ଦୁଇ ଝିଅଙ୍କ ସହ ୧୫ ବର୍ଷ ଧରି ଦୁଷ୍କର୍ମ କରିଆସୁଥିଲା ବାପା- ମା’ ମଧ୍ୟ ଦେଉଥିଲା ବାପର ସାଥ ଓ ଚୁପ୍ ରହିବା ପାଇଁ ଧମକ ଦେଉଥିଲା ଝିଅକୁ, ଜାଣନ୍ତୁ ସଂପୂର୍ଣ୍ଣ ଘଟଣା

ଆଜି ଆମେ ଆପଣଙ୍କୁ ପୁଣି ଏକ ଅମାନବୀୟ ଓ ଅଭାବନୀୟ ଘଟଣା ବିଷୟରେ କହିବାକୁ ଯାଉଛୁ । ଯାହା ପଢିବା ପରେ ଆପଣ ବିଶ୍ବାସ କରି ପରିବେଣୀ ସଂସାରରେ ଏମିତି କା ବାପା ଓ ମା ଅଛନ୍ତି ବୋଲି । ବାପା ଓ ମା ସଂସାରର ଦୁଇଟି ବଡ ନାଁ ଯାହାକୁ ନେଇ ପିଲା ମାନେ ଗର୍ବ କରନ୍ତି’ । ଗୋଟେ ପିଲା ପାଇଁ ତାର ବାପା ଏବଂ ମା ତା ପାଇଁ ସବୁକିଛି । ସେମାନେ ହିଁ ତା ପାଇଁ ଭଗବାନ ହୋଇଥାନ୍ତି । ଆପଣମାନେ ଶୁଣିଥିବେ ଯେ ବାପା ମାନେ ଝିଅ ମାନଙ୍କୁ ଅଧିକା ଭଲ ପାଆନ୍ତି, ଗୋଟେ ବାପା ପାଇଁ ତା ଝିଅ ତାର ରାଜକୁମାରୀ ଓ ଝିଅ ପାଇଁ ବାପା ତାର ପ୍ରତହମ ହୀରୋ । କିନ୍ତୁ ଯଦି ସେହି ବାପା ନିଜ ଝିଅ ସହ ଏମିତି କିଛି କାମ କରେ ତେବେ ଏ ସଂସାରରେ ବାପା ଝିଅର ସମ୍ପର୍କ ଉପରୁ ମଧ୍ୟ ଲୋକଙ୍କର ବିଶ୍ଵାସ ଉଠିଯିବା କିଛି ଆଶ୍ଚର୍ଯ୍ୟ କଥା ନୁହେଁ ।
ଏହାର ପ୍ରତିବାଦ କରିବାକୁ ବାହାରିଲେ ଝିଅ ମାନଙ୍କୁ ଜୀବନରୁ ମାରି ଦେବାର ଧମକ ମଧ୍ୟ ଦେଉଥିଲା ବାପା । ଏହି ଘଟଣା ବିଷୟରେ ସେତେବେଳେ ଜଣା ପଡିଲା ଯେବେ ଆଶା ଜ୍ୟୋତି କେନ୍ଦ୍ରକୁ ଏକ ଚିଠି ଆସିଥିଲା । ଏଥିରେ ସେହି ଦୁଇ ଝିଅ ନିଜର ବାପାର ଦୁଷ୍କର୍ମ ବିଷୟରେ ସବୁ କହିବା ସହ ତା କବଳରୁ ତାଙ୍କୁ ବଞ୍ଚାଇବା ପାଇଁ ଅନୁରୋଧ କରିଥିଲେ ।
ତେବେ ସେହି ଚିଠି ପାଇ ଆଶା ଜ୍ୟୋତି କେନ୍ଦ୍ରର କର୍ମୀ ମାନେ ସେମାନଙ୍କୁ ଉଧାର କରିବା ପାଇଁ ଯାଇଥିଲେ ଓ ତାଙ୍କ ବାପା ନାଁ ରେ ପୋଲିସ ଏଫଆଇଆର ମଧ୍ୟ କରାଇଥିଲେ । ଏବେ ପୋଲିସ ଏହାର ତଦନ୍ତ ଜାରି ରଖିବା ସମୟରେ ଆରୋପି ବାପା ଫେରାର ଅଛି । ଉଧାର ହେବା ପରେ ସେ ଦୁଇଜଣ ପୋଲିସ ଆଗରେ ନିଜର ବୟାନ ଦେଇଥିଲେ ଯାହା ଅନୁସାରେ ତାଙ୍କର ବାପା ଦୀର୍ଘ ୧୫ବର୍ଷ ଧରି ଦୁଇ ଝିଅଙ୍କର ଶୋଷଣ କରି ଆସୁଥିଲା ।
ଗୋଟେ ଝିଅ ୨୫ ବର୍ଷ ହୋଇଥିବା ବେଳେ ଅନ୍ୟ ଝିଅଟି ୨୦ ବର୍ଷ ବାସର ଅଟେ । ଏମିତି କି ସେମାନେ କହିଛନ୍ତି ତାଙ୍କର ମା’ ବାପର ଏହି କାମରେ କିଛି ପ୍ରତିବାଦ କରେ ନାହିଁ ବରଂ ଝିଅ ମାନଙ୍କୁ ଚୁପ ରହିବାକୁ ଧମକ ଦିଏ । ଏହିଭଳି କ୍ଷେତ୍ରରେ ବଡ ଝିଅ ୩ ରୁ ୪ ଥର ଗର୍ଭବତୀ ହୋଇଥିବା ବେଳେ ସେହି ରାକ୍ଷସୀ ମା ତାର ଗର୍ଭକୁ ନଷ୍ଟ କରିବାରେ କୌଣସି ଅବେହେଲା କରି ନାହିଁ ।