ବ୍ୟବସାୟ

ଦାରିଦ୍ର୍ୟ ଓ ଅନାହାର ସହ ସଂଗ୍ରାମ କରୁଥିବା ପାକିସ୍ତାନର ହାତ ଛାଡ଼ିଲା ଚୀନ? ପୁଞ୍ଜି ନିବେଶକୁ ନା – Utkal Mail


ନୂଆଦିଲ୍ଲୀ: ଦିନ ଥିଲା ଯେତେବେଳେ ଚୀନ୍ ପାକିସ୍ତାନର ପରମ ବନ୍ଧୁ ଥିଲା। ହେଲେ ଏବେ ଦାରିଦ୍ର୍ୟ ଓ ଅନାହାର ସହ ସଂଗ୍ରାମ କରୁଥିବା ପାକିସ୍ତାନର ହାତ ଛାଡ଼ିଛି ଚୀନ୍। ପାକିସ୍ତାନରେ ଫ୍ରେଶ ବେଲ୍ଟ ଏବଂ ରୋଡ୍ ପ୍ରୋଜେକ୍ଟରେ ପୁଞ୍ଜି ନିବେଶ କରିବାକୁ ଚୀନ୍ ରୋକଠୋକ୍ ମନା କରିଦେଇଛି। ଚୀନର କହିବା କଥା ହେଲା ଯେ ଏବେ ପାକିସ୍ତାନରେ ରାଜନୈତିକ ସ୍ଥିରତା ନାହିଁ ଏବଂ ଇସଲାମାବାଦର ସୁରକ୍ଷା ବ୍ୟବସ୍ଥା ମଧ୍ୟ ଖରାପ ହେବାରେ ଲାଗିଛି। ଏଭଳି ପରିସ୍ଥିତିରେ ସହାୟତା ଦେବା ସମ୍ଭବ ନୁହେଁ।

ଚୀନ୍‌ର ଏହି ଯୁକ୍ତି ସ୍ପଷ୍ଟ ଭାବରେ ପାକିସ୍ତାନକୁ ବିଶ୍ୱ ଦରବାରରେ ଅପମାନିତ କରିଥିବା କୁହାଯାଉଛି। ସମ୍ବାଦ ସରବରାହ ସଂସ୍ଥା ‘ଏଏନଆଇ’ ଜାପାନର ସମ୍ବାଦପତ୍ର ନିକ୍କେ ଏସିଆର ସୂତ୍ରରୁ ଏହା କହିଛି ଯେ ଚୀନ୍-ପାକିସ୍ତାନ ଅର୍ଥନୈତିକ କରିଡର (ସିପିଇସି) ଅଧୀନରେ ଶକ୍ତି, ଜଳବାୟୁ ପରିବର୍ତ୍ତନ, ବିଦ୍ୟୁତ୍ ପରିବହନ ଲାଇନ ଏବଂ ପର୍ଯ୍ୟଟନ ସହ ଜଡ଼ିତ ଅଧିକ ପ୍ରକଳ୍ପ ଯୋଡ଼ିବା ପାଇଁ ପାକିସ୍ତାନର ପ୍ରସ୍ତାବକୁ ଚୀନ୍ ପ୍ରତ୍ୟାଖ୍ୟାନ କରିଛି।

ଅଧିକାରୀଙ୍କ କହିବାନୁସାରେ, କରାଚିରୁ ଜାତୀୟ ବିଦ୍ୟୁତ୍ ଗ୍ରୀଡ୍ ସହିତ ଦକ୍ଷିଣ ଭାଗର ଗ୍ୱାଦର ବନ୍ଦରକୁ (ଯାହା ଚାଇନାର ଭିତ୍ତିଭୂମି ବିନିଯୋଗର କେନ୍ଦ୍ର) ସଂଯୋଗ କରିବାକୁ ୫୦୦ କିଲୋଭୋଲ୍ଟ ଟ୍ରାନ୍ସମିସନ୍ ଲାଇନ ନିର୍ମାଣ ପାଇଁ ବେଜିଂ ଇସଲାମାବାଦର ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛି। ଉକ୍ତ ସମ୍ବାଦପତ୍ରର ରିପୋର୍ଟ ଅନୁଯାୟୀ,୨୦୨୨ଏପ୍ରିଲରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ସରକାରଙ୍କ ପତନ ପରେ ପାକିସ୍ତାନରେ ରାଜନୈତିକ ଅସ୍ଥିରତା ଦେଖାଦେଇଛି, ଯାହା ଦ୍ବାରା ଦେଶରେ ଅଶାନ୍ତ ବାତାବରଣ ସୃଷ୍ଟି ହୋଇଛି।




Related Articles

Leave a Reply

Your email address will not be published. Required fields are marked *

Back to top button