ୍ର ବିଭିନ୍ନ ସ୍ଥାନରେ କାଚ ଭାଙ୍ଗି ଯାଇଥିବା ଜଣାଯାଇଛି। ଏପରି ଏକ ଘଟଣା ବିହାରରେ ଘଟିଛି।

ଟ୍ରେନ୍ଟି ଜାମସେଦପୁର ଟାଟାରୁ ବାହାରି ଗୋମୋସ୍ଥିତ ନେତାଜୀ ସୁବାସ ଚନ୍ଦ୍ର ବୋଷ ଜଙ୍କସନ୍ ହୋଇ ଗୟା ଅଭିମୁଖେ ଯାଉଥିଲା।

ଟ୍ରେନ୍ଟି ବନ୍ଧୁଆ ଓ ଟନକୁପ୍ପା ଷ୍ଟେଶନ ମଝିରେ ହୋଇଥିବା ବେଳେ କିଛି ଅସାମାଜିକ ଯୁବକ ଟ୍ରେନ୍ ଉପରେ ଆଖିବୁଜା ପଥରମାଡ଼ କରିଥିଲେ। ଏଥିରେ ଟ୍ରେନ୍ର ବିଭିନ୍ନ ସ୍ଥାନରେ କାଚ ଭାଙ୍ଗି ଯାଇଥିବା ଜଣାଯାଇଛି।

ଖବର ପାଇ ବରିଷ୍ଟ ରେଳ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଟ୍ରେନ୍ର ସ୍ଥିତି ଯାଞ୍ଚ କରିଛନ୍ତି। ଏଥିସହ ଏନେଇ ଆରପିଏଫ୍ରେ ଏକ ମାମଲା ରୁଜୁ ହୋଇଛି। ପଥର କିଏ ଓ କାହିଁକି ପକାଇ ଦେଶର ସମ୍ପତ୍ତିକୁ ନଷ୍ଟ କରୁଛି ତାହାର ତଦନ୍ତ ଅଆରମ୍ଭ କରିଛି ଆରପିଏଫ ପୁଲିସ୍। ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯି ବୋଲି ଅଧିକାରୀ କହିଛନ୍ତି।

ଗତବର୍ଷ ଅକ୍ଟୋବରରେ ରାଜସ୍ଥାନରେ ଭିଲୱାଡାରେ ବି ସମାନ ପ୍ରକାର ଘଟଣା ଘଟିଥିଲା। ବନ୍ଦେ ଭାରତ ଟ୍ରେନ୍ ଉପରକୁ ପଥର ମାଡ଼ ହୋଇଥିବା ବେଳେ ଏଥିରେ କିନ୍ତୁ କୌଣସି ଯାତ୍ରୀ ଆହତ ହୋଇ ନ ଥିଲେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button