ଜୀବନଶୈଳୀ

ବାଳ ଖୋଲା କରି ସ୍ତ୍ରୀ ଲୋକମାନେ ଏହି 3ଟି କାମ କରିବା କଥା ନୁହେଁ ! ଏମିତି କଲେ ଘରକୁ ମାଡି ଆସିଥାଏ ଘୋର ବିପତ୍ତି !

ଭାରତୀୟ ସଂସ୍କୃତିରେ, କେତେବେଳେ ଖୋଲା କେଶ ରଖିବା ଉଚିତ ଏବଂ କେତେବେଳେ ନୁହେଁ, ଏହା ସମାଜରେ ଏକ ପ୍ରଚଳିତ ବିଶ୍ୱାସ ଅଟେ। ପ୍ରାଚୀନ କାଳରୁ, ଏକ ବିଶ୍ୱାସ ଅଛି ଯେ ଖୋଲା କେଶ ରଖିବା ଦୁର୍ଭାଗ୍ୟର ସଙ୍କେତ ଅଟେ। ଭାରତରେ କୌଣସି ମହିଳା ଖୋଲା କେଶ ରଖନ୍ତି ନାହିଁ। ଅବଶ୍ୟ, ବର୍ତ୍ତମାନ ସମୟରେ, ପାଶ୍ଚାତ୍ୟ ସଂସ୍କୃତିର ପ୍ରଭାବ ହେତୁ ମହିଳାମାନେ କେଶ କାଟିବା ଏବଂ ଖୋଲା ରଖିବା ଆରମ୍ଭ କରିଛନ୍ତି।

ଏହା କେତେ ସତ ବା ଆମେ ଜାଣୁ ନାହିଁ। କିନ୍ତୁ ଆଜି ଆମେ ଗରୁଡ଼ ପୁରାଣରେ ସ୍ତ୍ରୀ ଏବଂ ପୁରୁଷଙ୍କ ବିଷୟରେ କଣ କୁହାଯାଇଛି ତାହା ବିଷୟରେ କହିବୁ। ସ୍ୱାମୀ ସ୍ତ୍ରୀ କେଉଁ କାମ କଲେ ତାଙ୍କ ଜୀବନ ଖୁସିରେ କଟିବ। ସେହି ସମସ୍ତ ବିଷୟ ଗରୁଡ଼ ପୁରାଣରେ କୁହା ଯାଇଛି। ତେବେ ଚାଲନ୍ତୁ ସେହି ସମସ୍ତ ବିଷୟରେ ଜାଣିବା।

ପ୍ରଭୁ ଶ୍ରୀକୃଷ୍ଣ କହିଛନ୍ତି ଯେ ସବୁବେଳେ ପିତା ମାତାଙ୍କ ସେବା କରିବା ଉଚିତ ଅଟେ ଏବଂ ତାଙ୍କ ସହ ନମ୍ରତା ସହିତ କଥା ହେଲେ ଏବଂ ତାଙ୍କ ସହ ଭଲ ବ୍ୟବହାର କଲେ ଜୀବନରେ ବହୁତ ସୁଖ ପ୍ରାପ୍ତ ହୋଇଥାଏ। ସ୍ତ୍ରୀ ସଦାବେଳେ ଦାନ ଧର୍ମୀ ହେବା ଉଚିତ ଏବଂ ସର୍ବଦା ପସର୍ଣ୍ଣ ରହିବା ଉଚିତ ଏବଂ ଶାଶୁ ଶଶୁରଙ୍କ ସେବା କରିବା ଉଚିତ। ସ୍ୱାମୀଙ୍କ କର୍ତ୍ତବ୍ୟ ଏହା ଯେ ସେ କେବେ ସ୍ତ୍ରୀ ଙ୍କ ବିନା କୌଣସି ଯଜ୍ଞ ବା କୌଣସି ଧାର୍ମିକ କାର୍ଯ୍ୟ କରିବା ଉଚିତ ନୁହେଁ। ସ୍ତ୍ରୀକୁ କେବେ ଗୋଟିଏ ବସ୍ତ୍ର ସହିତ ଭୋଜନ ଗ୍ରହଣ କରିବା ଉଚିତ ନୁହେଁ ଏବଂ ଚୁଟି ଖୋଲା ରଖିକି ଭୋଜନ କରିବା ଉଚିତ ନୁହେଁ।

ସ୍ୱାମୀ ସ୍ତ୍ରୀ କେବେ ବୀ ପଶ୍ଚିମ ଦିଗକୁ ମୁଣ୍ଡ କରି ଶୋଇବା କଥା ନୁହେଁ। ପୂର୍ବ ଏବଂ ଦକ୍ଷିଣ ଦିଗକୁ ମୁଣ୍ଡ ରଖିବା ଉଚିତ ଏହାର ବିପରୀତ ଦିଗରେ ମୁଣ୍ଡ ରଖିଲେ ରୋଗ ହୋଇଥାଏ। ଯଦି ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରୁ କିଏ ରୋଗୀ ଥିଲେ ଏକାଠି ଶୋଇବାକୁ ବାରଣ କାରାଯାଇଛି। ଅଷ୍ଟମୀ, ଏକାଦଶୀ,ଗ୍ରହଣରେ ଏକାଠି ଶୋଇବା କଥା ନୁହେଁ। ଏପରି କରିବା ଦ୍ୱାରା ପୁରୁଷ ନର୍କରେ ପଡିଥାଏ। ସ୍ତ୍ରୀ କୁ କେବେବି କେଶ ଖୋଲା ରଖି ଦେବପୂଜା କରିବା କଥା ନୁହେଁ ଏବଂ କେବେବି ଭୋଜନ ତିଆରି କରିବା କଥା ନୁହେଁ। ଏବଂ ପୁରୁଷ ଏବଂ ସ୍ତ୍ରୀ ଅନ୍ୟ ଘରକୁ ଗଲେ କେବେବି ରାତି କ୍ରିୟା କରିବା କଥା ନୁହେଁ। ଯଦି ଆପଣ ଅନ୍ୟ ଘରେ ରାତି କ୍ରିୟା କରନ୍ତି ତେବେ ଅପଣଙ୍କ ଘରେ ରୋଗ ମାଡି ଆସେ ଏବଂ ଘରକୁ ଦାରିଦ୍ରତା ଆସିଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button