ଧର୍ମ

ଶ୍ରୀକ୍ଷେତ୍ରରେ ଚନ୍ଦନ ଯାତ୍ରା ଅଵସରରେ ଶ୍ରୀମଦନମୋହନଙ୍କ ଏକୋଇଶି ଦିନ ବ୍ୟାପି ଏକୋଇଶି ପ୍ରକାର ବେଶ ଆରମ୍ଭ

ପବିତ୍ର ଅକ୍ଷୟ ତୃତୀୟା ଅବସର ରେ ଶ୍ରୀକ୍ଷେତ୍ରରେ ଶ୍ରୀଜୀଉ ମାନଙ୍କ ଆରମ୍ଭ ହୋଇଛି ପବିତ୍ର ଚନ୍ଦନ ଯାତ୍ରା। ଶ୍ରୀଶ୍ରୀମଦନମୋହନ , ଭୁ ଦେବୀ ଏବଂ ଶ୍ରୀଦେବୀ,ଶ୍ରୀରାମକୃଷ୍ଣ ଙ୍କ ସହିତ ଶ୍ରୀକ୍ଷେତ୍ର ର ପଞ୍ଚ ମହାଦେବ ସୁସଜିତ ବିମାନରେ ଭକ୍ତଙ୍କ ସଂକୀର୍ତ୍ତନ ଓ ପଟୁଆରରେ ନରେନ୍ଦ୍ର ପୁଷ୍କରିଣୀ କୁ ବିଜେ କରୁଛନ୍ତି।

ଏହି ପୁଷ୍କରିଣୀ ରେ ପ୍ରସ୍ତୁତ ହୋଇଥିବା ନନ୍ଦା ଓ ଭଦ୍ରା ନାମକ ଦୁଇଟି ଚାପ ରେ ନୌକା ବିହାର ବା ଚାପ ଖେଳିବା ସହିତ ଚନ୍ଦନ କୁଣ୍ଡରେ ଜଳକ୍ରୀଡ଼ା କରୁଛନ୍ତି। ଏହାପରେ ଚଳନ୍ତି ବିଗ୍ରହ ଶ୍ରୀଶ୍ରୀମଦନ -ମୋହନ ଭିନ୍ନ ଭିନ୍ନ ବେଶରେ ଭକ୍ତଂକୁ ଦର୍ଶନ ଦେବା ପରେ ସ୍ଵତନ୍ତ୍ର ଭାବରେ ପ୍ରସ୍ତୁତ ମାଣ୍ଡୁଅ ଭୋଗ ପ୍ରଭୁଙ୍କୁ ଅର୍ପଣ କରାଯାଉଛି।ଏହାପରେ ରାତ୍ରି ଚାପ ଅନୁଷ୍ଠିତ ହେବାପରେ।ଶ୍ରୀଜୀଉ ମାନେ ଶ୍ରୀମନ୍ଦିର କୁ ବାହୁଡା ବିଜେ କରୁଛନ୍ତି।

ପରମ୍ପରା ଅନୁଯାୟୀ ଶ୍ରୀମଦନମୋହନଚନ୍ଦନ ଯାତ୍ରା ର ପ୍ରଥମ ଦିନ ଭକ୍ତ ମାନଙ୍କୁ ନଟବର ବେଶରେ ଦର୍ଶନ ଦେଇଥିଲେ।ଏଥିପାଇଁ ଚନ୍ଦନ ଚକଡ଼ାରେ ଭକ୍ତ ଙ୍କ ଗହଳି ଦେଖିବାକୁ ମିଳିଥିଲା। ପ୍ରବାଦ ରହିଛି ଏହି ବେଶ ଦର୍ଶନ କଲେ ଈଶ୍ୱରଙ୍କ ପ୍ରତି ଆନୁଗତ୍ୟ ପ୍ରକାଶ ପାଇଥାଏ। ଏହାପରେ ଶିତଲ ଭୋଗ ବଢି ଶ୍ରୀଜୀଉ ମାନେ ଶ୍ରୀମନ୍ଦିର କୁ ବାହୁଡା ବିଜେ କରିଥିଲେ। ଶ୍ରୀମଦନମୋହନ ଏହିପରି ଏକୋଇଶି ଦିନରେ ଏକୋଇଶି ପ୍ରକାର ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button