ଓଡିଶା

ଜଳୁଛି ଜଙ୍ଗଲ, ଲିଭିବାର ନାଁ ନେଉନି ; ନାକେଦମ ହେଲାଣି ବନବିଭାଗ

ଜି ଉଦୟଗିରି: ଜଳୁଛି ଜଙ୍ଗଲ, ଲିଭିବାର ନାଁ ନେଉନି । ଜି ଉଦୟଗିରି ବନାଞ୍ଚଳ ଅନ୍ତର୍ଗତ ପାବୁରିଆ,କଳିଙ୍ଗା ଓ ଜି ଉଦୟଗିରି ଅଞ୍ଚଳରେ ଥିବା ଜଙ୍ଗଲରେ ନିଆଁ ଲାଗି ଅଣାୟତ ପରିସ୍ଥିତି ସୃଷ୍ଟି ହୋଇଛି । ଫଳରେ ଜଳିପୋଡ଼ି ପାଉଁଶ ହୋଇଯାଉଛି ଛୋଟବଡ଼ ମୂଲ୍ୟବାନ ଗଛ । ନିଆଁ ଲାଗିବା ଫଳରେ ପଶୁପକ୍ଷୀଙ୍କ ପାଇଁ ବିପଦ ଦେଖାଦେଇଛି । ନିଆଁ ଜଙ୍ଗଲ ସାରା ମାଡ଼ି ମାଡ଼ି ଚାଲିଥିବାବେଳେ ବନବିଭାଗର ନିଦ ହଜାଇ ଦେଇଛି। ନିଆଁକୁ ଆୟତ୍ତ କରିବାରେ ବନବିଭାଗ ନାକେଦମ ହୋଇଗଲାଣି ।

ଅନ୍ୟପଟେ ଡି ଏଫ୍ ଓ ପ୍ରଶାନ୍ତ କୁମାର ପଟେଲ ଓ ସହକାରୀ ବନ ସଂରକ୍ଷକ ସ୍ପେତଲିନା ସାହୁ ଏହାର ସମୀକ୍ଷା କରିଛନ୍ତି । ବନ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ସୁରକ୍ଷା ସହ ନିଆଁକୁ ଆୟତ୍ତ କରିବା ପାଇଁ ପରାମର୍ଶ ଦେଇଛନ୍ତି । ବନ ଅଧିକାରୀମାନେ ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି । କିଛି ଖଳ ପ୍ରକୃତିର ଲୋକ ଜଙ୍ଗଲରେ ନିଆଁ ଲଗାଇ ଦେଉଥିବା ସୂଚନା ଦେଇଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button