ନୀତି

ଆଜି ବିଶ୍ବ ରଜଃନିବୃତ୍ତି ଦିବସ : ସଚେତନତା ସୃଷ୍ଟି ପାଇଁ ପ୍ରୟାସ – Utkal Mail


ଜଣେ ମହିଳାଙ୍କ ଠାରେ ୧୨ ମାସ ଧରି ଋତୁସ୍ରାବ ବନ୍ଦ ରହିବା, ହର୍ମୋନ୍‌ଜନିତ ପରିବର୍ତ୍ତନ, ଆବେଗ ଓ ନିଦ୍ରାରେ ବିଶୃଙ୍ଖଳା ଦେଖାଦେବା ଆଦି ହେଉଛି ରଜଃନିବୃତ୍ତିର ଆଦ୍ୟ ସଂକେତ। ୪୦ରୁ ୫୮ ବର୍ଷ ବୟସରେ ମହିଳାଙ୍କର ରଜଃନିବୃତ୍ତି ହୋଇଥାଏ। ଜଳବାୟୁଗତ ପରିବେଶ ଉପରେ ନିର୍ଭର କରି ଏହି ବୟସ ସୀମା ଭିନ୍ନ ଭିନ୍ନ ଦେଶ ପାଇଁ ଭିନ୍ନ ଭିନ୍ନ ରହିଛି।

ମଧ୍ୟବୟସ୍କ ମହିଳାଙ୍କ ଶରୀରରେ ହେଉଥିବା ଏହି ଗୁରୁତ୍ବପୂର୍ଣ୍ଣ ପରିବର୍ତ୍ତନ ଓ ତତ୍‌ସମ୍ବନ୍ଧୀୟ ସ୍ବାସ୍ଥ୍ୟ ସମସ୍ୟା ଦୂର କରିବା ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ପ୍ରତିବର୍ଷ ଆଜିର ଦିନକୁ ବିଶ୍ବ ରଜଃନିବୃତ୍ତି ଦିବସ ଭାବେ ପାଳନ କରାଯାଉଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଓ ଅନ୍ତର୍ଜାତୀୟ ରଜଃନିବୃତ୍ତି ସମାଜ ମିଳିତ ଭାବେ ୨୦୦୯ ମସିହାରୁ ଏହି ଦିବସ ପାଳନ ଆରମ୍ଭ କରିଥିଲି।

ରଜଃନିବୃତ୍ତିର ଅବ୍ୟବହିତ ପୂର୍ବରୁ ଏବଂ ପରେ ସେମାନଙ୍କ ଠାରେ ବିଭିନ୍ନ ପ୍ରକାର ସ୍ବାସ୍ଥ୍ୟ ସଂକଟ ଉପୁଜିଥାଏ। ସେ ଭିତରୁ ଗୋଟିଏ ହେଉଛି ହୃତ୍‌ପିଣ୍ଡ ଓ ଧମନୀ ସମ୍ବନ୍ଧୀୟ ରୋଗ। ସେହି କାରଣରୁ ଏ ବର୍ଷ ରଜଃନିବୃତ୍ତି ଦିବସର ପ୍ରସଙ୍ଗ ରଖାଯାଇଛି: ‘ହୃତ୍‌ପିଣ୍ଡ ଓ ଧମନୀ ସମ୍ବନ୍ଧୀୟ ରୋଗ’। ଗବେଷଣାରୁ ଜଣାପଡ଼ିଛି ଯେ ମହିଳାଙ୍କ ପ୍ରଜନନ ସମ୍ପର୍କିତ ଅଭିଜ୍ଞତା (ଋତୁସ୍ରାବ, ଗର୍ଭଧାରଣ, ସ୍ତନ କର୍କଟ ଚିକିତ୍ସା ଓ ରଜଃନିବୃତ୍ତି)ଗୁଡ଼ିକ ପରବର୍ତ୍ତୀ ସମୟରେ ହୃତ୍‌ରୋଗ ଭୋଗିବାର ଆଶଙ୍କାକୁ ପ୍ରଭାବିତ କରିଥାଏ। ଏ ସମ୍ପର୍କରେ ସଚେତନ ହେବା ଦ୍ବାରା ମହିଳାମାନେ ଏହି ରୋଗର ଆଶଙ୍କାକୁ ହ୍ରାସ କରିପାରିବେ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button