ସ୍ୱାସ୍ଥ୍ୟ

ଏହି ସବୁ ଖରାପ ଅଭ୍ୟାସ ଯୋଗୁଁ କମୁଛି ଆୟୁଷ

ମନୁଷ୍ୟର କିଛି ଖରାପ ଅଭ୍ୟାସ ନିଜର ଆୟୁଷ କମ କରିଦିଏ ଏବଂ ସମୟଠାରୁ ଆଗରୁ ବୁଢ଼ା କରିଦିଏ। ଏହି ଅଭ୍ୟାସଗୁଡ଼ିକ ମନୁଷ୍ୟକୁ ନାନା ପ୍ରକାର ରୋଗରେ ଆକ୍ରାନ୍ତ କରାଇଦିଏ ଏବଂ ଜୀବନକାଳ କମାଇଦିଏ।

ଯେପରି ଦୀର୍ଘ ସମୟ ଧରି ମୋବାଇଲ ଏବଂ ଲାପଟପ୍ ବ୍ୟବହାର କରିବା, ଆଳସ ଜୀବନଯାପନ, ତମ୍ବାଖୁ ଓ ମଦ୍ୟପାନ, ମସଲାଦାର ଖାଦ୍ୟ ଗ୍ରହଣ, ଅତ୍ୟଧିକ ଲବଣ ସେବନ କରିବା ଇତ୍ୟାଦି । ବିଭିନ୍ନ ଅଧ୍ୟୟନରୁ ଜଣାପଡିଥିବା ତଥ୍ୟ ସମ୍ପର୍କରେ ଆମେ ଆପଣଙ୍କୁ ଏହି ଆର୍ଟିକିଲ ମାଧ୍ୟମରେ ଜଣାଇବୁ l

ଅଧ୍ୟୟନରୁ ଜଣାପଡିଛି ଯେ ବର୍ତ୍ତମାନର ସମୟରେ ଲୋକେ ବିନା ମୋବାଇଲରେ ବଞ୍ଚିବା କଥା ଭାବିଲେ ଡରୁଛନ୍ତି l ମୋବାଇଲ ଓ ଲାପଟପକୁ ଅତ୍ୟଧିକ ବ୍ୟବହାର କରିବା ମନୁଷ୍ୟର ଆଖିକୁ କ୍ଷତି କରିଥାଏ। ଅତ୍ୟଧିକ ବ୍ଲୁ ଲାଇଟ ପ୍ରଭାବ ପଡ଼ିବାରୁ ଆଖିର ଦୃଷ୍ଟିଶକ୍ତି କମିଯାଏ।

ଏହା ବ୍ୟତୀତ ମସ୍ତିଷ୍କକୁ ମଧ୍ୟ କ୍ଷତି କରିଥାଏ। ହଠାତ ପାଟିରୁ ମନୁଷ୍ୟ ମାନସିକ ଭାବେ କ୍ଳାନ୍ତ ଅନୁଭବ କରିଥାଏ। ମୋବାଇଲ ଉପରେ ଅତ୍ୟଧିକ ସମୟ ନଷ୍ଟ କରିବାରୁ ଅନ୍ୟ କାମକୁ ନେଇ ଅବହେଳା କରାଯାଇଥାଏ। ଫଳତଃ ବ୍ୟକ୍ତିଗତ ଜୀବନ ଧୀରେ ଧୀରେ ଅବ୍ୟବସ୍ଥିତ ହୋଇଯାଏ।

ଆଳସ୍ୟ ଅଭ୍ୟାସ ମନୁଷ୍ୟକୁ ନାନା ପ୍ରକାର ସମସ୍ୟାରେ ପଡ଼ାଇଥାଏ। ଅଳସୁଆ ଜୀବନଯାପନ ଶରୀରକୁ ଅଚଳ ଓ ଭାରାକ୍ରାନ୍ତ କରିଦିଏ। ଏହାର ଫଳସ୍ଵରୂପ ବ୍ୟକ୍ତି ଶୀଘ୍ର ପ୍ରାୟ ଥକିପଡ଼ିଥାଏ। କାର୍ଯ୍ୟକ୍ଷମତା ହ୍ରାସ ପାଇଥାଏ। ତଥାପି ପ୍ରତ୍ୟହ ନିୟମିତ ବ୍ୟାୟାମ କରିବା ଦ୍ଵାରା ଏହି ସମସ୍ୟାକୁ ଦୂର କରାଯାଇପାରିବ।

ତମ୍ବାଖୁ ଓ ମଦ୍ୟପାନର ପ୍ରଭାବ ମନୁଷ୍ୟ ଶରୀର ପାଇଁ ଅତ୍ୟନ୍ତ କ୍ଷତିକାରକ। ଏସବୁର ଅଭ୍ୟାସ ମନୁଷ୍ୟକୁ କ୍ୟାନ୍ସର, ହୃଦରୋଗ, ଫୁସଫୁସ ସମସ୍ୟା ଆଦି ଭୟଙ୍କର ରୋଗରେ ଆକ୍ରାନ୍ତ କରାଇଥାଏ। ବିଶେଷଜ୍ଞମାନେ ସାବଧାନ କରିଛନ୍ତି ଯେ ଏହି ଅଭ୍ୟାସଗୁଡ଼ିକ ଜୀବନକାଳକୁ କାମ କରିଥାଏ ଏବଂ ଏଥିରୁ ଦୂରେଇ ରହିବା ଉଚିତ୍।

ମସଲାଦାର ଓ ଅତ୍ୟଧିକ ତେଲିଆ ଖାଦ୍ୟ ଗ୍ରହଣ କରିବା ମଧ୍ୟ ଖୁବ୍ କ୍ଷତିକାରକ। ଏହା ଶରୀରରେ କଲେଷ୍ଟେରଲ୍ ବୃଦ୍ଧି କରିଥାଏ ଏବଂ ଅନେକ ହାର୍ଟ ରୋଗ ଆଦିର କାରଣ ହୋଇଥାଏ। ତେଣୁ ମସଲା ଓ ଅତ୍ୟଧିକ ତେଲିଆ ଖାଦ୍ୟ ପରିମିତ ମାତ୍ରାରେ ଗ୍ରହଣ କରିବା ଉଚିତ୍।

ଅତ୍ୟଧିକ ଲବଣ ସେବନ କରିବା ମଧ୍ୟ କ୍ଷତିକାରକ। ଏହା ରକ୍ତଚାପକୁ ବୃଦ୍ଧି କରାଏ ଏବଂ ହାର୍ଟ ରୋଗ, କିଡ଼ନୀ ସମସ୍ୟା ଆଦି ସୃଷ୍ଟି କରିଥାଏ। ତେଣୁ ଲବଣ ସେବନକୁ ନିୟନ୍ତ୍ରଣ କରିବା ଉଚିତ୍।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button