ଜୀବନଶୈଳୀ

ଗାଧୋଇ ସାରିବା ପରେ କରନ୍ତୁ ନାହିଁ ଏହି ବଡ ଭୁଲ ! ନହେଲେ ହୋଇପାରେ ବହୁତ ଭୟଙ୍କର

ବନ୍ଧୁଗଣ ଗାଧୋଇ ସରିବା ପରେ କରନ୍ତୁ ନାହିଁ ଏହି ସବୁ କାମ। ସବୁ ଦିନ ଆମେ ମାନେ ଗାଧୋଇ ସରିବା ପରେ ଖାଦ୍ୟ ଖାଇ ତର ତର ହୋଇ ପୋଷାକ ପିନ୍ଧି କାମ ରେ ବାହାରି ଜାଇ ଥାଉ। ପୁରୁଷ ହୁଅନ୍ତୁ କି ମହିଳା କେବେ ବି ଗାଧୋଇ ସାରିବା ପରେ ଏହି ସବୁ କାମ କରିବା ଅନୁଚିତ ନଚେତ ଏହି ଛୋଟ ଛୋଟ ଭୁଲ ଯୋଗୁ ଆମ ଜୀବନରେ ସ୍ୱାସ୍ଥ୍ୟ ଗତ ସମସ୍ୟା ଏବଂ ଆର୍ଥିକ ସମସ୍ୟା ଦେଖା ଦିଏ ଏବଂ ଏହା ସହିତ ପୁରା ଦିନ ଅମଙ୍ଗଳରେ ବ୍ୟତୀତ ହୋଇଥାଏ। ଶାସ୍ତ୍ର ଅନୁସାରେ ପ୍ରତ୍ୟକ କର୍ମର ସଠିକ ନିୟମ ରହିଛି। ଏହି ନିୟମକୁ ମାନି ଚଳିଲେ ଘର ଏବଂ ପରିବାର ସୁଖ ଶାନ୍ତି ବଜାୟ ରହିଥାଏ। ତେବେ ଆସନ୍ତୁ ଜାଣିବା ସ୍ନାନ ପରେ କେଉଁ ସବୁ କାମ କରିବା ଉଚିତ ନୁହେଁ।

କେବେବି ଦକ୍ଷିଣ ଦିଗକୁ ମୁହଁ କରି ସ୍ନାନ କରିବା ଉଚିତ ନୁହେଁ। କାରଣ ଏହି ଦିଗକୁ ଯମ ରାଜାଙ୍କୁ ସମର୍ପଣ କରାଯାଇଛି। ପୂର୍ବ ଦିଗକୁ ମୁହଁ କରି ସ୍ନାନ କରିବାକୁ ବହୁତ ଶୁଭ ଅଟେ। ସ୍ନାନ କରିବା ପରେ ସୂର୍ଯ୍ୟ ଦେବଙ୍କୁ ନିଶ୍ଚୟ ଜଳ ଅର୍ପଣ କରିବା ଉଚିତ। ଏହା ଦ୍ବାରା ଦିନଟି ଭଲରେ ବ୍ୟତିତ ହେବ।

ସ୍ନାନ ପରେ ବାଲ୍ଟିରେ ଗାଧୋଇ ଥିବା ପାଣି କୁ କେବେବି ରଖନ୍ତୁ ନାହିଁ। ବାଲ୍ଟିରେ ସଫା ପାଣି ଧରି ରଖନ୍ତୁ। ବହୁତ ଲୋକ ଅଛନ୍ତି ସ୍ନାନ ପରେ ବାଲ୍ଟିକୁ ଓଗଡାଇ ରଖି ଦିଅନ୍ତି ଏହା ଆପଣଙ୍କ ଧନ ଜନିତ ସମସ୍ୟା ଦେଇ ପାରେ। ସେଥିପାଇଁ ସବୁବେଳେ ବାଥରୁମରେ ପାଣି ଭର୍ତ୍ତି କରି ରଖନ୍ତୁ।

