ତେଲେଙ୍ଗାନା ପୁଲିସର ବଡ଼ ଅପରେସନ: ୭ ମାଓବାଦୀ ମୃତ

/ହାଇଦ୍ରାବାଦ: ମାଲକାନଗିରି ଜିସୀମାନ୍ତ ତେଲେଙ୍ଗାନା ରାଜ୍ୟର ମୁଲୁଗୁ ଜିଲ୍ଲାରେ ପୁଲିସକୁ ବଡ଼ ସଫଳତା ମିଳିଛି। ପୁଲିସ ପକ୍ଷରୁ ହୋଇଥିବା ଏକ ସ୍ବତନ୍ତ୍ର ଅପରେସନରେ ୭ ମାଓବାଦୀଙ୍କର ଏନକାଉଣ୍ଟରରେ ମୃତ୍ୟୁ ଘଟିଛି। ଏହି ପ୍ରସଙ୍ଗରେ ମୁଲୁଗୁ ଏସପି ଶାବରିଶ କହିଛନ୍ତି ଯେ ଏନ୍ତୁରୁନଗରାମ ଜଙ୍ଗଲ ଅଞ୍ଚଳରେ ଏହି ଏନକାଉଣ୍ଟର ହୋଇଛି।
ଶାବରିଶ କହିଛନ୍ତି ଯେ, ଏନ୍ତୁରୁନଗରାମ ଜଙ୍ଗଲ ଅଞ୍ଚଳରେ ପୁଲିସର ଏନକାଉଣ୍ଟରରେ ମାଓବାଦୀଙ୍କ ମୃତ୍ୟୁ ଘଟିଛି। ଏହି ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଜାରି ରହିଛି।
ତଥାପି, ଏହା ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବେ ନିଶ୍ଚିତ ହୋଇନାହିଁ। ଏହି ଏନକାଉଣ୍ଟର ସମ୍ପର୍କରେ ପୁଲିସ ପ୍ରଶାସନ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ବିବୃତି ଜାରି କରାଯାଇ ନାହିଁ। ଏହା ସହିତ ପୁଲିସ ୨ଟି ଏକେ-୪୭ ବନ୍ଧୁକ ଜବତ କରିଥିବା କୁହାଯାଉଛି।
ସୂଚନାଯୋଗ୍ୟ, ସେପ୍ଟେମ୍ବର ପୂର୍ବରୁ ତେଲେଙ୍ଗାନାର ଭଦ୍ରାଡ୍ରିର କୋଥାଗୁଡେମ ଅଞ୍ଚଳରେ ତେଲେଙ୍ଗାନା ପୁଲିସ ଏବଂ ମାଓବାଦୀଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ହୋଇଥିଲା। ଯେଉଁଥିରେ ୬ଜଣ ମାଓବାଦୀ ନିହତ ହୋଇଥିଲେ। ତେବେ ଏହି ଅପରେସନରେ ଦୁଇ ଜଣ ପୁଲିସ ଆହତ ହୋଇଛନ୍ତି। ମୃତ ମାଓବାଦୀଙ୍କ ମଧ୍ୟରେ ଜଣେ ମହିଳା ମଧ୍ୟ ଥିଲେ।