ଦେଶ ବିଦେଶ

ବାପାମାଆଙ୍କ ସାମ୍ନାରେ ୨୮ ବର୍ଷୀୟ ଯୁବକଙ୍କୁ ହତ୍ୟା

ନୂଆଦିଲ୍ଲୀ: ଶନିବାର ମୁମ୍ବାଇର ମଲାଦଠାରେ ଏକ ସଡ଼କ ଦୁର୍ଘଟଣା ଘଟି ଭୟଙ୍କର ପରିସ୍ଥିତି ଉପୁଜିଛି। ଏକ ଅଟୋରିକ୍ସା ଏକ ଗାଡିକୁ ଧକ୍କା ଦେବା ନେଇ ବିବାଦ ଉପୁଜିବା ପରେ ଜଣେ ୨୮ ବର୍ଷୀୟ ବ୍ୟକ୍ତିଙ୍କୁ ମାଡ ମାରି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।

ପୀଡିତ ଜଣକ ମହାରାଷ୍ଟ୍ରର ନବନିର୍ମାଣ ସେନା କର୍ମଚାରୀ ଆକାଶ ମାଏନ ବୋଲି ଜଣାପଡିଛି।

ବିବାଦ ସମୟରେ ସେ ତାଙ୍କ ପିତାମାତାଙ୍କ ସହ ଥିଲେ।

ଶନିବାର ସନ୍ଧ୍ୟାରେ ସଂପୃକ୍ତ ଅଞ୍ଚଳର ପୁଷ୍ପା ପାର୍କ ନିକଟରେ ଏକ ଅଟୋ ଡ୍ରାଇଭର ଆକାଶଙ୍କ କାରକୁ ଓଭରଟେକ କରିବାକୁ ଚେଷ୍ଟା କରି ଧକ୍କା ଦେଇଥିଲା। ଏହାଦ୍ୱାରା ସେମାନଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା, ଏହା ପରେ ଅଟୋ ଡ୍ରାଇଭର ଚାଲିଯାଇଥିଲେ ବୋଲି ପୁଲିସ କହିଛି।

ମାତ୍ର ପରେ ଅଟୋ ଡ୍ରାଇଭରଙ୍କ ସମର୍ଥନରେ ଏକତ୍ରିତ ହୋଇଥିବା ଜନତା ପରେ ଆକାଶଙ୍କୁ ଆକ୍ରମଣ କରିଥିଲେ। ସେହି ସମୟର ଏକ ଭିଡିଓ ଏବେ ସେସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି।

ଭିଡିଓରେ ଦେଖିବାକୁ ମିଳିଛି ଯେ ଆକାଶାଙ୍କ ବାପା ତାଙ୍କୁ ସୁରକ୍ଷା ଦେବାକୁ ଚେଷ୍ଟା କରି ମଧ୍ୟ ବିଫଳ ହୋଇଥିଲେ। ଆକାଶଙ୍କୁ ବଞ୍ଚାଇବା ପାଇଁ ତାଙ୍କ ମାଆ ଆକାଶଙ୍କ ଉପରେ ଶୋଇ ରହିଥିଲେ ବି ଉତ୍ତ୍ୟେକ୍ତ ଜନତା ତାଙ୍କୁ ଛାଡ଼ି ନଥିଲେ। ଫଳରେ ଆକାଶଙ୍କର ଭିଡ଼ ହିଂସା ହେତୁ ମୃତ୍ୟୁ ଘଟିଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button