କ୍ରୀଡା

ହକି ବିଶ୍ୱକପ୍ ଉଦଘାଟନୀ ଉତ୍ସବ ଆରମ୍ଭ

କଟକ: କଟକର ବାରବାଟୀ ଷ୍ଟାଡିୟମରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟରେ ହକି ବିଶ୍ୱକପ ଉଦଘାଟନୀ ଉତ୍ସବ ଆରମ୍ଭ ହୋଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁରଙ୍କ ସହ ବହୁ ମାନ୍ୟଗନ୍ୟ ବ୍ୟକ୍ତି ଉପସ୍ଥିତ ଅଛନ୍ତି ।

ଏହି ଅବସରରେ ଅନୁରାଗ ଠାକୁର କହିଛନ୍ତି ଯେ, ଦେଶରେ ହକିର ପ୍ରାଣକେନ୍ଦ୍ର ସାଜିଛି ଓଡ଼ିଶା । ଅନ୍ତର୍ଜାତୀୟ ହକି ଷ୍ଟାଡିୟମ ପାଇଁ ଓଡ଼ିଶାକୁ ଧନବାଦ । ହକି ପାଇଁ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଅବଦାନ ଅତୁଳନୀୟ । ହକି ପାଇଁ ଓଡ଼ିଶା ନୂଆ ଇତିହାସ ସୃଷ୍ଟି କରିଛି ।

ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ନବୀନ କହିଛନ୍ତି ଯେ, ସମସ୍ତ ଅତିଥି ଓ ଆଗନ୍ତୁକଙ୍କୁ ସ୍ୱାଗତ । ଓଡ଼ିଶା ତାର ଆତିଥ୍ୟ ପାଇଁ ପରିଚିତ । କଟକରେ ଉଦଘାଟନୀ ଉତ୍ସବ ପାଇଁ ଆପଣମାନେ ଖୁସି ତ?

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button