ଓଡିଶା

୫୭ ବର୍ଷ ବୟସରେ ଆଖି ବୁଜିଲେ ଅଭିନେତା ଅତୁଲ

ପ୍ରଖ୍ୟାତ ମରାଠି ଓ ବଲିଉଡ ଅଭିନେତା ଅତୁଏ ପାର୍ଚୁରେ ଆଉ ନାହାନ୍ତି। ଆଜି ୫୭ ବର୍ଷ ବୟସରେ ସେ ଶେଷନିଃଶ୍ୱାସ ତ୍ୟାଗ କରିଛନ୍ତି। ସୂର୍ଯ୍ୟାଚି ପିଲ୍ଲେରେ ଆୟୋଜିତ ଗୋଟିଏ ଷ୍ଟେଜ ଶୋ’ରେ ଅତୁଲ ଗତକାଲି ସାମିଲ ହୋଇଥିଲେ।

କିନ୍ତୁ ହଠାତ ସେ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ହସ୍ପିଟାଲ ନିଆଯାଇଥିଲେ ହେଁ ଆଜି ତାଙ୍କର ଦେହାନ୍ତ ହୋଇଛି।

ବେଶ କିଛି ବର୍ଷ ହେବ ଅତୁଲ କ୍ୟାନସର ଭଳି ମାରାତ୍ମକ ରୋଗରେ ପୀଡ଼ିତ ଥିଲେ। ତଥାପି ସେ ସୁସ୍ଥ ଅନୁଭବ କରିବା ସହ ଫିଲ୍ମ ଇଣ୍ଡଷ୍ଟ୍ରୀରେ କାମ କରିବା ଜାରି କରିଥିଲେ।

ହେଲେ ଆଜି ତାଙ୍କ ଦେହାନ୍ତ ହୋଇଥିବା ପରିବାର ଲୋକ ନିଶ୍ଚିତ କରିଛନ୍ତି। ସେ ନିଜ ମା’, ପତ୍ନୀ ଓ ଝିଅ ସହ ମୁମ୍ବାଇରେ ରହୁଥିଲେ। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଅତୁଲଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି।

ନିଜର ଲମ୍ବା ଅଭିନୟ କ୍ୟାରିୟରରେ ଅତୁଲ ଦି କପିଲ ଶର୍ମା ଶୋ’ରେ ମଧ୍ୟ ନଜର ଆସିଥିଲେ। ଅଜୟ ଦେବଗାନ, ସଞ୍ଜୟ ଦତ୍ତ ଓ ଶାହରୁଖ ଖାନଙ୍କ ସହ ମଧ୍ୟ ସେ ବଲିଉଡ ସିନେମାରେ ଅଭିନୟ କରିଛନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button