ଦେଶ ବିଦେଶ

ଅଧିକ ଧନ ସଂପତ୍ତି ଲାଭ କରିବା ପାଇଁ ଘରର ବଗିଚାରେ ଲଗାନ୍ତୁ ଏହି ୫ ଗୋଟି ଗଛ। ବଦଳି ଯିବ ଭାଗ୍ୟ।

ପୁରୁଣା ଯୁଗରେ ଘରର ବଗିଚାରେ ଗଛପତ୍ର ଲଗାଇବା ଏକ ଫେସନ ହୋଇ ଯାଇଥିଲା।କିନ୍ତୁ ଆଜିକାଲି ଲୋକେ ନିଜ ଘରକୁ ସଜାଇ ରଖିବା ପାଇଁ ଗଛଲତା ନିଜ ଘରେ ଲଗାଉଛନ୍ତି। ଘରର ବଗିଚାରେ ଗଛ ଲଗାଇବା ଦ୍ଵାରା ଘରର ସୌନ୍ଦର୍ଯ୍ୟ ବଢିବା ସହିତ ପରିବେଶ ମଧ୍ୟ ସବୁଜମୟ ରହିଥାଏ। ଏହାଦ୍ବାରା ଆଖପାଖ ବାତାବରଣ ସୁରକ୍ଷିତ ହେବା ସହିତ ମନକୁ ଶାନ୍ତି ମିଳିଥାଏ।ଏଥିପାଇଁ ଆଜିକାଲି ଲୋକେ ବାହାରକୁ ଭ୍ରମଣରେ ଯାଇ ଥାଆନ୍ତିf ଦ୍ଵାରା ଘରେ ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ।

ମନି ପ୍ଲାଣ୍ଟ :-

କୁହାଯାଏ କି ଏହି ଗଛ ଯେତେ ବଢ଼ିଥାଏ, ଘରେ ସେହିପରି ଧନ ସମ୍ପତ୍ତି ବୃଦ୍ଧି ହୋଇଥାଏ।ଏହାକୁ ସର୍ବଦା ଆଗ୍ନେୟ କୋଣ ବା ଦକ୍ଷିଣ – ପୂର୍ବ ଦିଗ ଆଡକୁ ରଖନ୍ତୁ।ଏଭଳି କରିବା ଦ୍ୱାରା ଘରେ ସୁଖ ଓ ସମୃଦ୍ଧି ବୃଦ୍ଧି ହୋଇଥାଏ। ଏହାସହିତ ଆପଣ ସବୁ କ୍ଷେତ୍ରରେ ସଫଳତା ହାସଲ କରିବେ।

ସପୁରୀ ଗଛ :-

ଘରର ବଗିଚାରେ ସପୁରୀ ଗଛ ଲଗାଇବା ଅତ୍ୟନ୍ତ ଶୁଭ ହୋଇଥାଏ। ଘରେ ଏହି ଗଛକୁ ଆଗ୍ନେୟ କୋଣ ବା ଦକ୍ଷିଣ ଓ ପଶ୍ଚିମ ଦିଗରେ ରଖିବା ଉଚିତ ନୁହେଁ। ଏହାଦ୍ବାରା ପରିବାର ଲୋକଙ୍କ ଉପରେ ବିପଦ ମାଡି ଆସିଥାଏ।

ଦୁବ ଘାସ :-

ଯଦି ଆପଣଙ୍କୁ ଲମ୍ବା ସମୟରୁ ସନ୍ତାନ ସୁଖ ପ୍ରାପ୍ତ ହେଉ ନାହିଁ। ତାହେଲେ ଆପଣ ଦୁବ ଘାସ ଲଗାଇ ପାରିବେ। ମାନ୍ୟତା ରହିଛି କି ଏହି ଦୁବ ଘାସ ମୂଳରେ ଜଳ ଅର୍ପଣ କଲେ ଓ ଏହାକୁ ଭଗବାନ ଶ୍ରୀଗଣେଶଙ୍କୁ ଅର୍ପଣ କଲେ ଆପଣଙ୍କର ସମସ୍ତ ମନସ୍କାମନା ପୂରଣ ହୋଇଯିବ।ଦେଖିବେ ଆପଣଙ୍କ ଘରକୁ କେବେବି ବିପତ୍ତି ମାଡି ଆସିବ ନାହିଁ।

ବେଲ ଗଛ :-

ବାସ୍ତୁ ଶାସ୍ତ୍ର ଅନୁସାରେ ବେଲଗଛକୁ ଅତ୍ୟନ୍ତ ଶୁଭ ବୋଲି ମାନା ଯାଇଛି। ଧାର୍ମିକ ମାନ୍ୟତା ଅନୁସାରେ ଏହି ଗଛର ପତ୍ରକୁ ଭଗବାନ ଶିବଙ୍କୁ ଅର୍ପଣ କଲେ ଶୁଭ ଫଳ ପ୍ରାପ୍ତ ହୋଇଥାଏ। କହିବାକୁ ଗଲେ ଭଗବାନ ଶିବଙ୍କୁ ବେଲ ପତ୍ର ବହୁତ ପ୍ରିୟ ଅଟେ।

ବାଉଁଶ ପତ୍ର :-

ଘରର ବଗିଚାରେ ବାଉଁଶ ଗଛ ରହିଲେ ଅତ୍ୟନ୍ତ ଶୁଭ ହୋଇଥାଏ। ଯଦି ଐଶାନ୍ୟ କୋଣ ବା ଉତ୍ତର – ପୂର୍ବ ଦିଗରେ ବାଉଁଶ ଗଛ ଲଗାଯାଏ, ତାହେଲେ ଅତ୍ୟନ୍ତ ଶୁଭ ହୋଇଥାଏ। ମଣିଷର ଅଧିକାଂଶ କାର୍ଯ୍ୟରେ ବାଉଁସର ବ୍ୟବହାର କରାଯାଇଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button