ବିଚାର

ପାର୍କ ରେଷ୍ଟୁରାଣ୍ଟ, ହୋଟେଲ ପାଇଁ ପାର୍ଟନର ଖୋଜି ଦେଉଛି ଡେଟିଂ ଆପ୍

ଆପଣ ଏକାନ୍ତ ଅନୁଭବ କରୁଛନ୍ତି କି? ଆପଣ ସମୟ ବିତାଇବା ପାଇଁ ସାଙ୍ଗ ଖୋଜୁଛନ୍ତି କି? ଚାଟିଂ, ଡେଟିଂ ଏବଂ ଭର୍ଚୁଆଲରୁ ରିଅଲ ଲାଇଫ୍ ପାର୍ଟନର ଖୋଜୁଛନ୍ତି କି ? ଆଉ ଏସବୁର ଉତ୍ତର ଖୋଜି ଆପଣ ସୋସିଆଲ ମିଡିଆରେ ଆସୁଥିବା ବିଭିନ୍ନ ପ୍ରକାର ଡେଟିଂ ଆପ୍ ର ବିଜ୍ଞାପନ ଦେଖି ଫୋନ୍ ରେ ଇନଷ୍ଟଲ କରି ସାଥୀ ଖୋଜୁଛନ୍ତି କି? ଯଦି ହଁ, ତେବେ ସାବଧାନ ! ଆପଣ ହୋଇପାରନ୍ତି ଠକେଇର ଶିକାର ।

ହଁ, ଫାଇଭ୍ ଜି ନେଟୱର୍କ ଜମାନାରେ ଏବେ ଏହି ଡେଟିଂ ଆପର ବ୍ୟବହାର ବହୁଳ ମାତ୍ରାରେ ବଢ଼ିଛି । ବିଶେଷ କରି ଶିକ୍ଷିତ ଯୁବପୀଢ଼ିଙ୍କୁ ଏହା ଏକ ପ୍ରକାର ନିଶାରେ ପକାଇ ଦେଉଛି । ଆଣ୍ଡ୍ରୋଏଡ୍ ୟୁଜର୍ସ ଏହାକୁ ଗୁଗଲ୍ ପ୍ଲେ ଷ୍ଟୋରରୁ ଡାଉନଲୋଡ୍ କରି ସାଥୀ ଖୋଜିବାରେ ବେଶ୍ ସମୟ ଅପଚୟ କରୁଛନ୍ତି ।

ୟୁଜର୍ସଙ୍କ ମନସ୍ତତ୍ୱ ଉପରେ ସତେ ଯେମିତି ଏହି ଆପ୍ଲିକେସନର ଡେଭଲପରମାନେ ଏକ ପ୍ରକାର ହାବି ହୋଇପଡ଼ିଥାନ୍ତି । ସେମାନେ ୟୁଜର୍ସଙ୍କ ପାଇଁ ଏମିତି କିଛି ଫେସଲିଟି ଦେଇଥାନ୍ତି ଯାହାର ବଶବର୍ତ୍ତୀ ହୋଇ ଜଣେ ଟିଣ୍ଡର କିମ୍ବା ଅନ୍ୟ ସମାନ୍ତରାଳ ଡେଟିଂ ଆପ୍ ୟୁଜର୍ସ ସାଥୀ ଖୋଜିଥାନ୍ତି ।

ଏହି ଆପରେ ଆପଣଙ୍କ ନିକଟବର୍ତ୍ତୀ ଅଞ୍ଚଳରେ ସିଙ୍ଗଲ, ମ୍ୟାରେଡ୍, ଡିଭୋର୍ସ ମହିଳା/ ପୁରୁଷଙ୍କ ଫଟୋ ସହ ସେମାନଙ୍କ ପସନ୍ଦ, ନା ପସନ୍ଦ, କେମିତି ସାଥୀ ଚାହାନ୍ତି ସେ ସବୁର ତଥ୍ୟ ଦିଆଯାଇଥାଏ । ଆଉ ଏହି ସବୁ ତଥ୍ୟର ଆଧାରରେ ଆପଣ ତାଙ୍କୁ ଲାଇକ୍ କରିଥାନ୍ତି ବା ସାଥୀ ହେବାପାଇଁ ଚୟନ କରିଥାନ୍ତି । କିନ୍ତୁ ସେ ଆପଣଙ୍କ ରିକ୍ୱେଷ୍ଟ ଆସେପ୍ଟ କରୁଛନ୍ତି କି ନାହିଁ ତାହା ଜାଣିବା ପାଇଁ ଆପଣଙ୍କୁ ପ୍ରିମିୟମ ସର୍ଭିସ ନେବାକୁ ସଂପୃକ୍ତ ଆପ୍ଲିକେସନ ପକ୍ଷରୁ ଉସୁକା ଯାଇଥାଏ ।

ଯାହାର ଫଳ ସ୍ୱରୂପ ୟୁଜର୍ସମାନେ ଯୁବତୀ ଓ ମହିଳାଙ୍କ ଆକର୍ଷଣୀୟ ଓ ମନଲୋଭା ଚିତ୍ର ସବୁ ଦେଖି ଉତ୍ସାହିତ ହେବା ସହ ମାସିକିଆ, ୬ ମାସିଆ ଏବଂ ବର୍ଷିକିଆ ପ୍ଲାନ ନେଇ ଥାନ୍ତି । ଏହି ପ୍ଲାନ୍ ନେଲେ ସେମାନଙ୍କୁ କିଏ କିଏ ସବୁ ଲାଇକ କରୁଛନ୍ତି ସାଙ୍ଗ ହେବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି ସେ ସବୁ ଦେଖିପାରନ୍ତି । କିଛି କିଛି ସେଟିଂ ହୁଏ ଆଉ କିଛି ସେଟିଂ ହେବା ଚକ୍କରରେ ସବୁ କିଛି ହରେଇ ଦେଇଥାନ୍ତି । ଏପରିକି ମୋଟା ଅଙ୍କର ଅର୍ଥ ମଧ୍ୟ ଶ୍ରାଦ୍ଧ କରିଥାନ୍ତି ।

ଏହି ସବୁ ଡେଟିଂ ଆପ୍ କଫେ ଡେ, ଚାଏ ଡେ, ନାଇଟ ଆଉଟ, ପାର୍ଟି ପାର୍ଟନର ଏପରିକି ରାତି ପାଇଁ ସାଥୀଟିଏର ସୁଯେୋଗ ଦେଇଥାଏ । ଆଉ ଏଥିରେ ମାତିଥାନ୍ତି ଯୁବପୀଡ଼ି । କେବଳ ଟିଣ୍ଡର କାହିଁକି ଆପଣଙ୍କୁ ଇଣ୍ଟରନେଟ୍ ର ମାୟା ଜାଲରେ ଏମିତି ଅନେକ ଡେଟିଂ ପ୍ଲାଟଫର୍ମ ମିଳିଯିବ ଯେଉଁଠି ପାର୍ଟନରର ଲୋଭ ଦେଖାଇ ଠକାମୀର ଶିକାର ହୋଇଥାନ୍ତି ୟୁଜର୍ସ । ଏଣୁ ସାବଧାନ ରୁହନ୍ତୁ ଏବଂ ସତର୍କ ରହି ପାଦେ ପାଦେ ବିପଦକୁ ଏଡ଼ାଇ ଚାଲନ୍ତୁ…

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button