ଓଦା ଲୁଗା ପକେଇ ରଖନ୍ତୁ ନାହିଁ। ବହୁତ ଲୋକ ମାନେ ଗାଧୋଇ ସାରିବା ପରେ ନିଜର ଓଦା ଲୋଗାକୁ ସେମିତି ହିଁ ବାଥରୁମରେ ପକାଇ ରଖିଥାନ୍ତି କିନ୍ତୁ ଏହା ବହୁତ ଖରାପ ଅଭ୍ୟାସ ଅଟେ। ଏହା ଜୀବନରେ ବହୁତ ଖରାପ ପ୍ରଭାବ ପକାଇଥାଏ। ସେଥିପାଇଁ ସ୍ନାନ ପରେ ଓଦା ଲୁଗା ତୁରନ୍ତ ଶୁଖାଇ ଦେବା ଉଚିତ।

ଗାଧୋଇବା ସମୟ ରେ ଚପଲର ବ୍ୟବହାର କରିବା ଅଶୁଭ ମନା ଯାଏ। ଏହା ଦ୍ୱାରା ଧନ ହାନି ହୋଇଥାଏ। ଗାଧୋଇବା ସମୟରେ ପ୍ରଥମ ପାଣିକୁ ନିଜର ପାଦରେ ପକେଇବା ଶୁଭ ମନାଯାଏ କିନ୍ତୁ ସ୍ନାନ ପରେ ପାଦରେ ପାଣି ପକେଇବାକୁ ବହୁତ ଅଶୁଭ ମାନାଯାଏ।

କେବେବି ସ୍ନାନ କରିବା ସମୟରେ ନିରବ ହୋଇ ସ୍ନାନ କରିବା କଥା ନୁହେଁ। ସ୍ନାନ ସମୟରେ କୌଣସି ମନ୍ତ୍ର ଉଚାରଣ କରି କିମ୍ବା ସଙ୍ଗୀତ ଗାନ କରି ସ୍ନାନ କରିବା ଦ୍ୱାରା ଆମ ମାନଙ୍କୁ ଶକ୍ତି ମିଳିଥାଏ ଏବଂ ପୁରା ଦିନଟି ସତେଜ ଅନୁଭବ ହୋଇଥାଏ।

ସ୍ନାନ ପରେ ନଖ କାଟିବା କିମ୍ବା ଶେଭିଂ ହେବା ଭୁଲ ଅଟେ। ଏମିତି କଲେ ଆମ ସ୍ୱାସ୍ଥ୍ୟ ପାଇଁ କ୍ଷତି କାରକ ଅଟେ। ଏହି କାମ ସ୍ନାନ ପରେ କରିଲେ ମା ଲକ୍ଷ୍ମୀ ଗୃହକୁ ପ୍ରବେଶ କରିବେ ନାହିଁ।

ସ୍ନାନ ପରେ ଓଦା ଲୁଗାରେ ଠାକୁର ପୂଜା କରିବା ଉଚିତ ନୁହେଁ। ଏହା ଦ୍ବାରା ପାପ ଲାଗିଥାଏ କିନ୍ତୁ ଓଦା ଲୁଗାରେ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରିବା ଉଚିତ

ସ୍ନାନ ପରେ ସଙ୍ଗେ ସଙ୍ଗେ ସିନ୍ଦୁର ଲଗାଇବା ବା ସଜବାଜ ହେବା ଅଶୁଭ ହୋଇଥାଏ।

ସ୍ନାନ ପରେ ମୁଢି ଖାଆନ୍ତୁ ନାହିଁ। ପ୍ରଥମେ ପାଟିରେ ଲୁଣ ମାରି ମୁଢି ଖାଆନ୍ତୁ।

ସ୍ନାନ ପରେ ତୁରନ୍ତ ଅଗ୍ନି ସ୍ପର୍ଶ କରନ୍ତୁ ନାହିଁ। ସ୍ନାନ ପରେ ପାଟିରେ ଲୁଣ ମାରି ଅଗ୍ନି ସ୍ପର୍ଶ କରନ୍ତୁ। ନଚେତ ଏହି ଭୁଲ ପାଇଁ ଖାଦ୍ୟର ଅଭାବ ଦେଖାଦିଏ।

ସୂର୍ଯ୍ୟାସ୍ତ ସମୟ ସ୍ନାନ କରିବା ପାପ ହୋଇଥାଏ। ସେଥିପାଇଁ ସୂର୍ଯ୍ୟାସ୍ତ ପରେ ହିଁ ସ୍ନାନ କରନ୍ତୁ।

Related Articles

Leave a Reply

Your email address will not be published. Required fields are marked *

Back to top button