ମନୋରଞ୍ଜନ

ଓଡିଆ ଯାତ୍ରା ଆକ୍ଟ୍ରେସ Rani Panda ଙ୍କ ଜୀବନୀ ଓ ସମ୍ପତ୍ତି ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ଓଡ଼ିଆ ଅଭିନେତ୍ରୀ ‘ରାନୀ ପଣ୍ଡା’ ଙ୍କୁ ତ ଆପଣ ମାନେ ନିଶ୍ଚିତ ଭାବରେ ଜାଣିଥିବେ। ଆପଣ ମାନେ ରାନୀ ପଣ୍ଡା ଙ୍କୁ ପରଦା ରେ ତ ନିଶ୍ଚିତ ଭାବରେ ଦେଖିଥିବେ। କିନ୍ତୁ କଣ ଆପଣ ମାନେ ଏହି ଅଭିନେତ୍ରୀ ଙ୍କ ଘର, ପରିବାର ଓ ସମ୍ପତ୍ତି ସମ୍ବନ୍ଧରେ ଜାଣିଛନ୍ତି? ଯଦି ଜାଣି ନାହାନ୍ତି ତେବେ ଆଦୋୖ ବ୍ୟସ୍ତ ହୁଅନ୍ତୁ ନାହିଁ। ଆଜି ଆମେ ଆପଣ ମାନଙ୍କୁ ଅଭିନେତ୍ରୀ ରାନୀ ପଣ୍ଡା ଙ୍କୁ ଘର, ପରିବାର, ସମ୍ପତ୍ତି ଆଦି ସମ୍ବନ୍ଧରେ ଜଣାଇବୁ। ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା।

ବନ୍ଧୁଗଣ ଆପଣ ମାନଙ୍କ ପ୍ରିୟ ଅଭିନେତ୍ରୀ ‘ରାନୀ ପଣ୍ଡା’ ୨୯ ଜାନୁଆରୀ ୧୯୮୪ ମସିହାରେ ଜନ୍ମ ଗ୍ରହଣ କରିଥିଲେ। ଏହି ଅଭିନେତ୍ରୀ ବର୍ତ୍ତମାନ ସମୟରେ ପ୍ରାୟ ସମୟ ଚର୍ଚ୍ଚା ରେ ଆସୁଛନ୍ତି। ଆପଣ ସମସ୍ତଙ୍କ ପ୍ରିୟ ଅଭିନେତ୍ରୀ ରାନୀ ପଣ୍ଡା ଯାତ୍ରାରେ ଅଭିନୟ କରନ୍ତି। ଏହା ସହିତ ବହୁତ ଗୁଡ଼ିଏ ଫିଲ୍ମ ଏବଂ ସିରିଆଲ ରେ ମଧ୍ୟ ଅଭିନୟ କରି ସାରିଲେଣି।ଏହି ଅଭିନେତ୍ରୀ ଙ୍କ ଅଭିନୟ କୁ ଦର୍ଶକ ମାନେ ବହୁତ ମାତ୍ରାରେ ପସନ୍ଦ ମଧ୍ୟ କରନ୍ତି।

ଅଭିନେତ୍ରୀ ରାନୀ ପଣ୍ଡା କେବଳ ଅଭିନୟ କରନ୍ତି ନାହିଁ ଏହା ସହିତ ଶୁଣିବାକୁ ମିଳିଥିଲା ଯେ , ସେ ବହୁତ ଭଲ ଗୀତ ମଧ୍ୟ ଗାଆନ୍ତି। ଓଡ଼ିଶା ର ଲୋକମାନେ ଅଭିନେତ୍ରୀ ରାନୀ ପଣ୍ଡା ଙ୍କୁ ବହୁତ ଭଲ ପାଆନ୍ତି ଏବଂ ଏହାର କାରଣ ହେଉଛି ଯେ, ସେ କେବେବି କୌଣସି ଗରିବ ର ଦୁଃଖ ଦେଖି ପାରନ୍ତି ନାହିଁ।

ସବୁବେଳେ ସମସ୍ତଙ୍କ ସାହାଯ୍ୟ କରନ୍ତି। ବାତ୍ୟା ସମୟରେ ମଧ୍ୟ ସେ ଗରିବ ଲୋକ ମାନଙ୍କୁ ଖାଇବା ଦେବା ନିମନ୍ତେ ସ୍ୱୟଂ ଆସିଥିଲେ। ସେମାନଙ୍କୁ ଚୁଡା, ଚିନି ଆଦି ଯୋଗାଇଥିଲେ ଏବଂ ପିନ୍ଧିବାକୁ ବସ୍ତ୍ର ମଧ୍ୟ ଦେଇଥିଲେ। ଏହି ଅଭିନେତ୍ରୀ ଙ୍କୁ ଯାତ୍ରା ଜଗତର ରାଣୀ ବୋଲି କୁହନ୍ତି। ତାଙ୍କ ଡ୍ୟାନ୍ସ ଦେଖିବା ପାଇଁ ଲୋକମାନେ ବହୁତ ଆଗ୍ରହ ପ୍ରକାଶ କରିଥାନ୍ତି।

ବନ୍ଧୁଗଣ ଆପଣ ମାନେ ତ ଜାଣିଥିବେ ଯେ, ଅଭିନେତ୍ରୀ ରାନୀ ପଣ୍ଡା ଓଡ଼ିଶାର ଭୁବନେଶ୍ୱର ରେ ରହୁଥିଲେ। କିନ୍ତୁ ବର୍ତ୍ତମାନ ସେ ନିଜର କୌଣସି ବ୍ୟକ୍ତିଗତ କାରଣରୁ ଓଡ଼ିଶା ଛାଡ଼ି ଚାଲି ଯାଇଛନ୍ତି। ଅଭିନେତ୍ରୀ ବର୍ତ୍ତମାନ ପର୍ଯ୍ୟନ୍ତ ବାହା ହୋଇ ନାହାନ୍ତି। ସେ ନିଜ ଜୀବନରେ ସିଙ୍ଗଲ ଅଛନ୍ତି।

ଅଭିନେତ୍ରୀ ‘ରାନୀ ପଣ୍ଡା’ ଙ୍କ ସମ୍ପତ୍ତି ଉପରେ ଯଦି ନଜର ପକାଇବା ତେବେ ସେ ଗୋଟିଏ ଯାତ୍ରାରେ ଡ୍ୟାନ୍ସ କରିବା ନିମନ୍ତେ ୩୦ ରୁ ୩୫ ହଜାର ଟଙ୍କା ଡିମାଣ୍ଡ କରିଥାନ୍ତି। ତାଙ୍କର ଭୁବନେଶ୍ୱର ରେ ଏକ ରାଜକୀୟ ଘର ମଧ୍ୟ ଅଛି ଏବଂ ତାଙ୍କର ଗୋଟିଏ ପର୍ଶନାଲ କାର ମଧ୍ୟ ଅଛି। ଅଭିନେତ୍ରୀ ରାନୀ ପଣ୍ଡା ଙ୍କ ସମୁଦାୟ ସମ୍ପତ୍ତି ର ଆନୁମାନିକ ମୂଲ୍ୟ ୩୦ ରୁ ୩୫ ଟଙ୍କା ଲକ୍ଷ ହେବ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button