ପଞ୍ଚାୟତସ୍ତରୀୟ ପରବ ପାଳନରେ ବ୍ୟତିକ୍ରମ କରନ୍ତୁନି: ଜିଲ୍ଲାପାଳ

କୋରାପୁଟ:ରାଜ୍ୟସ୍ତରୀୟ ଲୋକ ମହୋତ୍ସବ ପରବର ଶୁଭାରମ୍ଭ ସେମିଳିଗୁଡା ବ୍ଲକର ଦୁଧାରୀରୁ ଆରମ୍ଭ ହୋଇଛି। ଡିସେମ୍ବର ୧୪ରୁ ୧୮ତାରିଖ ଯାଏଁ ମୁଖ୍ୟ ମହୋତ୍ସବ ଏଥରକ ନୂଆ ମଞ୍ଚ କୁମ୍ଭା ଠାରେ ଅନୁଷ୍ଠିତ ହେବ। ଏବେ ପଞ୍ଚାୟତ , ବ୍ଲକ, ଓ ପୌରପାଳିକାସ୍ତରୀୟ ପରବ ପାଳନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେଉଛି।
ପ୍ରତ୍ୟେକ ପଞ୍ଚାୟତରେ ପରବ ପାଳନ କରାଯିବ।
ଏଥିରେ ବ୍ୟତିକ୍ରମ କରନ୍ତୁନି ବୋଲି ଜିଲ୍ଲାପାଳ ଭି.କୀର୍ତ୍ତିଭାସନ ଜିଲ୍ଲାର ସବୁ ବ୍ଲକର ବିଡିଓମାନଙ୍କୁ କହିଛନ୍ତି। ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟ, ୱାର୍ଡ ସଭ୍ୟ, ଜିଲ୍ଲାପରିଷଦ ସଭ୍ୟ, ବିଧାୟକ ଆଦିଙ୍କୁ ନେଇ ପରବ ମହୋତ୍ସବ ପାଳନ କରିବାକୁ କହିଥିଲେ ଜିଲ୍ଲାପାଳ ।
ଯେଉଁ ପଞ୍ଚାୟତରେ ଲୋକ ପ୍ରତିନିଧି ସହଯୋଗ ନ କରିଲେ ସରକାରୀ ସ୍କୁଲର ଛାତ୍ରଛାତ୍ରୀଙ୍କୁ ନେଇ ସ୍ଥାନୀୟ ପିଲା ମାନେ ଯଦି ସାମିଲ ହେବାକୁ ଚାହିଁଲେ ସାମିଲ କରି ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରିବାକୁ କହିଥିଲେ। ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବା ଯେଉଁ ଲକ୍ଷ୍ୟ ରହିଛି ତାହା ସବୁ ମନେ ରଖିବାକୁ ପରାମର୍ଶ ଦେଇଥିଲେ। ଆସନ୍ତା ମାସ ବ୍ୟାପି ସବୁ ବ୍ଲକରେ ପରବ ପାଳନ କରାଯିବାକୁ ପଡ଼ିବ ବୋଲି କହିଥିଲେ ଜିଲ୍ଲାପାଳ। ଏକାଦିନରେ ସାଂସ୍କୃତିକ, କ୍ରୀଡା ପ୍ରତିଯୋଗିତା ଆଦି ନ ରଖି ଭିନ୍ନ ଭିନ୍ନ ଦିନ କାର୍ଯ୍ୟକ୍ରମ ସବୁ କରିବାକୁ ପରାମର୍ଶ ଦେଇଥିଲେ ଜିଲ୍ଲାପାଳ। ୧୮ତାରିଖରୁ ୨୫ତାରିଖ ଯାଏଁ ବ୍ଲକସ୍ତରୀୟ କାର୍ଯ୍ୟକ୍ରମ କରାଯିବାକୁ ଜିଲ୍ଲା ସଂସ୍କୃତି ପରିଷଦ ପକ୍ଷରୁ ଏକ ଚିଠା ପ୍ରକାଶ ପାଇଛି।
