ମନୋରଞ୍ଜନ

ଚପଲ ମାଡ ଖାଇଲା ପରେ ବି ସୁଧୁରିଲେ ନାହିଁ, ଲାଜସରମ ଭୁଲି କଲେ ହଟଡ୍ୟାନ୍ସ ଆଉ ଫ୍ଲାଇଙ୍ଗ କିସ୍ ଦେଲେ Rani…

ବନ୍ଧୁଗଣ, ସୂଚନା ଅନୁଯାୟୀ କିଛି ଦିନ ତଳେ ଭଦ୍ରକରେ କାଳୀପୂଜା ସମୟରେ ମନୋରଞ୍ଜନ ନିମନ୍ତେ ହେଉଥିବା ଯାତ୍ରାପାଟିରେ ଅଭିନେତ୍ରୀ ରାଣୀ ପ୍ରିୟଦର୍ଶନୀ ସାହୁ ଙ୍କ ଅଶ୍ଳୀଳ ନାଚ କୁ ବିରୋଧ କରି ଜଣେ ମହିଳା ତାଙ୍କ ଉପରକୁ ଚପଲ ମାଡ କରିଥିଲେ । ଏହାପରେ କିଛି ସମୟ ଧରି ବନ୍ଦ ହୋଇଯାଇଥିଲା ଯାତ୍ରା । କିନ୍ତୁ ଖବର ଅନୁଯାୟୀ ରାଣୀ ବର୍ତ୍ତମାନ ପୁଣି ହଟଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି । ତେବେ ଆସନ୍ତୁ ଜାଣିବା ସଂପୂର୍ଣ୍ଣ ବିବରଣୀ ।

ଚପଲ ମାଡ ଖାଇଲା ପରେ ମଧ୍ୟ ସୁଧୁରୀ ନାହାଁନ୍ତି ଯାତ୍ରା ର ଆଇଟମ ଗାର୍ଲ ରାଣୀ । ସୁନ୍ଦରଗଡ ବଣାଇ ର ଯାତ୍ରା ପେଣ୍ଡାଲ ରେ କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା । ରଙ୍ଗୀନ ଆଲୁଅ ମଧ୍ୟରେ ରାଣୀ ଙ୍କ ବୋଲ୍ଡ ଡ୍ୟାନ୍ସ ଦେଖିବାକୁ ମିଳିଥିଲା । ଦର୍ଶକ ମାନେ ମଧ୍ୟ ଭରପୁର ଉପଭୋଗ କରୁଥିଲେ ରାଣୀଙ୍କର ଏଭଳି ନୃତ୍ୟରେ ।

ତେବେ ରାଣୀ ପ୍ରିୟଦର୍ଶନୀ କହିଥିଲେ ଯେ ଦର୍ଶକ ଏବଂ କମିଟି ଚାହୁଁଛନ୍ତି ବୋଲି ସେ ଆଜି ଏହିଭଳି ଅର୍ଦ୍ଧନଗ୍ନ ହୋଇ ନାଚୁଛନ୍ତି । ଅଧିକ ଟଙ୍କା ରୋଜଗାର ଏବଂ ଦର୍ଶକ ମାନଙ୍କୁ ଆକୃଷ୍ଟ କରିବା ନିମନ୍ତେ ଯାତ୍ରା ମାଲିକ ଙ୍କର କହିବା ଅନୁଯାୟୀ ଏହିଭଳି କରୁଛନ୍ତି ରାଣୀ । ଗତ ଶୁକ୍ରବାର ଦିନ ଭଦ୍ରକର କାଳୀପୂଜା ରେ ଆୟୋଜନ ହୋଇଥିବା ଯାତ୍ରାରେ ରାଣୀଙ୍କର ଏହିଭଳି ଅର୍ଦ୍ଧନଗ୍ନ ନାଚ ପାଇଁ ତାଙ୍କୁ ଜଣେ ମହିଳା ସ୍ଟେଜ ଆଗକୁ ଆସି ଚପଲ ମାଡ କରିଥିଲେ ।

ଖାଲି ସେ ଚପଲ ଫୋପାଡି ନଥିଲେ ବରଂ ଷ୍ଟେଜ ଉପରେ ଚଢି ରାଣୀ ଙ୍କୁ ମାଡ ମାରିବାକୁ ମଧ୍ୟ ଗୋଡାଇଥିଲେ । ଏହାପରେ ଉକ୍ତ ମହିଳା ଜଣଙ୍କ ଷ୍ଟେଜ ଉପରେ ବସି କିଛି ସମୟ ପର୍ଯ୍ୟନ୍ତ ପ୍ରତିବାଦ କରିଥିଲେ । ଯାତ୍ରା କମିଟିର ହସ୍ତକ୍ଷପ ପରେ ମହିଳା ଜଣକ ଷ୍ଟେଜରୁ ଓହ୍ଲାଇବା ପରେ ଯାତ୍ରା ଆରମ୍ଭ ହୋଇଥିଲା । ସବୁଠାରୁ ବଡ କଥା ହେଉଛି ଯେ ଯାତ୍ରା ପେଣ୍ଡାଲରେ ଏହିଭଳି ନାଚ କୁ କଣ ପାଇଁ ପ୍ରଶୟ ଦିଆଯାଉଅଛି ?

ଯେଉଁ ଜାଗାକୁ ଛୋଟ ଛୋଟ ପିଲାଠାରୁ ଆରମ୍ଭ କରି ବୟସ୍କ ଲୋକେ ମଧ୍ୟ ଯାଉଛନ୍ତି, ସେଠାରେ ଏହିଭଳି ନାଚ କଣ ପ୍ରଭାବ ପକାଇବ ? ଏହାକୁ ନେଇ ସୋ-ସି-ଆ-ଲ ମି-ଡି-ଆ ରେ ଭିନ୍ନ ଭିନ୍ନ ମତ ଦେଉଛନ୍ତି ଲୋକେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button