ନୀତି

ପେରୁ ଗ୍ରାମବାସୀଙ୍କୁ ଆକ୍ରମଣ କରି ମୁହଁ ଛାଲି ପକାଉଛି ୭ ଫୁଟ୍‌ ଡେଙ୍ଗା ଉଡ଼ନ୍ତା ‘ଏଲିଅନ୍‌’ – Utkal Mail


ସାନ୍‌ ଆଣ୍ଟୋନିଓ: ୭ ଫୁଟ୍‌ ଉଚ୍ଚର ଉଡ଼ନ୍ତା ‘ଏଲିଅନ୍‌’ମାନେ (ପୃଥିବୀ ବାହାରର କାଳ୍ପନିକ ଜୀବ) ଆକ୍ରମଣ କରି ମୁହଁ ଛାଲି ପକାଉଥିବା କଥା ପେରୁ ଦେଶର ଗୋଟିଏ ମଫସଲି ଜିଲ୍ଲାର ଗ୍ରାମବାସୀମାନେ କରିଥିବା ଅଭିଯୋଗକୁ ପୁଲିସ ଖଣ୍ଡନ କରିଛି।

ଗ୍ରାମବାସୀମାନେ ଏହି ‘ଏଲିଅନ୍‌’ମାନଙ୍କୁ ସେମାନଙ୍କ ଭାଷାରେ ‘ଲସ୍‌ ପିଲାକେରାସ୍‌’ ବା ‘ମୁହଁ ଛାଲଣକାରୀ’ ବୋଲି କହୁଛନ୍ତି।

ମୁଣ୍ଡରେ କଳାରଙ୍ଗର ‘ହୁଡ୍‌’ ପିନ୍ଧିଥିବା ଉକ୍ତ ‘ଏଲିଅନ୍‌’ମାନେ ଗ୍ରାମବାସୀଙ୍କୁ ଆକ୍ରମଣ କରୁଛନ୍ତି ବୋଲି ପେରୁର ଉତ୍ତରପୂର୍ବ ଲିମା ଅନ୍ତର୍ଗତ ମଫସଲି ଜିଲ୍ଲା ଅଲ୍‌ଟୋ ନାନିର ଇକିତୁ ଜନଜାତିର ଲୋକମାନେ କହିଛନ୍ତି।

ଜୁଲାଇ ୨୯ ତାରିଖରେ ଏହି ରହସ୍ୟମୟ ଜୀବ ଆକ୍ରମଣର ସରବ୍ୟ ହୋଇ ଜଣେ ୧୫ ବର୍ଷୀୟ ବାଳିକା ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା କଥା ଜନଜାତି ନେତା ଜାଇରୋ ରିଟେଗୁଇ ଡାଭିଲା କହିଛନ୍ତି। ସେମାନଙ୍କ ସହିତ ସଙ୍ଘର୍ଷ କରି ବାଳିକାଟି ଅଳ୍ପକେ ବର୍ତ୍ତି ଯାଇଛି। କିନ୍ତୁ, ସେମାନେ ତା’ ବେକର କିଛି ଅଂଶ କାଟି ପକାଇଛନ୍ତି ବୋଲି ସେ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି, ସେମାନଙ୍କର ମୁଣ୍ଡ ଲମ୍ବା, ପିନ୍ଧିଥିବା ମୁଖା ବି ଲମ୍ବା ଓ ଆଖି ସାମାନ୍ୟ ହଳଦିଆ। ଆମକୁ ଦେଖି ପଳାଇଯାଉଛନ୍ତି।

ଆଉ କେତେକ ଗ୍ରାମବାସୀ କହିଛନ୍ତି ଯେ, ଆକ୍ରମଣକାରୀ ରହସ୍ୟମୟ ଜୀବମାନଙ୍କର ରଙ୍ଗ ରୁପେଲୀ ଓ ସେମାଙ୍କର ମୁଣ୍ଡ ଖୁବ୍‌ ବଡ଼। ଆମ୍ଭମାନଙ୍କ ପାଖରେ ଥିବା ଅସ୍ତ୍ରଶସ୍ତ୍ର ମଧ୍ୟ ତାଙ୍କୁ କାଟୁ କରୁନାହିଁ।

କିନ୍ତୁ, ପେରୁ ପୁଲିସ ସନ୍ଦେହ କରୁଛି ଯେ, ଗ୍ରାମବାସୀଙ୍କୁ ଆତଙ୍କିତ କରିଥିବା ଏହି ‘ସାତ ଫୁଟ୍‌ ଡେଙ୍ଗା ଏଲିଅନ୍‌’ମାନେ ହେଉଛନ୍ତି ବେଆଇନ ସୁନାଖଣି ଖୋଳୁଥିବା ଗ୍ୟାଙ୍ଗ୍‌ର ମାଫିଆ।

‘ଏଲିଅନ୍‌ ଆକ୍ରମଣ’ ଘଟଣାର ତଦନ୍ତ କରୁଥିବା ପେରୁ ‘ନ୍ୟାସ୍‌ନାଲ୍‌ ପ୍ରୋସିକ୍ୟୁଟର୍‌’ଙ୍କ କାର୍ଯ୍ୟାଳୟ ଏଥିପାଇଁ ‘ସୁନା ମାଫିଆ’ମାନଙ୍କୁ ଦାୟୀ କହିଛନ୍ତି। କଲମ୍ବିଆ ଓ ବ୍ରାଜିଲ୍‌ ସେନାଦ୍ବାରା ବିତାଡ଼ିତ ହୋଇ ସେମାନଙ୍କ ମଧ୍ୟରୁ କେତେକ ଏ ଅଞ୍ଚଳକୁ ଚାଲି ଆସିଛନ୍ତି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button