ସ୍ୱାସ୍ଥ୍ୟ

ମଧୁମେହ ରୋଗକୁ ଦୂର କରିବ ଏହି ପରିବା

ଔଷଧ ବ୍ୟତୀତ ଲୋକମାନେ ମଧୁମେହକୁ ନିୟନ୍ତ୍ରଣ କରିବା ପାଇଁ ବିଭିନ୍ନ ଘରୋଇ ଉପଚାର କରନ୍ତି। ଅନେକ ମଧୁମେହ ରୋଗୀ ନିମପତ୍ର ଖାଇବା ଆରମ୍ଭ କରନ୍ତି, କେତେକ ଲୋକ ଜଡିବୁଟି ସାହାଯ୍ୟରେ ମଧୁମେହକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରନ୍ତି। ଯଦି ଆପଣ ସୁଗାର ଲେବୁଲ ଓ ମଧୁମେହକୁ ନିୟନ୍ତ୍ରଣ କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ତେବେ ଆପଣ କଲରା ରସ ପିଇବା ଆରମ୍ଭ କରନ୍ତୁ। ଆୟୁର୍ବେଦରେ ରେ ସୁଗାର ଲେବୁଲକୁ କମାଇବା ପାଇଁ କଲରା ରସକୁ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଇଛି। ଅନେକ ଆଧୁନିକ ଅନୁସନ୍ଧାନରେ, କଲରା ରସକୁ ମଧୁମେହ ପାଇଁ ସବୁଠୁ ଭଲ ଉପାୟ ବୋଲି ଦର୍ଶାଯାଇଛି।

କଲରା ଜୁସ୍ ଅତ୍ୟନ୍ତ ଲାଭଦାୟକ ପରିବା ସହ ଏହା ଔଷଧୀୟ ଗୁଣରେ ପରିପୂର୍ଣ୍ଣ। ସ୍ୱାଦରେ ପିତା ହୋଇଥିଲେ ମଧ୍ୟ ଏହା ମଧୁମେହକୁ ନିୟନ୍ତ୍ରଣ କରିବାରେ ପ୍ରଭାବଶାଳୀ ହୋଇପାରେ। କଲରା ଜୁସରେ ଅନେକ ପ୍ରାକୃତିକ କମ୍ପାଉଣ୍ତ ଥାଏ, ଯାହା ସୁଗାର ଲେବୁଲକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ। କଲରା ଜୁସ ମଧ୍ୟ ଭୋକ କମାଇବାରେ ସାହାଯ୍ୟ କରିଥାଏ, ଯାହା ମଧୁମେହ ରୋଗୀଙ୍କ ପାଇଁ ଲାଭଦାୟକ ହୋଇଥାଏ।

କଲରା ଏକ ପୁଷ୍ଟିକର ପରିବା ଏବଂ ଏଥିରେ ପ୍ରଚୁର ଭିଟାମିନ୍ ଏବଂ ମିନେରାଲ୍ସ ରହିଛି। କଲରାରେ କ୍ୟାଲସିୟମ, ଭିଟାମିନ୍ ଏ, ଭିଟାମିନ୍ ସି, ଆଇରନ୍, ପୋଟାସିୟମ୍, ଜିଙ୍କ, ଫସଫରସ୍ ଏବଂ ମ୍ୟାଗ୍ନେସିୟମ୍ ରହିଛି। କଲରାରେ ଅନେକ ଶକ୍ତିଶାଳୀ ଆଣ୍ଟିଅକ୍ସିଡାଣ୍ଟ ମଧ୍ୟ ରହିଥାଏ, ଯାହା ଶରୀରକୁ ମୁକ୍ତ ରେଡିକାଲ ଦ୍ୱାରା ହେଉଥିବା କ୍ଷତିରୁ ରକ୍ଷା କରେ। କଲରା ଖାଇବା ଦ୍ବାରା ହଜମ ପ୍ରକ୍ରିୟାକୁ ସୁସ୍ଥ ରଖେ। ଏହାସହ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧିକରେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button