ଦେଶ ବିଦେଶ

ପାକ୍‌ ଗୁଇନ୍ଦା ସଂସ୍ଥାକୁ ଖବର ଦେଉଥିବା ଅଭିଯୋଗ: କାନପୁର ଗୋଳାବାରୁଦ କାରଖାନା କର୍ମଚାରୀ ଗିରଫ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ଏଟିଏସ୍‌ (ଆତଙ୍କବାଦୀ ନିରୋଧ ଦଳ) ଆଜି କାନପୁରର ଏକ ଗୋଳାବାରୁଦ କାରଖାନାର ଜଣେ କର୍ମଚା‌ରୀଙ୍କୁ ଗିରଫ କରିଛି। ପାକିସ୍ତାନୀ ଗୁଇନ୍ଦା ସଂସ୍ଥାକୁ ସମ୍ବେଦନଶୀଳ ଖବର ଦେଉଥିବା ଅଭିଯୋଗରେ ଏଟିଏସ୍‌ ଏହି କର୍ମଚାରୀଙ୍କୁ ଗିରଫ କରିଥିବା ଏକ ବିବୃତିରେ କୁହାଯାଇଛି।  ସୂଚନାନୁଯାୟୀ ଜୁନିଅର ମ୍ୟାନେଜର କୁମାର ବିକାଶଙ୍କ ଦ୍ବାରା ସୋସିଆଲ ମିଡିଆ ଦ୍ବାରା ସମ୍ବେଦନଶୀଳ ଖବର ଦିଆଯାଉଥିଲା। ଏନେଇ ତଦନ୍ତ ହେବାପରେ କୁମାର ଗିରଫ ହୋଇଛନ୍ତି। ତଦନ୍ତରୁ ଜଣାପଡ଼ିଛି ଯେ ବିକାଶଙ୍କର ଜଣେ ସନ୍ଦିଗ୍ଧ ପାକିସ୍ତାନୀ ଏଜେଣ୍ଟ୍‌ଙ୍କ ସହ ଯୋଗାଯୋଗ ଥିଲା।

ଯିଏ କି ‘ନେହା ଶର୍ମା’   ନାଁରେ ତାଙ୍କ ସହ ଯୋଗାଯୋଗ ରଖିଥିଲେ। ଗୋଳାବାରୁଦ କାରଖାନା ସଂକ୍ରାନ୍ତରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ସୂଚନା ବିକାଶ ହ୍ବାଟ୍ସଆପ୍‌ ଜରିଆରେ ଏହି ପାକିସ୍ତାନୀ ଏଜେଣ୍ଟକୁ ପଠାଉଥିଲା। ତଦନ୍ତରୁ ଜଣାପଡ଼ିଛି ଯେ ପାକିସ୍ତାନୀ ଏଜେଣ୍ଟ ନିଜକୁ ଭାରତ ହେଭି ‌ଇଲେକଟ୍ରୋନିକ୍ସ ଲିମିଟେଡ୍‌ (ବିଏଚଇଏଲ୍‌)ର ଜଣେ କର୍ମଚାରୀ ବୋଲି ଦର୍ଶାଇଥିଲା ଏବଂ ପ୍ରଥମେ ସେ ବିକାଶ ସହ ଫେସବୁକ୍‌ରେ ବନ୍ଧୁତା କରିଥିଲା। ପରେ ସେମାନେ ମୋବାଇଲ ନମ୍ବର ଦେଇ ହ୍ବାଟ୍ସଆପ୍‌ରେ ଯୋଗାଯୋଗ କଲେ। ଉଲ୍ଳେଖଯୋଗ୍ୟ ଯେ ମାର୍ଚ୍ଚ ୧୩ ତାରିଖରେ ଏହି ସମାନ ଅଭିଯୋଗରେ ଅନ୍ୟ ଏକ ଗୋଳାବାରୁଦ କାରଖାନାର ଜଣେ କର୍ମଚାରୀ ରବିନ୍ଦ୍ର କୁମାର ଗିରଫ ହୋଇଥିଲେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button