ଦେଶ ବିଦେଶ

ମେକ୍ସିକୋ ଲ୍ୟାଣ୍ଡ୍‌ଫଲ୍‌ କରି କାଲିଫର୍ଣ୍ଣିଆ ଆଡ଼କୁ ଅଗ୍ରସର ହେଉଛି ବାତ୍ୟା ‘ହିଲାରି’ – Utkal Mail


କାବୋ ସାନ୍‌ ଲ୍ୟୁକାସ୍‌(ମେକ୍‌ସିକୋ): ରବିବାର ଦିନ ଲଘୁଚାପଜନିତ ଭୟଙ୍କର ବାତ୍ୟା ‘ହିଲାରି’ ଉତ୍ତରପଶ୍ଚିମ ମେକ୍ସିକୋରେ ସ୍ଥଳଭାଗକୁ ପ୍ରବେଶ କରିବା  ଆମେରିକାର କାଲିଫର୍ଣ୍ଣିଆ ଆଡ଼କୁ ଅଗ୍ରସର ହେଉଥିବା କଥା ବିଭିନ୍ନ ଆନ୍ତର୍ଜାତିକ ଗଣମାଧ୍ୟମ ରିପୋର୍ଟ କରିଛନ୍ତି।

ମେକ୍‌ସିକୋରେ ଲ୍ୟାଣ୍ଡ୍‌ଫଲ୍‌ କରିଥିବା ଲଘୁଚାପଜନିତ ଏହି ବିଷୁବରୈଖୀୟ ଭୟଙ୍କର ବାତ୍ୟା ଯୋଗୁଁ ଆକସ୍ମିକ ବନ୍ୟା, ଚକ୍ରବାତ ଓ ଭୀଷଣ ବତାସ ପ୍ରବାହିତ ହୋଇ ବିଜୁଳି ସରବରାହରେ ବ୍ୟାଘାତ ଘଟିଛି ବୋଲି ନିଉଜ୍‌ ଏଜେନ୍‌ସି ‘ଏ.ପି.’ ରିପୋର୍ଟ କରିଛି।

‘ୟୁଏସ୍‌ ନ୍ୟାସ୍‌ନାଲ୍‌ ହରିକେନ୍‌ ସେଣ୍ଟର୍‌’ କହିଛି: ଘଣ୍ଟାପ୍ରତି ୧୦୦ କିଲୋମିଟର୍‌ ବତାସ ସହିତ ‘ହିଲାରି’ ମେକ୍‌ସିକୋର ଉତ୍ତର ପ୍ରାନ୍ତରେ ଥିବା ବାଜା କାଲିଫର୍ଣ୍ଣିଆ ଉପଦ୍ବୀପରେ ଲ୍ୟାଣ୍ଡ୍‌ଫଲ୍‌ କରିଛି।

Image Courtesy of NDTV

ଏଥିଯୋଗୁଁ ସୋମବାର ଦିନ ବାଜା କାଲିଫର୍ଣ୍ଣିଆ ଓ ଦକ୍ଷିଣପଶ୍ଚିମ ଆମେରିକାରେ ପ୍ରଳୟଙ୍କରୀ ଓ ଜୀବନ-ଘାତକ ବନ୍ୟା ଆସିପ‌ାରେ ବୋଲି ‘ୟୁଏସ୍‌ ନ୍ୟାସ୍‌ନାଲ୍‌ ହରିକେନ୍‌ ସେଣ୍ଟର୍‌’ ସତର୍କ କରାଇ ଦେଇଛି।

ସରକାରୀ କର୍ତ୍ତୃପକ୍ଷମାନେ କହିଛନ୍ତି ଯେ, ବାତ୍ୟା ଯୋଗୁଁ ଉତ୍ତରପଶ୍ଚିମ ମେକ୍ସିକୋରେ ଗାଡ଼ି ଭାସିଯିବାରୁ ଜ‌ଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି।

ଉଲ୍ଲେଖଯୋଗ୍ୟ, ପ୍ରତିବର୍ଷ ମେକ୍ସିକୋର ପ୍ରଶାନ୍ତ ମହାସାଗର ଓ ଆଟ୍‌ଲାଣ୍ଟିକ୍ ମହାସାଗର ଉପକୂଳବର୍ତ୍ତୀ ଅଞ୍ଚଳରେ ବାତ୍ୟା ହୁଏ। କିନ୍ତୁ, ଆମେରିକାର କାଲିଫର୍ଣ୍ଣିଆକୁ ବାତ୍ୟା କ୍ବଚିତ୍‌ ପ୍ରଭାବିତ କରେ। ତାହା ପୁଣି ଏତେ ତୀବ୍ର ହୋଇ ନ ଥାଏ। ଦୀର୍ଘ ୮୪ ବର୍ଷ ପରେ ପ୍ରଥମ କରି ଆମେରିକାର କାଲିଫର୍ଣ୍ଣିଆ ଆଡ଼କୁ ଏଧରଣ ବାତ୍ୟା ଅଗ୍ରସର ହେଉଛି।

ଜଳବାୟୁ ପରିବର୍ତ୍ତନ ଯୋଗୁଁ ବିଶ୍ବ ଉତ୍ତପ୍ତ ହୋଇଯାଉଥିବାରୁ ବାତ୍ୟା ସବୁ ଅଧିକ ଶକ୍ତିଶାଳୀ ହେଉଥିବା କଥା ବୈଜ୍ଞାନିକମାନେ କହିଛନ୍ତି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button