ଦେଶ ବିଦେଶ

ବଡ଼ ପଦକ୍ଷେପ ନେଲା TRAI, ବ୍ଲକ୍ କଲା ୧.୭୭ କୋଟି ସିମ୍ କାର୍ଡ

ରକାରୀ ଟେଲିକମ୍ ବିଭାଗ ନକଲି କଲ୍ ବନ୍ଦ କରିବାକୁ କଡା ପଦକ୍ଷେପ ନେଇଛି । ନିକଟରେ ବିଭାଗ ୧.୭୭ କୋଟି ମୋବାଇଲ୍ ନମ୍ବରକୁ ବନ୍ଦ କରିଛି । ନକଲି କଲ୍ ବନ୍ଦ କରିବା ପାଇଁ ପଦକ୍ଷେପ ନିଆଯାଇଛି । ଦେଶର ୧୨୨ କୋଟିରୁ ଅଧିକ ଟେଲିକମ୍ ୟୁଜରଙ୍କୁ ସୁରକ୍ଷା ଦେବା ପାଇଁ ଟେଲିକମ୍ ବିଭାଗ TRAI ସହଯୋଗରେ ଏହି ପଦକ୍ଷେପ ନେଇଛି । ମିଳିତ ଭାବେ ସେମାନେ ନକଲି କଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।

ଗତ ମାସରେ TRAI ଏକ ନୂଆ ପଲିସି ପ୍ରସ୍ତୁତ କରିଛି, ଯାହା ମାଧ୍ୟମରେ ଅପରେଟରମାନେ ବର୍ତ୍ତମାନ ମାର୍କେଟିଂ ଏବଂ ନକଲି କଲ୍ ବନ୍ଦ କରିପାରିବେ । ଏହା ଦ୍ବାରା ହ୍ବାଇଟ ଲିଷ୍ଟିଂର ଆବଶ୍ୟକତା ରହିବ ନାହିଁ ।

ଟେଲିକମ୍ ବିଭାଗ ଅନୁଯାୟୀ ପ୍ରତିଦିନ ପ୍ରାୟ ୧.୩୫ କୋଟି ନକଲି କଲ୍ ବନ୍ଦ କରାଯାଉଛି । ଏହା ବ୍ୟତୀତ ବିଭାଗ ନକଲି କଲ କରୁଥିବା ୧.୭୭ କୋଟି ମୋବାଇଲ ନମ୍ବରକୁ ବ୍ଲକ୍ କରିଛି । ଲୋକଙ୍କ ଅଭିଯୋଗ ଉପରେ ବିଭାଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଏବଂ ପାଞ୍ଚ ଦିନ ମଧ୍ୟରେ ପ୍ରାୟ ୭ କୋଟି କଲ୍ ବନ୍ଦ କରିଛି । ଏହା ସେମାନଙ୍କ ଅଭିଯାନର ଆରମ୍ଭ ବୋଲି ବିଭାଗ କହିଛି ।

ନିକଟରେ ଯୋଗାଯୋଗ ମନ୍ତ୍ରଣାଳୟ ଏକ ବୟାନରେ କହିଛି ଯେ ବ୍ୟାଙ୍କ ଏବଂ ପେମେଣ୍ଟ ୱାଲେଟ ଦ୍ୱାରା ପ୍ରାୟ ୧୧ ଲକ୍ଷ ଆକାଉଣ୍ଟ ଫ୍ରିଜ୍ ହୋଇଯାଇଛି । ଆଗାମୀ ଦିନରେ ଅଧିକ ସିମ୍ କାର୍ଡ ବ୍ଲକ୍ କରାଯିବ ବୋଲି ସରକାର କହିଛନ୍ତି । ଟେଲିକମ୍ ବିଭାଗ (DOT) ସହିତ କାର୍ଯ୍ୟ କରୁଥିବା ଚାରିଜଣ ଟେଲିକମ୍ ସେବା ଅପରେଟର (ଟିଏସପି) ୪୫ ଲକ୍ଷ ନକଲି ଇଣ୍ଟରନ୍ୟାସନାଲ କଲ୍ ଟେଲିକମ୍ ନେଟୱାର୍କରେ ପହଞ୍ଚିବାରେ ରୋକିଥିଲେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button