ଧର୍ମ

ଘରୁ ବାହାରିବା ବେଳେ ମିଠା ଦହି କାହିଁକି ଦିଆଯାଏ ଖାଇବାକୁ, ଜାଣନ୍ତୁ ଏହାର ପ୍ରକୁତ କାରଣ

ଘରୁ ବାହାରିବା ପୂର୍ବରୁ କିମ୍ବା କୌଣସି ଶୁଭ କାମରେ ଯିବା ପୂର୍ବରୁ ଆମେ ସାଧାରଣତଃ ମିଠା ଦହି ଖାଇଥାଉ ଜାଣନ୍ତୁ ଏହା ପଛରେ ଥିବା ପକୃତ କାରଣ କଣ। ବହୁ ପୁରାତନ କାଳରରୁ ଏହି ପରମ୍ପରା ଚାଲି ଆସୁଛି । ମିଠା ଦହି ଖାଇ ଘରୁ ବାହାରିଲେ ସବୁ କାମ ସଫଳ ହୁଏ ବୋଲି ଆମର ବିଶ୍ୱାସ ରହିଛି । ତେବେ ଏହି ପରମ୍ପରା ପଛରେ ମଧ୍ୟ ବୈଜ୍ଞାନିକ କାରଣ ରହିଛି । ଦହି ସ୍ୱାସ୍ଥ୍ୟ ପାଖେ ମଧ୍ୟ ହିତକାରକ । ଆୟୁର୍ବେଦ ଶାସ୍ତ୍ରରେ କୁହାଯାଇଛି ଯେ, ତକ୍ର: ସର୍ବ ବ୍ୟାଧି ନିବାରକ, କେବଳ କଫ ବର୍ଦ୍ଧକମ ।

ଆମେ ବାହାରକୁ ଯିବାବେଳେ ଏନର୍ଜି ବା ଶକ୍ତିର ଆବଶ୍ୟକତା ହୋଇଥାଏ ଏବଂ ଦହିରେ ପ୍ରଚୁର ପରିମାଣର ପ୍ରୋଟିନ ରହିଛି ଯାହାକି ସ୍ୱାସ୍ଥ୍ୟ ପକ୍ଷେ ଅତ୍ୟନ୍ତ ଲାଭଦାୟକ । ଏହା ଛଡା ଦହିରେ କ୍ୟାଲସିୟମ, ପୋଟାସିୟମ, ଭିଟାମିନ ବି-୬ ଏବଂ ବି-୧୨ ଭଳି ପୋଷଣ ତତ୍ୱ ରହିଛି । ଦହି ଖାଇବା ଦ୍ୱାରା ଆମର ହାଡ ମଜବୁତ ହୋଇଥାଏ। ଦହିରେ ପାଚନ ଶକ୍ତି ରହିଥିବାରୁ ଦହି ଖାଇବା ଦ୍ୱାରା ପେଟ ସମସ୍ୟା ମଧ୍ୟ ଦୂର ହୋଇଥାଏ। ଡାକ୍ତର ଭାଷା ଅନୁଯାୟୀ ଦିନକୁ ୨୦୦ ଗ୍ରାମ ଦହି ଖାଇଲେ ଶରୀରରେ ରୋଗ ପ୍ରତିଶୋଧକ କ୍ଷମତା ମଧ୍ୟ ବଢିଥାଏ ।

ଦହିର ମଇଶ୍ଚରାଇଜର ଗୁଣ ରହିଛି ଯାହାକି ରୂଖା ଚର୍ମକୁ ସୁନ୍ଦର ଏବଂ ମୁଲାୟମ ରଖିଥାଏ। ଦହି ପାଚନ ଶକ୍ତି ବଢ଼ିଥାଏ ଯାହା ଫଳରେ ମୁହଁରେ ବ୍ରଣ ସମସ୍ୟା ଦୂର ହୋଇଥାଏ ଏବଂ ଏଥିରେ ଲାକଟିକ ଏସିଡ ଥିବାରୁ ଏହା ମୃତ କୋଷିକା ଗୁଡିକୁ ସଫା କରିଥାଏ । ପ୍ରତିଦିନ ଦହି ଖାଇବା ଦ୍ୱାରା ଉଚ୍ଚ ରକ୍ତ ଚାପ ଆଶଙ୍କା ୩୧ ପ୍ରତିଶତ କମିଯାଇଥାଏ। ଏଥିରେ ଥିବା ପୋଟାସିୟମ ଏବଂ ମ୍ୟାଗନେସିୟମ ଯୋଗୁଁ ଏହା ହାର୍ଟକୁ ସୁସ୍ଥ ରଖିଥାଏ।

Related Articles

Leave a Reply

Your email address will not be published. Required fields are marked *

Back to top button