ଓଡିଶା

ଟ୍ରାକ୍‌କୁ ଫେରିଲା ଓଡ଼ିଶା ଏଫ୍‌ସି: କଳିଙ୍ଗରେ ଜାମ୍‌ସେଦ୍‌ପୁରକୁ ୨-୧ରେ ହରାଇଲା

ଭୁବନେଶ୍ବର: ଚଳିତ ଆଇଏସ୍ଏଲ୍ (୨୦୨୪-୨୫)ରେ ଓଡ଼ିଶା ଏଫ୍ସି ଶନିବାର ପରାଜୟ ଧାରା ଭାଙ୍ଗି ଟ୍ରାକ୍କୁ ଫେରିଛି। ପ୍ରଥମ ଦୁଇ ମ୍ୟାଚ୍ରେ ପରାଜୟ ବରଣ କରିବା ପରେ ଚାପରେ ଥିବା ଏହି ଭୁବନେଶ୍ବର ଭିତ୍ତିକ ଦଳ ଶନିବାର କଳିଙ୍ଗ ଷ୍ଟାଡିୟମ୍ରେ ଅନ୍ୟତମ ଶକ୍ତିଶାଳୀ ଜାମ୍ସେଦ୍ପୁର ଏଫ୍ସିକୁ ୨-୧ ଗୋଲ୍ରେ ପରାସ୍ତ କରି ପଏଣ୍ଟ୍ ଖାତା ଖୋଲିଛି।

ଦୁଇ ତାରକା ଖେଳାଳି ଡିଏଗୋ ମୌରିସିଓ ଏବଂ ମୌର୍ତଜା ଫଲ୍, ଜଗରନଟ୍ସକୁ ପ୍ରଥମାର୍ଦ୍ଧରେ ୨-୦ରେ ଆଗୁଆ ରଖିବା ପରେ ଦଳର ଆତ୍ମବିଶ୍ବାସ ବଢ଼ିଥିଲା।

ଅନ୍ୟପକ୍ଷରେ କ୍ରମାଗତ ବିଜୟ ସହ ଭୁବନେଶ୍ବର ଆସିଥିବା ଜାମ୍ସେଦ୍ପୁର ଦଳ ପ୍ରଥମ ପରାଜୟ ବରଣ କରିଛି। ୨୦ ମିନିଟ୍ରେ ଇସାକଙ୍କ ଡ୍ରିବଲିଂ ପରେ ହୁଗୋ ବୌମସ୍ଙ୍କ ଜରିଆରେ ମୌରିସିଓଙ୍କ ସଟ୍ ଦେଇ ବଲ୍ ଜେଏଫ୍ସି ନେଟ୍ ଭିତରକୁ ଚାଲିଯାଇଥିଲା। ୪୨ତମ ମିନିଟ୍ରେ ପୁଣି ଥରେ ହୁଗୋ ବୌମସ୍ଙ୍କ କର୍ଣ୍ଣରରୁ ଆସିଥିବା ବଲ୍କୁ ମୌର୍ତଦା ଫଲ୍ ସିଧା ନେଟ୍ ଭିତରକୁ ପଠାଇ ଦେଇଥିଲେ। ଦ୍ବିତୀୟାର୍ଦ୍ଧର ୬୨ତମ ମିନିଟ୍ରେ ମୌର୍ତଦାଙ୍କ ହେଡର୍ ନିଜ ଗୋଲ୍ ପୋଷ୍ଟ ଭିତରକୁ ଚାଲିଯିବାରୁ ଗୋଟିଏ ଗୋଲ୍ ବ୍ୟବଧାନ କମିଯାଇଥିଲା। ଏହା ପରେ ଉଭୟ ଦଳ ଆକ୍ରମଣ କରିଥିଲେ ମଧ୍ୟ ସ୍କୋର୍ ଲାଇନ୍ ବଦଳି ନଥିଲା। ମୌର୍ତଦା ଫଲ୍ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଶନିବାରର ଏହି ମ୍ୟାଚ୍ ପାଇଁ କିନ୍ତୁ କଳିଙ୍ଗ ଷ୍ଟାଡିୟମ୍ରେ ୮,୦୦୦ରୁ ଊର୍ଧ୍ବ ଦର୍ଶକ ଉପସ୍ଥିତ ହୋଇଥିଲେ। ଓଡ଼ିଶା ଏଫ୍ସି ନିଜ ପରବର୍ତୀ ମ୍ୟାଚ୍ କଳିଙ୍ଗ ଷ୍ଟାଡିୟମ୍ରେ ଅକ୍ଟୋବର ୩ରେ କେରଳ ବ୍ଲାଷ୍ଟର୍ସ ସହ ଖେଳିବ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button