ଓଡିଶା

ମନ୍ତ୍ରୀଙ୍କ ସହ ବୈଠକ ପରେ ବସ୍‌ ଧର୍ମଘଟ ଡାକରା ପ୍ରତ୍ୟାହୃତ

ମାଜ ଡିଜିଟାଲ ଡେସ୍କ: ବ୍ରହ୍ମପୁରରେ ଆଜି ସନ୍ଧ୍ୟାରୁ ହେବାକୁ ଥିବା ବସ୍‌ ଧର୍ମଘଟ ଡାକରା ପ୍ରତ୍ୟାହୃତ ହୋଇଛି। ପରିବହନ ମନ୍ତ୍ରୀ ବିଭୁତିଭୂଷଣ ଜେନାଙ୍କ ବାସଭବନରେ ବସିଥିବା ବୈଠକ ପରେ ଧର୍ମଘଟରୁ ଓହରିଛି ଦକ୍ଷିଣ ଓ ପଶ୍ଚିମାଞ୍ଚଳ ଘରୋଇ ବସ ମାଲିକ ସଂଘ। ବୈଠକରେ ଘରୋଇ ବସ ମାଲିକ ସଂଘର ସମସ୍ତ ଦାବିକୁ ସରକାର ମାନିଥିବା ବେଳେ ଏହା ଉପରେ ତର୍ଜମା କରାଯିବ।

ଦଶହରା ପୂଜା ଥିବାରୁ ଏହି ଅବସରରେ ବସ ସେବା ଚାଲୁ ରଖିଥିବାକୁ ମନ୍ତ୍ରୀ କହିଥିଲେ। ଯାହାକୁ ଘରୋଇ ବସ ମାଲିକ ସଂଘ ମାନି ନେଇଛି। ଜିଲା ସଦର ମହକୁମାରୁ ବ୍ଲକକୁ ଲକ୍ଷ୍ମୀ ବସ୍‌ ଚଳାଚଳକୁ ନେଇ ବିରୋଧ କରିଛି ଘରୋଇ ବସ ମାଲିକ ସଂଘ। ଏହାକୁ ନେଇ ଆଜି ସନ୍ଧ୍ୟାରୁ ବସ ଧର୍ମଘଟ ଦିଆଯାଇଥିଲା।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button