କ୍ରାଇମ

ଧରାପଡ଼ିଲା ବାଇକ୍‌ ଛାଡ଼ିଯାଇଥିବା ଲୁଟେରା: ଚୋରି ଚେନ୍‌, କାନଫୁଲ ଜବତ – Utkal Mail


ଭୁବନେଶ୍ବର: ଗତ ୧୮ ତାରିଖ ରାତିରେ କଳିଙ୍ଗନଗରରୁ ଚୋରି କଲା ବେଳେ ବାଇକ୍‌ ଛାଡ଼ି ପଳାଇଥିବା ଲୁଟେରା ଧରାପଡ଼ିଛି। ତମାଣ୍ଡୋ ଥାନା ପୁଲିସ ହାତରେ ଫୁଲେଶ୍ବରୀ ବସ୍ତିରୁ ଧରାପଡ଼ିଥିବା ଅଭିଯୁକ୍ତ ହେଲା ଗଞ୍ଜାମ ଭଞ୍ଜନଗର ଅଞ୍ଚଳର ସିଦ୍ଧାର୍ଥ ପଣ୍ଡା ଓରଫ୍‌ ସନ୍ତୋଷ(୨୨)। ପୁଲିସ ତା’ଠାରୁ ଗୋଟିଏ ସୁନାଚେନ୍‌ ଓ ୩ ହଳ କାନ ଫୁଲ ଜବତ କରିଛି।

ପୁଲିସ ସୁଚନା ମୁତାବକ ସେଦିନ ରାତିରେ ସନ୍ତୋଷ ଜଣେ ପଡ଼ୋଶୀଙ୍କ ବାଇକ୍‌ ନେଇ କଳିଙ୍ଗନଗର କେ-୪ ସ୍ଥିତ ଶିବମନ୍ଦିର ନିକଟରେ ରହୁଥିବା ସତ୍ୟ ବାରିକଙ୍କ ଘରକୁ ଯାଇଥିଲା। ଘରେ କେହି ନଥିବା ସୁଯୋଗ ପାଇ ସେ ଝରକା ଭାଙ୍ଗି ଭିତରେ ପଶିଥିଲା। ଚୋରି କରିସାରି ପୁଣି ସେହି ଝରକା ବାଟେ ବାହାରୁଥିବା ବେଳେ ଜଣେ ସ୍ଥାନୀୟ ଲୋକ ଦେଖିପକାଇ ପାଟି କରିଥିଲା। ତାଙ୍କ ପାଟି ଶୁଣି ଅନ୍ୟମାନେ ସେଠାକୁ ଧାଇଁ ଆସିବାରୁ ସନ୍ତୋଷ ବାଇକ୍‌ ଛାଡ଼ି ପଳାଇଥିଲା। ଖବର ପାଇ ତମାଣ୍ଡୋ ଥାନା ପୁଲିସ ଘଟଣାସ୍ଥଳରୁ ବାଇକ୍‌ ଜବତ କରି ତଦନ୍ତ ଆରମ୍ଭ କରିଥିଲା। ବାଇକ୍‌ ନମ୍ବରୁ ପୁଲିସ ଫୁଲେଶ୍ବରୀ ବସ୍ତିରେ ପହଞ୍ଚିଥିଲା ଏବଂ ବାଇକ୍‌ ମାଲିକଙ୍କ ସୂଚନା ଆଧାରରେ ସନ୍ତୋଷକୁ ଠାବ କରିଥିଲା।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button