ଦେଶ ବିଦେଶ

ବ୍ୟାଙ୍କ୍ ଅଫ୍ ବରୋଦାରେ ୨୭୦୦ ନିଯୁକ୍ତି ପଦବୀ ଖାଲି, ଜାଣନ୍ତୁ କିପରି କରିବେ ଆବେଦନ

ବ୍ୟାଙ୍କରେ ଚାକିରି କରିବାକୁ ଚାହୁଁଥିବା ପ୍ରାର୍ଥୀଙ୍କ ପାଇଁ ବଡ଼ ସୁଯୋଗ । ବ୍ୟାଙ୍କ୍ ଅଫ୍ ବରୋଦା(Bank of Baroda) ୨୭୦୦ ଆପ୍ରେଣ୍ଟିସ୍ ପଦବୀ ପାଇଁ ନିଯୁକ୍ତି ଆରମ୍ଭ କରିଛି । ଇଚ୍ଛୁକ ପ୍ରାର୍ଥୀ ନଭେମ୍ବରରୁ ଆବେଦନ କରିପାରିବେ । ଅଧିକ ବିବରଣୀ ପାଇଁ ଏହାର ଅଫିସିଆଲ ୱେବସାଇଟକୁ ଯାଇ ଚେକ୍ କରିପାରିବେ ।

ପଦବୀ ବିବରଣୀ : ୨୭୦୦

ଆବେଦନ ତାରିଖ : ଆବେଦନକାରୀ ୧୧ ନଭେମ୍ବରରୁ ୧ ଡିସେମ୍ବର ପର୍ଯ୍ୟନ୍ତ ନିଯୁକ୍ତି ପାଇଁ ଆବେଦନ କରିପାରିବେ

ବୟସ ସୀମା : ଆବେଦନକାରୀଙ୍କ ବୟସ ସୀମା ୨୦ ବର୍ଷରୁ ୨୮ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ । ସରକାରଙ୍କ ନିୟମାନୁସାରେ SC,ST ପ୍ରାର୍ଥୀଙ୍କ ବୟସ ସୀମାରେ ୫ ବର୍ଷ ଛାଡ କରାଯାଉଥିବାବେଳେ  OBC ପ୍ରାର୍ଥୀଙ୍କୁ ୩ ବର୍ଷ ଏବଂ ଦିବ୍ୟାଙ୍ଗ ପ୍ରାର୍ଥୀଙ୍କୁ ୧୦ ବର୍ଷ ଛାଡ ଦିଆଯିବ ।

ଶିକ୍ଷାଗତ ଯୋଗ୍ୟତା : ଏହି ପଦବୀ ଭର୍ତ୍ତି ପାଇଁ ସ୍ବୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ଯେକୌଣସି ବିଷୟରେ ଗ୍ରାଜୁଏସନ ଡିଗ୍ରୀ ହାସଲ କରିଥିବା ଜରୁରୀ ।

ଆବେଦନ ଶୁଳ୍କ : ଜେନେରାଲ,OBC ଏବଂ EWS ପ୍ରାର୍ଥୀଙ୍କ ପାଇଁ ୮୦୦ ଟଙ୍କା ଶୁଳ୍କ ଥିବାବେଳେ ଦିବ୍ୟାଙ୍ଗ ପ୍ରାର୍ଥୀଙ୍କ ପାଇଁ ୪୦୦ ଟଙ୍କା ଧାର୍ଯ୍ୟ କରାଯାଇଛି । SC ଏବଂ ST ପ୍ରାର୍ଥୀଙ୍କୁ ଶୁଳ୍କ ଛାଡ କରାଯାଇଛି ।

ଷ୍ଟାଇପେଣ୍ଟ : ଏହି ପଦବୀ ପାଇଁ ମନୋନୀତ ପ୍ରାର୍ଥୀଙ୍କୁ ୧୫ ହଜାର ଟଙ୍କା ଷ୍ଟାଇପେଣ୍ଟ ମିଳିବ ।

ଚୟନ ପ୍ରକ୍ରିୟା : ୩ଟି ପର୍ଯ୍ୟାୟରେ ପ୍ରାର୍ଥୀଙ୍କୁ ଚୟନ କରାଯିବ । ଏହି ପର୍ଯ୍ୟାୟରେ ଲିଖିତ ପରୀକ୍ଷା, ଡକ୍ୟୁମେଣ୍ଟ ଯାଞ୍ଚ ଏବଂ ଲୋକାଲ୍ ଭାଷାର ପରୀକ୍ଷା ସାମିଲ ରହିଛି । ଲିଖିତ ପରୀକ୍ଷା ୧୦୦ ନମ୍ବରର ରହିବ । ସାଧାରଣ ଜ୍ଞାନ, କମ୍ପ୍ୟୁଟର ଜ୍ଞାନ, ଗାଣିତିକ ଜ୍ଞାନ ସମେତ ଅନ୍ୟାନ୍ୟ ବିଷୟରେ ପଚରାଯିବ । ପରୀକ୍ଷାର ସମୟ ସୀମା ଗୋଟିଏ ଘଣ୍ଟା ରହିବ । ଡକ୍ୟୁମେଣ୍ଟ ଯାଞ୍ଚ ଏବଂ ଲୋକାଲ୍ ଭାଷାର ପରୀକ୍ଷା ପରେ ଯୋଗ୍ୟ ପ୍ରାର୍ଥୀଙ୍କୁ ମନୋନୀତ କରାଯିବ ।

ଆବେଦନ ପ୍ରକ୍ରିୟା :

ପ୍ରଥମେ ଏହାର ଅଫିସିଆଲ ୱେବସାଇଟକୁ ଯାଆନ୍ତୁ

“Apprentice Recruitment 2025” ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ

ନାଁ, ଇମେଲ୍ ଏବଂ ମୋବାଇଲ ନମ୍ବର ଦେଇ ପଦବୀ ଭର୍ତ୍ତିରେ ଏଣ୍ଟ୍ରି କରନ୍ତୁ

ରେଜିଷ୍ଟ୍ରେସନ କରି ସାରିବା ପରେ ଫର୍ମରେ ଶିକ୍ଷାଗତ ଯୋଗ୍ୟତା ଭରନ୍ତୁ

ଡକ୍ୟୁମେଣ୍ଟ ଅପଲୋଡ୍ କରି ଆବେଦନ ଶୁଳ୍କ ଦେଇ ଫର୍ମ ସବମିଟ୍ କରନ୍ତୁ

ଶେଷରେ ପ୍ରିଣ୍ଟଆଉଟ୍ ବାହାର କରି ସୁରକ୍ଷିତ ଭାବେ ରଖନ୍ତୁ

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button