ଦେଶ ବିଦେଶ

ମ୍ୟାମାର ଓ ଥାଇଲାଣ୍ଡ ଭୂକମ୍ପ ନେଇ ଚିନ୍ତା ପ୍ରକଟ କଲେ ମୋଦୀ: ଭାରତ ସବୁ ପ୍ରକାର ସହାୟତା ଦେବାକୁ ପ୍ରସ୍ତୁତ

ନୂଆଦିଲ୍ଲୀ: ମ୍ୟାମାର ଓ ଥାଇଲାଣ୍ଡରେ ଆଜି ବଡ଼ ଧରଣର ଭୂକମ୍ପ ଯୋଗୁଁ ବ୍ୟାପକ ଧନଜୀବନ କ୍ଷତି ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦ୍‌ବେଗ ପ୍ରକାଶ କରିବା ସହ ଉଭୟ ରାଷ୍ଟ୍ରକୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ପ୍ରସ୍ତୁତ ଥିବା ଘୋଷଣା କରିଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତରେ କର୍ତ୍ତୃପକ୍ଷ ଏ ଦିଗରେ ପ୍ରସ୍ତୁତ ଅଛନ୍ତି ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟକୁ ସମ୍ପୃକ୍ତ ସରକାରଙ୍କ ସହ ଯୋଗାଯୋଗରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।

ମ୍ୟାମାର ଓ ଥାଇଲାଣ୍ଡ୍‌ରେ ଭୂମିକମ୍ପ ପରେ ପରିସ୍ଥିତି ଉପରେ ଭାରତ ଅହରହ ନଜର ରଖିଛି। ସମସ୍ତଙ୍କ ସୁରକ୍ଷା ଓ କଲ୍ୟାଣକୁ ପ୍ରାଥମିକତା ଦେଇ ଜରୁରୀ ସହାୟତା ନିମନ୍ତେ ପଦକ୍ଷେପ ଆରମ୍ଭ ହୋଇଯାଇଛି।  ମ୍ୟାମାର ଓ ଥାଇଲାଣ୍ଡ ସରକାରଙ୍କ ସହ ଯୋଗାଯୋଗରେ ଥିବା ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ଭାରତ ଏବେ ମ୍ୟାମାର ସଙ୍କଟର ଆକଳନ କରୁଛି ଏବଂ ସେହି ଆଧାରରେ ସହାୟତା ପଠାଯିବାକୁ ବ୍ୟବସ୍ଥା କରାଯାଉଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button