କ୍ରାଇମ
ବନ୍ଧୁକ ଦେଖାଇ ଲୁଟିନେଲେ ୫ ଲକ୍ଷ ଟଙ୍କା, ମାଲ ଗୋଦାମ ବ୍ୟବସାୟୀ ଆହତ

କଟକ: କଟକରେ ବନ୍ଧୁକ ଦେଖାଇ ବ୍ୟବସାୟୀଙ୍କ ଠାରୁ ୫ ଲକ୍ଷ ଲୁଟ । ବାଦାମବାଡି ବିକାଶ ନଗରରେ ଏକ ଆପାର୍ଟମେଣ୍ଟ ନିକଟରୁ ଜଣେ ବ୍ଯବସାୟୀଙ୍କ ଠାରୁ ୫ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ । ସଂପୃକ୍ତ ମାଲଗୋଦାମ ବ୍ଯବସାୟୀ ନିଜ କାରରୁ ଓହ୍ଲାଇ ବ୍ୟାଗ ଧରି ଆପାର୍ଟମେଣ୍ଟ ସିଡି ଆଡକୁ ଯିବା ବେଳେ ତାଙ୍କୁ ପିଛା କରିଥିବା ଦୁଇ ଦୁର୍ବୃତ୍ତ ବନ୍ଧୁକ ଦେଖାଇ ଲୁଟ କରିଥିଲେ ।
ଜଣେ ବନ୍ଧୁକ ଦେଖାଇ ଟଙ୍କା ବ୍ୟାଗ ଝାଂପି ନେଇଥିବା ବେଳେ ଆଉ ଜଣେ ଦୁର୍ବୃତ୍ତ ସହ ବ୍ୟବସାୟୀଙ୍କର ଧସ୍ତାଧସ୍ତି ହୋଇଥିଲା । ଧସ୍ତାଧସ୍ତିରେ ବ୍ୟବସାୟୀ ଜଣଙ୍କ ଆହତ ହୋଇଛନ୍ତି । ଟଙ୍କା ନେଇ ଦୁଇ ଦୁର୍ବୃତ୍ତ ବାଇକ୍ ଯୋଗେ ଫେରାର ହୋଇ ଯାଇଥିଲେ । ଅଭିଯୋଗ ପାଇବା ପରେ ବାଦାମବାଡ଼ି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ କରିଛି। ଲୁଟ୍ ର ଶିକାର ହୋଇଥିବା ବ୍ୟବସାୟୀଙ୍କ ନାଁ ନିରଞ୍ଜନ ଗୋଏଙ୍କା ।