୨୭ତାରିଖ ଦିନ କୋରାପୁଟ ସ୍ପୋର୍ଟସ୍ କମ୍ପ୍ଲେକ୍ସ ପରିସରରେ ପୁରୁଷଓ ମହିଳା, ସିଙ୍ଗଲସ୍ ଓ ଡବଲସ୍ ବ୍ୟାଡମିଣ୍ଟନ ପ୍ରତିଯୋଗିତା କରାଯିବ। ୨୮ତାରିଖ ଦିନ କୋରାପୁଟ କମ୍ପ୍ଲେକ୍ସରେ କବାଡି (ମହିଳା ଓପୁରୁଷ), ୨୯ତାରିଖ ଦିନ ଜୟପୁର ସ୍ପୋର୍ଟସ୍ କମ୍ପ୍ଲେକ୍ସ ପରିସରରେ ଆଥଲେଟିକ୍ସ ମହିଳା ଓ ପୁରଷ, ୧୦୦,୨୦୦, ୪୦୦ ଓ ୮୦୦ମିଟର ଦୈଡ, ଲମ୍ବଡିଆଁ, ଉଚ୍ଚଡିଆଁ, ସଟପୁଟ, ଡିସକୋସ ଥ୍ରୋ, ଜାଭେଲିନ୍ ଓ ହାମେର ଥ୍ରୋ ପ୍ରତିଯୋଗିତା ଅନୁଷ୍ଠିତ ହେବ।
୩୦ତାରିଖ ଦିନ ଭଲିଭଲ (ମହିଳା ଓ ପୁରୁଷ) କୋରପୁଟ ସ୍ପୋର୍ଟସ କମ୍ପ୍ଲେକ୍ସ, ଡିସେମ୍ବର ୨ତାରିଖ ଦିନ କୋଟପାଡ ଭୌରବ ପଡ଼ିଆରେ ଫୁଟବଲ ଓ କୋରାପୁଟ ସ୍ପୋଟର୍ସ କମ୍ପ୍ଲେକ୍ସରେ ଅର୍ଚ୍ଚେରୀ (ପୁରୁଷ), ୩ତାରିଖ ଦିନ କୋରାପୁଟ ସହରରେ କ୍ରସକଣ୍ଟ୍ରୀ(ପୁରୁଷ, ମହିଳା ଓ ବୟସ୍କ),୪ତାରିଖ ଦିନ ପାହାଡଚଢ଼ା ଓଟଗ ଅଫ ୱାର କୋରାପୁଟ ପୁଲିସ ପ୍ୟାରେଡ ପଡିଆ, ୫ତାରିଖ ଦିନ ସୁଇମିଂ ଜୟପୁର ସ୍ପୋର୍ଟସ୍ କମ୍ପ୍ଲେକ୍ସ, ୬ତାରିଖ ବରିଷ୍ଠ ଫୁଟବଲ ପ୍ରତିଯୋଗିତା କୋରପୁଟରେ, ଡିସେମ୍ବର ୧ରୁ ୮ତାରିଖ ଯାଏଁ ଜୟପୁର ଗୀତାଞଳୀ କଲ୍ୟାଣମଣ୍ଡପରେ ନାଟକ ମହୋତ୍ସବ, ଓ ୩ତାରିଖରୁ ୫ତାରିଖ ଯାଏଁ ଜିଲ୍ଲାସ୍ତରୀୟ ଗୀତ ପ୍ରତିଯୋଗିତା ଅନୁଷ୍ଠିତ ହେବ ବୋଲି ଜିଲ୍ଲାସଂସ୍କୃତି ପରିଷଦ ଅଧ୍ୟକ୍ଷ ଜିଲ୍ଲାପାଳ କହିଛନ୍ତି।
ପତ୍ନୀ ହତ୍ୟା ମାମଲା: ସିନେ ରିକ୍ରେଏସନ୍ କଲା ପୁଲିସ
ସେହିପରି ଡିସେମ୍ବର ୬ତାରିଖ ଦନ ଜିଲ୍ଲାସ୍ତରୀୟ କୁଇଜ, ପ୍ରବନ୍ଧ, ବିତର୍କ ପ୍ରତିଯୋଗିତା କୋରାପୁଟ ସରକାରୀ ହାଇସ୍କୁଲରେ କରାଯିବ। ଡିସେମ୍ବର ୭ରୁ ୧୧ତାରିଖ ଯାଏଁ ଜିଲ୍ଲାସ୍ତରୀୟ ସାଂସ୍କୃତିକ ପ୍ରତିଯୋଗିତା କୋରାପୁଟ ସଂସ୍କୃତି ପରିଷଦ ମଣ୍ଡପରେ କରାଯିବ। ୬ତାରିଖ ଦିନ ଜିଲ୍ଲାସ୍ତରୀୟ ଚିତ୍ରକଳା ପ୍ରତିଯୋଗିତା ଓ ୮ତାରିଖ ଦିନ ଜିଲ୍ଲାସ୍ତରୀୟ ଚିତ୍ରକଳା ପ୍ରଦର୍ଶନୀ ଜୟପୁର ସରକାରୀ ଶ୍ରୀ ବିକ୍ରମ ଚାରୁ ଓ କାରୁକଳା ବିଦ୍ୟାଳୟ ପରିସରରେ କରାଯିବ। ଏହି ସବୁ କାର୍ଯ୍ୟକ୍ରମରେ ସ୍ଥଳ ବିଶେଷରେ କିଛି କିଛି ପରିବର୍ତ୍ତନ କରାଯାଇ ପାରେ ବୋଲି ଜିଲ୍ଲାସଂସ୍କୃତି ପରିଷଦ ଅଧ୍ୟକ୍ଷ ତଥା ଜିଲ୍ଲାପାଳ ଏବଂ ଜିଲ୍ଲାସଂସ୍କୃତି ଅଧିକାରୀ ପ୍ରିତୀସୁଧା ଜେନା କହିଛନ୍ତି।