ଜୀବନଶୈଳୀ

ସକାଳେ ଖାଲି ପେଟରେ ଓଦା ଚଣା ଖାଇବାର ଲାଭ ଜାଣିଲେ, ଆପଣ ମଧ୍ୟ ଏହାକୁ ନ ଖାଇ ରହି ପରିବେନି

ଆପଣ ପ୍ରାୟତଃ ଦେଖି ଥିବେ ଯେ ବହୁତ ଲୋକ ଦୁନିଆରେ ନିଜ ଭୋକ ମେଣ୍ଟିବା ପାଇଁ ଚଣା ଖାଇ ଥାନ୍ତି । ଆୟୁର୍ବେଦ ରେ ବୁଟ ଡାଲି ଓ ଚଣା ଦୁଇଟି ଶରୀର ପାଇଁ ସ୍ୱାସ୍ଥ୍ୟ ଉନ୍ନତି କାରକ ହୋଇ ଥାଏ, ଏହା ଛଡା ଚଣା ଖାଇଲେ ବହୁତ ପ୍ରକାର ରୋଗ ଦୂର ହୋଇ ଥାଏ । କଣ ଆପଣ ଜାଣିଛନ୍ତି ଯେ ବୁଟ ଡାଲି ସବୁ ଡାଲି ଠାରୁ ଶସ୍ତା ହୋଇ ଥାଏ, ତେବେ ଆସନ୍ତୁ ଜାଣିବା ଚଣା ଖାଇବା ଲାଭ ବିଷୟରେ ।

ଚଣା ଖାଇବାର ଲାଭ

ଶସ୍ତା ହେଲେ ମଧ୍ୟ ଚଣା ବହୁତ ପୌଷ୍ଟିକ ହୋଇ ଥାଏ, ଏହା ମଧ୍ୟ କୁହା ଯାଇଛି ଯେ ଚଣା ଶରୀରକୁ ରୋଗ ଠାରୁ ଲଢିବା ପାଇଁ ଶକ୍ତି ପ୍ରଦାନ କରି ଥାଏ ଏହା ସହ ଚଣା ବହୁତ କାମ କରି ଥାଏ ଯେମିତିକି ବୁଦ୍ଧି ବଢେଇ ଥାଏ ଓ ଚେହେରା ସୁନ୍ଦର କରି ଥାଏ । ଚଣା ଅଙ୍କୁରିତ କରି ଖାଇବା ବହୁତ ଲାଭକାରୀ ହୋଇ ଥାଏ, ତେବେ ଆସନ୍ତୁ ଜାଣିବା ସକାଳେ ଖାଲି ପେଟରେ ଓଦା ଚଣା ଖାଇଲେ କଣ ହୋଇ ଥାଏ ?

– ଥଣ୍ଡା ଦିନରେ ଚଣା ଅଟା ଖାଇଲେ ଆସ୍ଥମା ରୋଗୀଙ୍କୁ ବହୁତ ଆରାମ ମିଳି ଥାଏ, ଓ ଅନ୍ୟ ଲୋକଙ୍କୁ ଥଣ୍ଡାରୁ ମୁକ୍ତି ମିଳି ଥାଏ ।

– ଥଣ୍ଡା ଦିନରେ ଭଜା ଚଣା ରାତିରେ ଗରମ ଖିର ସହ ଖାଇଲେ ତ୍ଵଚା ସମ୍ବନ୍ଧିତ ରୋଗ ଦୂର ହୋଇ ଥାଏ ।

– ଚଣା ରାତି ରେ ଭିଯେଇ ସକାଳେ ଖାଲି ପେଟରେ ଖାଇଲେ ପୁରୁଷମାନଙ୍କ ଦୁର୍ବଳତା ଦୂର ହୋଇ ଥାଏ ଏହା ସହ କାମ କରିବା ପାଇଁ ଶକ୍ତି ମିଳି ଥାଏ ।

– ଭଜା ଚଣା ଖାଇଲେ ବବାସିର ଭଳି ରୋଗ ଭଲ ହୋଇ ଥାଏ, ବୁଟ ଡାଲି ହଲୱା ୪୦ ଦିନ ଖାଇଲେ ପୁରୁଷମାନଙ୍କ ଧାତୁ ପୁଷ୍ଟ ହୋଇ ଥାଏ ।

– କଳା ଚଣା ରାତିରେ ଭିଜେଇ ସକାଳେ ଖାଲି ପେଟରେ ଖାଇଲେ ଡାଇବେଟିଜ ରୋଗ ଦୂର ରହି ଥାଏ ।

– ଶରୀର ସ୍ଵସ୍ଥ ରଖିବା ପାଇଁ ଚାହାନ୍ତି ଓ ଶାରୀର ମଜବୁତ କରିବା ପାଇଁ ଚାହନ୍ତି ତେବେ ସକାଳେ ଖାଲି ପେଟରେ ଅଙ୍କୁରିତ ଚଣା ରେ ଅଳପ ଲେମ୍ବୁ, ଟିକେ ଅଦା, ସ୍ଵାଦ ଅନୁଯାଇ ଲୁଣ, ଗୋଲ ମରିଚ ଇତ୍ୟାଦି ମିଶାଇ ଖାଆନ୍ତୁ ଆପଣଙ୍କ ସବୁ ପ୍ରକାର ରୋଗ ଦୂର କରି ଥାଏ ଏବଂ ଶକ୍ତି ପ୍ରଦାନ କରି ଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button