ଦେଶ ବିଦେଶ

‘ପାକିସ୍ତାନୀ ସେନା ଧଳା ପତକା ଧରି ଆସନ୍ତୁ ଓ ନିଜର BAT ଅନୁପ୍ରବେଶକାରୀମାନଙ୍କର ଶବ ନେଇ ଯାଆନ୍ତୁ’: ଭାରତୀୟ ସେନା

ଭାରତୀୟ ସେନା ଶନିବାରକୁ ପାକିସ୍ତାନୀର ମୁହଁ ତୋଡ ଜବାବ ଦେଇ BAT ସୈନିକର ୫ରୁ ୭ ଜଣ ସଦସ୍ୟଙ୍କୁ ମାରି ଦେଇଛନ୍ତି । ଏହା ପରେ ପାକିସ୍ତାନୀ ସେନାଙ୍କୁ ଏକ ସନ୍ଦେଶ ବି ପଠାଇଛନ୍ତି । ଏହି ସନ୍ଦେଶରେ ଭାରତୀୟ ସେନା ପାକିସ୍ତାନୀର ସେନାକୁ ଶବ ନେଇ ଯିବା ପାଇଁ କହିଛନ୍ତି, କିନ୍ତୁ ବର୍ତ୍ତମାନ ପାକ ତରଫରୁ କୌଣସି ବି ଜବାବ ଆସି ନାହିଁ ।

କହିବାକୁ ଗଲେ ଶନିବାର ଦିନ ପାକିସ୍ତାନୀର ବର୍ଡର ଏକ୍ଶନ ତରଫରୁ ଭାରତକୁ ପସିବାର ଚେଷ୍ଟା କରାଯାଉଥିଲା, ଯାହାକୁ ଭାରତୀୟ ସେନା ନଷ୍ଟ କରି ଦେଇଛନ୍ତି । ଏହା ସହିତ ଭାରତୀୟ ସେନା ଗତ ୩୬ ଘଣ୍ଟାରେ ଘାଟିରେ ଜୈଶ ର ୪ ଜଣ ଆତଙ୍କବଦୀକୁ ବି ମାରି ଦେଇଛନ୍ତି ।

BAT ଉପରେ ଭାରତୀୟ ସେନାର ବଡ କାର୍ଯ୍ୟକାରୀ

ମିଡିୟା ରିପୋର୍ଟସ ଅନୁସାରେ ପାକିସ୍ତାନର ବର୍ଡର ଏକ୍ଶନ ଟିମ ମାନେ BAT ଉପରେ ଭାରତୀୟ ସେନା ଶନିବାର ମାନେ ୩୧ ଜୁଲାଇ ଦିନ ବଡ କାର୍ଯ୍ୟକାରୀ କରି ତାଙ୍କର ପ୍ଳାନକୁ ନଷ୍ଟ କରି ଦେଇଛନ୍ତି । କହିବାକୁ ଗଲେ BATର କିଛି ସୈନିକ ମାନେ ଆତଙ୍କି ଭାରତରେ ପସିବାକୁ ଚେଷ୍ଟା କରୁଥିଲେ, ଯାହାର ଭାରତୀୟ ସେନା ମୁହଁ ତୋଡ ଜବାବ ଦେଇ ୫ରୁ ୭ ଜଣ ସୈନିକଙ୍କୁ ମାରି ଦେଇଛନ୍ତି ।

ପାକିସ୍ତାନକୁ ଭାରତୀୟ ସେନାଙ୍କର ସନ୍ଦେଶ

ଅନୁପ୍ରବେଶକାରୀ ଉପରେ ଶକ୍ତ ଏକ୍ଶନ ନେବା ପରେ ଭାରତୀୟ ସେନା ପାକିସ୍ତାନୀ ସେନାକୁ ଏକ ସନ୍ଦେଶ ଦେଇ କହିଲେ କି ପାକିସ୍ତାନ ଧଳା ପତାକା ଧରି ଆସୁ ଓ ଶବ ଗୁଡିକ ନେଇ ଯାଉ । କହିଦେଉଛୁ ଯେ ଗତ କେତେ ଘଣ୍ଟା ହେବ ଶବ ଗୁଡିକ LOCରେ ପଡି ରହିଛି, ଯେଉଁ କାରଣରୁ ଭାରତୀୟ ସେନା ପାକିସ୍ତାନକୁ ଏହି ସନ୍ଦେଶ ଦେଇଛନ୍ତି । କିନ୍ତୁ ବର୍ତ୍ତମାନ ସୁଧା ପାକିସ୍ତାନ ତରଫରୁ କୌଣସି ବି ଜବାବ ଆସି ନାହିଁ ।

କଣ ଅଟେ BAT ?

BAT ମାନେ ପାକିସ୍ତାନ ବର୍ଡର ଏକ୍ଶନ ଟୀମ, ଯିଏକି କୃରତାର ସମସ୍ତ ସୀମା ପାର କରି ଦିଏ । BAT କମାଣ୍ଡୋ ପ୍ରାୟତଃ ଭାରତୀୟ ସେନାକୁ ହିଁ ନିଜର ଟାର୍ଗେଟ କରିଥାନ୍ତି । ଏତିକି ନୁହେଁ, ଏହି କମାଣ୍ଡୋମାନଙ୍କର ଟ୍ରେନିଙ୍ଗ ପାକିସ୍ତାନ ଆର୍ମୀ କ୍ଯାମ୍ପରେ ହିଁ ହୋଇଥାଏ । ଯେଉଁଥିରେ କିଛି ଆତଙ୍କି ବି ସାମିଲ ହୋଇଥାନ୍ତି । କହିଦେଉଛୁ ଯେ BAT ଭାରତ – ପାକିସ୍ତାନ ସୀମାର ଏକ ରୁ ତିନି କିଲୋମିଟର ପର୍ଯ୍ୟନ୍ତ ଆକ୍ରମଣକୁ ଅଞ୍ଜାମ ଦେଇଥାଏ, ଯେଉଁମାନଙ୍କୁ ପାକିସ୍ତାନୀ ଆର୍ମୀର ସପୋର୍ଟ ମିଳିଥାଏ । ଯେଉଁ କାରଣରୁ ଏମାନଙ୍କର ସାହସ ବଢିଯାଏ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button